ଦୋକାନୀଙ୍କୁ ଟାର୍ଗେଟ କରୁଛନ୍ତି ସାଇବର ଅପରାଧି, ବହି କିଣିବାକୁ କହି ଖାଲି କରିଦେଲେ ଆକାଉଣ୍ଟ

The Sakala Picture
Published On

କେନ୍ଦ୍ରାପଡ଼ା: ସୋସିଆଲ ମିଡିଆ ଆଉ ଅନଲାଇନର ବହୁଳ ବ୍ୟବହାର କରୁଥିବା ଦୋକାନୀ ଏବେ ସାଇବର ଅପରାଧିଙ୍କ ଟାର୍ଗେଟରେ ରହିଛନ୍ତି। ବିଭିନ୍ନ ସୋସିଆଲ ମିଡ଼ିଆ ସାଇଟ ମାଧ୍ୟମରେ ନିଜ ବ୍ୟବସାୟର ବିଭିନ୍ନ ଜିନିଷ ବିକ୍ରି କରିବାକୁ ବିଜ୍ଞାପନ ଦେଉଛନ୍ତି। ଏହି ବିଜ୍ଞାପନ ଦେଖି ସାଇବର ଅପରାଧି ଗ୍ରାହକ ସାଜି ସେମାନଙ୍କ ସହ ଯୋଗାଯୋଗ କରି ତାଙ୍କ ଆକାଉଣ୍ଟ ଖାଲି କରିଦେଉଥିବା ଦେଖିବାକୁ ମିଳୁଛି। ଏହିଭଳି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଧୀନ ଅନ୍ତେଇ ଅଞ୍ଚଳର ସୁଶ୍ରୀ […]

କେନ୍ଦ୍ରାପଡ଼ା: ସୋସିଆଲ ମିଡିଆ ଆଉ ଅନଲାଇନର ବହୁଳ ବ୍ୟବହାର କରୁଥିବା ଦୋକାନୀ ଏବେ ସାଇବର ଅପରାଧିଙ୍କ ଟାର୍ଗେଟରେ ରହିଛନ୍ତି। ବିଭିନ୍ନ ସୋସିଆଲ ମିଡ଼ିଆ ସାଇଟ ମାଧ୍ୟମରେ ନିଜ ବ୍ୟବସାୟର ବିଭିନ୍ନ ଜିନିଷ ବିକ୍ରି କରିବାକୁ ବିଜ୍ଞାପନ ଦେଉଛନ୍ତି। ଏହି ବିଜ୍ଞାପନ ଦେଖି ସାଇବର ଅପରାଧି ଗ୍ରାହକ ସାଜି ସେମାନଙ୍କ ସହ ଯୋଗାଯୋଗ କରି ତାଙ୍କ ଆକାଉଣ୍ଟ ଖାଲି କରିଦେଉଥିବା ଦେଖିବାକୁ ମିଳୁଛି। ଏହିଭଳି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଧୀନ ଅନ୍ତେଇ ଅଞ୍ଚଳର ସୁଶ୍ରୀ ସଙ୍ଗୀତା ଦାସଙ୍କ ସହିତ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ଅଭିଯୋଗ ମୁତାବକ, ସୁଶ୍ରୀଙ୍କ ସାନ ଭାଇଙ୍କ ସହିତ ଅଭିଯୁକ୍ତ ବହି କିଣିବାକୁ ଅନଲାଇନ ମାଧ୍ୟମରେ ଯୋଗାଯୋଗ କରିଥିଲେ। ବହିଗୁଡ଼ିକର ମୂଲ୍ୟ ବାବଦକୁ ୫ ହଜାର ୩ ଶହ ଟଙ୍କା ପଠେଇବାକୁ ଅଭିଯୁକ୍ତ ଫୋନ ପେ ନମ୍ବର ମାଗିଥିଲେ। ଏନେଇ ସୁଶ୍ରୀଙ୍କୁ ପ୍ରଥମେ ଟଙ୍କା ଯାଉଛି କି ନାହିଁ ପରୀକ୍ଷା କରିବାକୁ ଅଭିଯୁକ୍ତଙ୍କ ଫୋନ ପେ ନମ୍ବରକୁ ୧ ଟଙ୍କା ପଠାଇବାକୁ କୁହାଯାଇଥିଲା। ଏହାର କିଛି ସମୟ ପରେ ଟଙ୍କା ପଠାଯାଇଥିବା ଫୋନ ପେ ନମ୍ବରରୁ ୧ ଟଙ୍କା ଫେରସ୍ତ ଆସିଥିଲା । ଟଙ୍କା ଫେରସ୍ତ ଆସିବାର ୫ ମିନିଟ ମଧ୍ୟରେ ୩ କିସ୍ତିରେ ସୁଶ୍ରୀଙ୍କ ଆକାଉଣ୍ଟରୁ ୨୯ ହଜାର ଟଙ୍କା ଗାୟବ କରିଦେଇଥିଲେ। ଏନେଇ ସୁଶ୍ରୀ ଆକାଉଣ୍ଟ ଚେକ କରିବାରୁ ତାଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଖାଲି ହୋଇଯାଇଥିଲା ।  ସୁଶ୍ରୀ ଅଭିଯୁକ୍ତଙ୍କ ନମ୍ୱରରେ ଯୋଗାଯୋଗ କରି ଟଙ୍କା ଫେରସ୍ତ ପାଇଁ ଅନୁରୋଧ କରିଥିଲେ। ହେଲେ ଅଭିଯୁକ୍ତ ଜଣଙ୍କ ସେହି ଆକାଉଣ୍ଟରେ ଆଉ ୫୫ ହଜାର ଟଙ୍କା ଡିପୋଜିଟ କଲେ ଟଙ୍କା ଫେରାଇବେ ବୋଲି କହି ଫୋନ କାଟିଦେଲା। ପୁଣିଥରେ ସେହି ନମ୍ବରକୁ ସୁଶ୍ରୀ ଫୋନ ଲଗାଇବାରୁ ଜଣେ ଯୁବତୀ ଫୋନ ଉଠାଇ ଟଙ୍କା ଫେରସ୍ତ ହୋଇପାରିବ ନାହିଁ ବୋଲି ରୋକଠୋକ ମନା କରି ମୋବାଇଲ ସୁଇଚ ବନ୍ଦ କରିଦେଲେ। ଶେଷରେ ଅନ୍ୟ କିଛି ଉପାୟ ନପାଇ ସୁଶ୍ରୀ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ୪୨୦/୨୨ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

16 Oct 2022 By The Sakala

ଦୋକାନୀଙ୍କୁ ଟାର୍ଗେଟ କରୁଛନ୍ତି ସାଇବର ଅପରାଧି, ବହି କିଣିବାକୁ କହି ଖାଲି କରିଦେଲେ ଆକାଉଣ୍ଟ

କେନ୍ଦ୍ରାପଡ଼ା: ସୋସିଆଲ ମିଡିଆ ଆଉ ଅନଲାଇନର ବହୁଳ ବ୍ୟବହାର କରୁଥିବା ଦୋକାନୀ ଏବେ ସାଇବର ଅପରାଧିଙ୍କ ଟାର୍ଗେଟରେ ରହିଛନ୍ତି। ବିଭିନ୍ନ ସୋସିଆଲ ମିଡ଼ିଆ ସାଇଟ ମାଧ୍ୟମରେ ନିଜ ବ୍ୟବସାୟର ବିଭିନ୍ନ ଜିନିଷ ବିକ୍ରି କରିବାକୁ ବିଜ୍ଞାପନ ଦେଉଛନ୍ତି। ଏହି ବିଜ୍ଞାପନ ଦେଖି ସାଇବର ଅପରାଧି ଗ୍ରାହକ ସାଜି ସେମାନଙ୍କ ସହ ଯୋଗାଯୋଗ କରି ତାଙ୍କ ଆକାଉଣ୍ଟ ଖାଲି କରିଦେଉଥିବା ଦେଖିବାକୁ ମିଳୁଛି। ଏହିଭଳି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଧୀନ ଅନ୍ତେଇ ଅଞ୍ଚଳର ସୁଶ୍ରୀ ସଙ୍ଗୀତା ଦାସଙ୍କ ସହିତ ଦେଖିବାକୁ ମିଳିଛି।

ଅଭିଯୋଗ ମୁତାବକ, ସୁଶ୍ରୀଙ୍କ ସାନ ଭାଇଙ୍କ ସହିତ ଅଭିଯୁକ୍ତ ବହି କିଣିବାକୁ ଅନଲାଇନ ମାଧ୍ୟମରେ ଯୋଗାଯୋଗ କରିଥିଲେ। ବହିଗୁଡ଼ିକର ମୂଲ୍ୟ ବାବଦକୁ ୫ ହଜାର ୩ ଶହ ଟଙ୍କା ପଠେଇବାକୁ ଅଭିଯୁକ୍ତ ଫୋନ ପେ ନମ୍ବର ମାଗିଥିଲେ। ଏନେଇ ସୁଶ୍ରୀଙ୍କୁ ପ୍ରଥମେ ଟଙ୍କା ଯାଉଛି କି ନାହିଁ ପରୀକ୍ଷା କରିବାକୁ ଅଭିଯୁକ୍ତଙ୍କ ଫୋନ ପେ ନମ୍ବରକୁ ୧ ଟଙ୍କା ପଠାଇବାକୁ କୁହାଯାଇଥିଲା। ଏହାର କିଛି ସମୟ ପରେ ଟଙ୍କା ପଠାଯାଇଥିବା ଫୋନ ପେ ନମ୍ବରରୁ ୧ ଟଙ୍କା ଫେରସ୍ତ ଆସିଥିଲା । ଟଙ୍କା ଫେରସ୍ତ ଆସିବାର ୫ ମିନିଟ ମଧ୍ୟରେ ୩ କିସ୍ତିରେ ସୁଶ୍ରୀଙ୍କ ଆକାଉଣ୍ଟରୁ ୨୯ ହଜାର ଟଙ୍କା ଗାୟବ କରିଦେଇଥିଲେ। ଏନେଇ ସୁଶ୍ରୀ ଆକାଉଣ୍ଟ ଚେକ କରିବାରୁ ତାଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଖାଲି ହୋଇଯାଇଥିଲା ।  ସୁଶ୍ରୀ ଅଭିଯୁକ୍ତଙ୍କ ନମ୍ୱରରେ ଯୋଗାଯୋଗ କରି ଟଙ୍କା ଫେରସ୍ତ ପାଇଁ ଅନୁରୋଧ କରିଥିଲେ। ହେଲେ ଅଭିଯୁକ୍ତ ଜଣଙ୍କ ସେହି ଆକାଉଣ୍ଟରେ ଆଉ ୫୫ ହଜାର ଟଙ୍କା ଡିପୋଜିଟ କଲେ ଟଙ୍କା ଫେରାଇବେ ବୋଲି କହି ଫୋନ କାଟିଦେଲା। ପୁଣିଥରେ ସେହି ନମ୍ବରକୁ ସୁଶ୍ରୀ ଫୋନ ଲଗାଇବାରୁ ଜଣେ ଯୁବତୀ ଫୋନ ଉଠାଇ ଟଙ୍କା ଫେରସ୍ତ ହୋଇପାରିବ ନାହିଁ ବୋଲି ରୋକଠୋକ ମନା କରି ମୋବାଇଲ ସୁଇଚ ବନ୍ଦ କରିଦେଲେ। ଶେଷରେ ଅନ୍ୟ କିଛି ଉପାୟ ନପାଇ ସୁଶ୍ରୀ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ୪୨୦/୨୨ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର