ଆକର୍ଷଣ ସାଜିବ ଭିତରକନିକା ଇକୋ ରିଟ୍ରିଟ୍‍, ମିଳିବ ‘ଆମାଜନ’ର ଅନୁଭୂତି

The Sakala Picture
Published On

ଭୁବନେଶ୍ୱର: ଗୋଟିଏ ଦିନ ପରେ ରାଜ୍ୟର ୭ଟି ସ୍ଥାନରେ ଆରମ୍ଭ ହେବ ‘ଇକୋ -ରିଟ୍ରିଟ୍‍’। ଚଳିତବର୍ଷ ଆକର୍ଷଣ ସାଜିବ ଭିତରକନିକା ଇକୋ ରିଟ୍ରିଟ୍‍ ସେଣ୍ଟର। ଏଠାରେ ଆମାଜନର ଅନୁଭୂତି ସାଉଁଟିବେ ପର୍ଯ୍ୟଟକ। ପେଣ୍ଠ ବେଳାଭୂମିରେ ଆରମ୍ଭ ହେବାକୁ ଥିବା ‘ଇକୋ-ରିଟ୍ରିଟ୍‍’ର ପ୍ରବେଶ ପଥକୁ ଆକର୍ଷଣୀୟ ଭାବେ ସଜ୍ଜାଯାଇଛି। କୃତ୍ରିମ ଝରଣା ସହ କଇଁଛ, ହରିଣ, ଦେଶୀ ବିଦେଶୀ ପକ୍ଷୀ, ମୟୂର ଓ ବଉଳା କୁମ୍ଭୀର ଦେଖିବାକୁ ପାଇବେ ପର୍ଯ୍ୟଟକ। ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଭିତରକନିକା ଜାତୀୟ ଉଦ୍ୟାନ […]

ଭୁବନେଶ୍ୱର: ଗୋଟିଏ ଦିନ ପରେ ରାଜ୍ୟର ୭ଟି ସ୍ଥାନରେ ଆରମ୍ଭ ହେବ ‘ଇକୋ -ରିଟ୍ରିଟ୍‍’। ଚଳିତବର୍ଷ ଆକର୍ଷଣ ସାଜିବ ଭିତରକନିକା ଇକୋ ରିଟ୍ରିଟ୍‍ ସେଣ୍ଟର। ଏଠାରେ ଆମାଜନର ଅନୁଭୂତି ସାଉଁଟିବେ ପର୍ଯ୍ୟଟକ। ପେଣ୍ଠ ବେଳାଭୂମିରେ ଆରମ୍ଭ ହେବାକୁ ଥିବା ‘ଇକୋ-ରିଟ୍ରିଟ୍‍’ର ପ୍ରବେଶ ପଥକୁ ଆକର୍ଷଣୀୟ ଭାବେ ସଜ୍ଜାଯାଇଛି। କୃତ୍ରିମ ଝରଣା ସହ କଇଁଛ, ହରିଣ, ଦେଶୀ ବିଦେଶୀ ପକ୍ଷୀ, ମୟୂର ଓ ବଉଳା କୁମ୍ଭୀର ଦେଖିବାକୁ ପାଇବେ ପର୍ଯ୍ୟଟକ। ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଭିତରକନିକା ଜାତୀୟ ଉଦ୍ୟାନ ସ୍ୱତନ୍ତ୍ରତା ନିଆରା। ଜୈବ ବିବିଧତାରେ ଭରପୁର ଭିତରକନିକାରେ ଏଥର ନିଆରା ଅନୁଭୂତି ସାଉଁଟବେ ପର୍ଯ୍ୟଟକ। ପର୍ଯ୍ୟଟନ ଋତୁରେ ପ୍ରକୃତିପ୍ରେମୀ ଭିତରକନିକା ପରିଭ୍ରମଣ ଓ ଜଳଯାତ୍ରା କରିବାର ନିଆରା ମଜ୍ଜା ନେବେ। ଚଳିତ ଥର ଇକୋ ରିଟ୍ରିଟ୍‍ରେ ପର୍ଯ୍ୟଟକଙ୍କ ପାଇଁ ୨୫ଟି ବିଳାସପୂର୍ଣ୍ଣ କଟେଜ୍‍ ସହିତ ଷ୍ଟାର ହୋଟେଲ ମଧ୍ୟ ରହିଛି। ଭିତରକନିକାର ପ୍ରାକୃତିକ ଶୋଭାରଜିର ମଜ୍ଜା ସାଙ୍ଗକୁ ରାତିରେ ବିଳାସପୂର୍ଣ୍ଣ କଟେଜ୍‍ରେ ରହିବା ଓ ନାଚଗୀତରେ ମଜିବା ସହ ବୈତରଣୀ ନଦୀ କୂଳରେ ସେଲ୍‌ଫି ଜୋନ୍‍ରେ ଫଠୋ ଉଠାଇବାର ସୁବିଧା ରହିଛି। ପର୍ଯ୍ୟଟକଙ୍କୁ ଜଳପଥ ଓ ସ୍ଥଳପଥରେ ପରିଭ୍ରମଣ କରିବାର ସୁଯୋଗ ରହିଛି। ସକାଳ ଜଳଖିଆରୁ ଆରମ୍ଭ କରି ରାତ୍ରି ଭୋଜନ ପର୍ଯ୍ୟନ୍ତ ମେନ୍ୟୁରେ ରହିଛି ସୁସ୍ୱାଦୁ ଖାଦ୍ୟର ତାଲିକା ରହିଛି।ବର୍ତ୍ତମାନ ସୁଦ୍ଧା ୫୦ ପ୍ରତିଶତ କଟେଜ୍‍ ବୁକିଂ ହୋଇଥିବା ବେଳେ ଆଗକୁ ଆହୁରି ବଢ଼ିବାର ଆଶା ରହିଛି। ପ୍ରିମୟମ୍‍ କଟେଜ୍‍ରେ ଅଧିକ ବୁକିଂ ଆସୁଛି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

କୁମ୍ଭୀର, ଚଢ଼େଇ ସାଜିବେ ମୁଖ୍ୟ ଆକର୍ଷଣ: ଇକୋ ରିଟ୍ରିଟ୍‍ରେ ପର୍ଯ୍ୟଟକଙ୍କ ପାଇଁ କ୍ରୋକୋଡାଇଲ ସ୍ପଟିଂ ସହିତ ନେଚର୍‍ ଟ୍ରେଲ ମଧ୍ୟ ରହିଛି। ସାଧାରଣତଃ ଲୋକମାନେ ଚିଡ଼ିଆଖାନାରେ କମ୍‍ ସଂଖ୍ୟାରେ କୁମ୍ଭୀର ଦେଖିଥାନ୍ତି। କିନ୍ତୁ ଏଠାରେ ବୋଟ୍‍ରେ ପାଣି ଭିତରକୁ ଯାଇ ଚାରିପଟେ ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଏକା ସାଙ୍ଗକରେ ବହୁ ସଂଖ୍ୟାରେ କୁମ୍ଭୀର ଦେଖିବାର ନିଆରା ଅନୂଭୁତି ମିଳିବ। ଜଙ୍ଗଲ ଭିତରେ ନ୍ୟାସନାଲ ପାର୍କର କୋର୍‍ ଏରିଆ ଭିତରକୁ ମଧ୍ୟ ପ୍ରବେଶ କରିବାର ସୁଯୋଗ ରହିଛି। ସେଠାରେ ୬ରୁ ୬.୫ କିମି ଚଲାପଥ ରହିଛି। ହେନ୍ତାଳ ବଣ, ହରିଣ, ଗୋଧି ସାଙ୍ଗକୁ ୮ପ୍ରକାର କିଙ୍ଗ୍‍ ଫିସର ଦେଖିôବା ପାଉଛନ୍ତି ପର୍ଯ୍ୟଟକ। ତେବେ ପୃଥିବୀରେ ୩୦ ପ୍ରକାର କିଙ୍ଗଫିସର ରହିଥିବାବେଳେ ସେଥିରୁ ୧୨ଟି ଇଣ୍ଡିଆରେ ଦେଖାଯାଏ ଏବଂ ୧୨ ମଧ୍ୟରୁ ୮ଟି କିଙ୍ଗଫିସର ଭିତରକନିକାରେ ଦେଖାଯାଏ।

ବେଳାଭୂମିରେ ହଟ୍‍ ଏୟାର ବେଲୁନ୍‍ ଏବଂ ଜିପ୍‍ ପାରାସେଲିଂ: ଭିତରକନିକା ଇକୋ ରିଟ୍ରିଟ୍‍କୁ ଅଧିକ ଆକର୍ଷଣୀୟ କରିବା ପାଇଁ ବେଳାଭୂମିରେ ବିଚ୍‍ ଭଲି ବଲ୍‍ ଓ ଏଟିଭି ବ୍ୟବସ୍ଥା କରାଯିବାକୁ ଯୋଜନା ରହିଛି। ଏହାସାଙ୍ଗକୁ ହଟ୍‍ ଏୟାର ବଲେୁନ୍‍ ଓ ପାରାସେଲିଂର ମଜ୍ଜା ନେ଼ଇପାରିବେ ପର୍ଯ୍ୟଟକ। ଏଥିପାଇଁ ମଧ୍ୟ ଯୋଜନା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର