ଶହେ ବର୍ଷର ପୁରୁଣା ଚାକୁଣ୍ଡା ଗଛ ନକାଟିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର

The Sakala Picture
Published On

କେନ୍ଦ୍ରାପଡ଼ା: ଦୀର୍ଘ ଏକ ଶହ ବର୍ଷ ହେଲା ଲୋକଙ୍କୁ ଖରାତରା ରକ୍ଷା କରି ଆସୁଥିବା ଏକ ଚାଖୁଣ୍ଡା ଗଛକୁ ପ୍ରଶାସନ କାଟିବାକୁ ଯୋଜନା କରିଥିବା ବେଳେ ବିରୋଧର ଶିକାର ହେବାକୁ ପଡିଛି। ସ୍ଥାନୀୟ ଲୋକେ, ସମାଜସେବୀ ଏହି ଗଛକୁ ନକାଟିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। କେନ୍ଦ୍ରାପଡା ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ଥିବା ବହୁ ପୁରାତନ ଚାକୁଣ୍ଡା ଗଛକୁ କଟାନଯିବା ପାଇଁ ସ୍ଥାନୀୟ ଅଧିବାସୀ ଓ ସ୍ୱେଛାସେବୀମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । କେନ୍ଦ୍ରାପଡା ବ୍ଲକ […]

କେନ୍ଦ୍ରାପଡ଼ା: ଦୀର୍ଘ ଏକ ଶହ ବର୍ଷ ହେଲା ଲୋକଙ୍କୁ ଖରାତରା ରକ୍ଷା କରି ଆସୁଥିବା ଏକ ଚାଖୁଣ୍ଡା ଗଛକୁ ପ୍ରଶାସନ କାଟିବାକୁ ଯୋଜନା କରିଥିବା ବେଳେ ବିରୋଧର ଶିକାର ହେବାକୁ ପଡିଛି। ସ୍ଥାନୀୟ ଲୋକେ, ସମାଜସେବୀ ଏହି ଗଛକୁ ନକାଟିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। କେନ୍ଦ୍ରାପଡା ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ଥିବା ବହୁ ପୁରାତନ ଚାକୁଣ୍ଡା ଗଛକୁ କଟାନଯିବା ପାଇଁ ସ୍ଥାନୀୟ ଅଧିବାସୀ ଓ ସ୍ୱେଛାସେବୀମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

କେନ୍ଦ୍ରାପଡା ବ୍ଲକ ପକ୍ଷରୁ କାର୍ଯ୍ଯାଳୟ ସମ୍ମୁଖ ଫାଟକ ପାଖରେ ଥିବା ଗୋଟିଏ ଚାକୁଣ୍ଡା ଗଛକୁ ଯାତାୟତରେ ପ୍ରତିବନ୍ଧକ ଯୋଗୁଁ କାଟିଦେବାକୁ କେନ୍ଦ୍ରାପଡା ତହସିଲଦାରକୁ ଜଣାଇ ଦିଆଯାଇଥିଲା । ତହସିଲଦାର ସେହି ଚାକୁଣ୍ଡା ଗଛକୁ ଗତ ୧୬ତାରିଖରେ ୧୫ହଜାର ଟଙ୍କାରେ ନିଲାମ କରାଯିବ ବୋଲି ପୂର୍ବରୁ ସର୍ବସାଧାରଣଙ୍କୁ ନୋଟିସ ଦେଇଥିଲେ। କିନ୍ତୁ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ସେହିଦିନ ନିଲାମ ହୋଇପାରିନାହିଁ । ଦୀର୍ଘ ଏକଶହ ବର୍ଷରୁ ଉର୍ଦ୍ଧ୍ୱ ହେବ କେନ୍ଦ୍ରାପଡା ଗୋବରୀ କେନାଲ ବନ୍ଧ କଡରେ ତଥା କେନ୍ଦ୍ରାପଡା ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ଥିବା ଏହି ଚାକୁଣ୍ଡା ଗଛ ଏବେବି ଜୀବନ୍ତ ଅବସ୍ଥାରେ ରହିଛି । ଏହି ଗଛର ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବା ବେଳେ ଏହାକୁ କାଟି ଦିଆଗଲେ ପରିବେଶ ଉପରେ ତାହାର ପ୍ରଭାବ ପଡିବ ବୋଲି ଅଭିଯୋଗ ହୋଇଛି । ଏତଦ ବ୍ୟତିତ ଏହି ଚାକୁଣ୍ଡା ଗଛକୁ କାଟି ଦିଆଗଲେ ସେହି ନିକଟରେ ଥିବା ଅବଶିଷ୍ଟ ୭/୮ଟି ଗଛକୁ ଲୋକମାନେ ଧିରେ ଧିରେ କାଟି ନେଇଯିବେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଫଳରେ ଏହାର ଗୁରୁତର ପ୍ରଭାବ ପରିବେଶ ଉପରେ ପଡିବା ସହ ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ଖରାଦିନେ ବୃକ୍ଷ ଛାୟା ଟିକେ ପାଇପାରିବେ ନାହିଁ । ତେଣୁ ଏହି ଚାକୁଣ୍ଡା ଗଛକୁ ନକାଟିବା ପାଇଁ ସମାଜସେବୀ ଓ ସ୍ଥାନୀୟଲୋକେ  ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର