ମହିଳାଙ୍କୁ ଶକ୍ତି ଯୋଗାଉଛି ମିଶନ ଶକ୍ତି: ଆରମ୍ଭ ହେଲା ଛେଳି ଓ ମେଣ୍ଡା ପାଳନ ଯୋଜନା

The Sakala Picture
Published On

କେନ୍ଦ୍ରାପଡା: ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ମାଧ୍ୟମରେ ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଦିଗରେ କେନ୍ଦ୍ରାପଡା ଜିଲ୍ଲାରେ ପ୍ରତ୍ୟେକ ଦିନ କିଛି ନା କିଛି ନୂତନ ଯୋଜନା ହାତକୁ ନିଆଯାଉଛି। ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ବିଭାଗ ଅହରହ ଚେଷ୍ଟା କରୁଛି। କେତେବେଳେ ମହିଳାଙ୍କୁ ଗାଈ, କୁକୁଡ଼ା, ଛେଳି ଭଳି ପଶୁପାଳନ କରିବାକୁ ସହାୟତା ଦେଉଛି ତ ଆଉ କେତେବେଳେ ବିନା ସୁଧରେ ଋଣ ଯୋଗାଇ ଦିଆଯାଇଛି। ଏହାଛଡା ଯୁବତୀ ମହିଳା ମାନଙ୍କୁ ବିୟୁଟି ପାର୍ଲର ପ୍ରଶିକ୍ଷଣ […]

କେନ୍ଦ୍ରାପଡା: ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ମାଧ୍ୟମରେ ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଦିଗରେ କେନ୍ଦ୍ରାପଡା ଜିଲ୍ଲାରେ ପ୍ରତ୍ୟେକ ଦିନ କିଛି ନା କିଛି ନୂତନ ଯୋଜନା ହାତକୁ ନିଆଯାଉଛି। ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ବିଭାଗ ଅହରହ ଚେଷ୍ଟା କରୁଛି। କେତେବେଳେ ମହିଳାଙ୍କୁ ଗାଈ, କୁକୁଡ଼ା, ଛେଳି ଭଳି ପଶୁପାଳନ କରିବାକୁ ସହାୟତା ଦେଉଛି ତ ଆଉ କେତେବେଳେ ବିନା ସୁଧରେ ଋଣ ଯୋଗାଇ ଦିଆଯାଇଛି। ଏହାଛଡା ଯୁବତୀ ମହିଳା ମାନଙ୍କୁ ବିୟୁଟି ପାର୍ଲର ପ୍ରଶିକ୍ଷଣ ତ ଆଉକେତେବେଳେ ମାଗଣାରେ ବିଦ୍ୟୁତ ଚାଳିତ ସିଲେଇ ମେସିନ ଯୋଗାଇ ଦିଆଯାଇଛି। ବର୍ତ୍ତମାନ ଜିଲ୍ଲାରେ ଏକ ନୂତନ ଯୋଜନା ଆରମ୍ଭ ହୋଇଛି। ଛେଳି ଆଉ ମେଣ୍ଡା ପାଳନ ମାଧ୍ୟମରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ଚେଷ୍ଟା କରାଯାଇଛି। ମିଶନ ଶକ୍ତି ବିଭାଗ ପକ୍ଷରୁ ଏହି ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀରେ ସଦସ୍ୟ ଥିବା ମହିଳାଙ୍କୁ ସାମିଲ କରାଯାଉଛି। ମହିଳା ଜଣକ ଆର୍ଥିକ ସ୍ଥିତିକୁ ପ୍ରଥମେ ବିଭାଗ ପକ୍ଷରୁ ସର୍ଭେ କରାଯାଉଛି। ଯଦି ସେ ଏହି ଯୋଜନା ମାଧ୍ୟମରେ ସ୍ୱାବଲମ୍ବୀ ହୋଇପାରିବେ ବିଭାଗକୁ ସର୍ଭେରେ ଜଣାପଡିଲା ତେବେ ସେମାନଙ୍କୁ ଯୋଜନାରେ ସାମିଲ କରାଯାଉଛି।

ଏହି ଯୋଜନାକୁ ପ୍ରାରମ୍ଭିକ ସ୍ତରରେ ରାଜନଗର ବ୍ଲକର ଗୁପ୍ତି ପଂଚାୟତର ଓକିଲପାଳ ଅଞ୍ଚଳରୁ ଆରମ୍ଭ କରାଯାଇଛି। ଏହି ଅଞ୍ଚଳର ଆଞ୍ଚଳିକ ମଞ୍ଚ ସାହାଡା ସୁନ୍ଦରୀର ମହିଳାମାନଙ୍କୁ ଗୋଟିଏ ମା’ ଛେଳି ସହ ଗୋଟେ ଲେଖାଏଁ ଛୁଆ ଛେଳି ଦିଆଯାଇଛି। ଏହାଛଡା ଯେଉଁ ମହିଳାମାନେ ଛେଳି ପାଳନ କରିବାକୁ ଅମଙ୍ଗ ସେମାନଙ୍କୁ ମେଣ୍ଡା ପାଳନ କରିବାକୁ ଦିଆଯାଇଛି। ଏହାଦ୍ୱାରା ମହିଳାମାନେ ଛେଳି, ମେଣ୍ଢା ପାଳନ କରି ସେମାନଙ୍କୁ ବଡ଼ କରି ସେମାନଙ୍କ ସଂଖ୍ୟା ବଢ଼ାଇ ବିକ୍ରି କରି ବେଶ କିଛି ଟଙ୍କା ରୋଜଗାର କରିବାର ଲକ୍ଷ୍ୟ ରଖାଯାଇଛି। କେବଳ ଗୁପ୍ତି ପଞ୍ଚାୟତ ନୁହେଁ ଜିଲ୍ଲାର ସମସ୍ତ ଅଞ୍ଚଳରେ ଏହି ଯୋଜନା କାର୍ଯ୍ଯକାରୀ ହେବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ବିଭାଗ ଦ୍ଵାରା ସର୍ଭେ କରାଯାଇ ଦୁର୍ବଳ ଆର୍ଥିକ ସ୍ଥିତି ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ସୂଚନା ରହିଛି।

ଚଳିତ ମାସ ଆରମ୍ଭରେ ରାଜକନିକା ବ୍ଲକ ଦେଉଳସାହି ଅଞ୍ଚଳର ଜୟ ହନୁମାନ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ବିଦ୍ୟୁତ ଚାଳିତ ସିଲେଇ ମେସିନ ଯୋଗାଇ ଦିଆଯାଇଛି। ସେହିପରି ଜିଲ୍ଲାର ଅଧିକାଂଶ ସ୍ଥାନରେ ବାୟୋଫ୍ଲକ ମାଧ୍ୟମରେ ମାଛ ଚାଷ କରିବାକୁ ପ୍ରୋତ୍ସାହନ ଦିଆଯାଇଛି।ତାଛଡା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମୋ ଭାଡ଼ିରେ କୁକୁଡ଼ା ପାଳନ ଭଳି ଏକ ଯୋଜନା ଆରମ୍ଭ କରାଯାଇଥିଲା। ଏହିଭଳି ବଳିଷ୍ଠ ପଦକ୍ଷେପ ନିଆଯାଇ ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଯିବା ସହ ସେମାନେ ଅନ୍ୟକୁ ରୋଜଗାର ଦେଉଥିବା ନେଇ ଦେଖିବାକୁ ମିଳୁଛି। ଅନେକ ମହିଳାଙ୍କୁ କୁକୁଡ଼ା ଯୋଜନାରେ ସାମିଲ କରାଯାଇଛି। ଏହି ଯୋଜନାରେ ମହିଳାମାନେ ନିଜ ପରିବାରର ସମସ୍ତ କାର୍ଯ୍ଯ କରିବା ସହ ପଶୁପକ୍ଷୀ ପାଳନ କରି ସେମାନେ ନିଜେ କିଭଳି ରୋଜଗାର କ୍ଷମ ହେବେ ସେନେଇ କାର୍ଯ୍ଯ ଆରମ୍ଭ ହୋଇଛି। ପରିବାରର ରୋଜଗାର ସହ ମହିଳାଙ୍କ ରୋଜଗାର ମିଶିଗଲେ ସେହି ସବୁ ପରିବାର ହସ ଖୁସିରେ ରହି ପାରିବେ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଏହାସହ ଉର୍ଣ୍ଣତମାନର ପଶୁପକ୍ଷୀ ଛୁଆ ଯୋଗାଇଦେବା ସହ ସେମାନଙ୍କ ପାଇଁ ଖାଦ୍ୟ ଯୋଗାଇ ଦିଆଯାଇଛି। ଏହି ଯୋଜନାରେ ବହୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହୋଇ ଆନନ୍ଦିତ ହେଉଥିବା ଦେଖିବାକୁ ମିଳୁଛି। ଆଗାମୀ ଦିନରେ ଜିଲ୍ଲା ତମାମ ଏହି ଯୋଜନା ଜରିଆରେ ମହିଳାମାନଙ୍କୁ ସମସ୍ତ ପ୍ରକାରର ପ୍ରୋତ୍ସାହନ ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର