ଭତ୍ତା ପାଇଁ ଘୁଷୁଡ଼ି ଘୁଷୁଡ଼ି ଗଲେ ୮୦ ବର୍ଷୀୟ ବୃଦ୍ଧ

The Sakala Picture
Published On

କେନ୍ଦ୍ରାପଡ଼ା: ଭତ୍ତା ଟଙ୍କା ପାଇଁ ୮୦ ବର୍ଷୀୟ ଜଣେ ବୃଦ୍ଧ ରାସ୍ତାରେ ଘୁଷୁଡ଼ି ଘୁଷୁଡ଼ି ପଞ୍ଚାୟତ ଅଫିସ୍‌କୁ ଯିବା ଭଳି ଏକ ଅପ୍ରୀତିକର ଘଟଣା ଆଜି କେନ୍ଦ୍ରାପଡ଼ା ଜିଲ୍ଲା‌‌ରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ବୃଦ୍ଧଜଣଙ୍କ ହେଲେ, କେନ୍ଦ୍ରାପଡ଼ା ବ୍ଲକ୍‌ ଅନ୍ତର୍ଗତ କୋର ପଞ୍ଚାୟତ, କୋର ଗ୍ରାମର ଶ୍ରୀଧର ସାହୁ। ସୂଚନାନୁଯାୟୀ, ବାର୍ଧକ୍ୟଜନିତ ରୋଗ ମାଡ଼ି ବସିବା ଦିନଠାରୁ ଶ୍ରୀଧର ଆଉ ଭତ୍ତା ପାଇଁ ପଞ୍ଚାୟତ ଅଫିସ୍‌ ଯାଇ ପାରୁନଥିଲେ। ସେବେଠାରୁ ତାଙ୍କ ଝିଅ ପଞ୍ଚାୟତ ଅଫିସ୍‌ରୁ […]

କେନ୍ଦ୍ରାପଡ଼ା: ଭତ୍ତା ଟଙ୍କା ପାଇଁ ୮୦ ବର୍ଷୀୟ ଜଣେ ବୃଦ୍ଧ ରାସ୍ତାରେ ଘୁଷୁଡ଼ି ଘୁଷୁଡ଼ି ପଞ୍ଚାୟତ ଅଫିସ୍‌କୁ ଯିବା ଭଳି ଏକ ଅପ୍ରୀତିକର ଘଟଣା ଆଜି କେନ୍ଦ୍ରାପଡ଼ା ଜିଲ୍ଲା‌‌ରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ବୃଦ୍ଧଜଣଙ୍କ ହେଲେ, କେନ୍ଦ୍ରାପଡ଼ା ବ୍ଲକ୍‌ ଅନ୍ତର୍ଗତ କୋର ପଞ୍ଚାୟତ, କୋର ଗ୍ରାମର ଶ୍ରୀଧର ସାହୁ।

ସୂଚନାନୁଯାୟୀ, ବାର୍ଧକ୍ୟଜନିତ ରୋଗ ମାଡ଼ି ବସିବା ଦିନଠାରୁ ଶ୍ରୀଧର ଆଉ ଭତ୍ତା ପାଇଁ ପଞ୍ଚାୟତ ଅଫିସ୍‌ ଯାଇ ପାରୁନଥିଲେ। ସେବେଠାରୁ ତାଙ୍କ ଝିଅ ପଞ୍ଚାୟତ ଅଫିସ୍‌ରୁ ଭତ୍ତା ଟଙ୍କା ଉଠାଇ ଆସୁଥିଲେ। କିନ୍ତୁ ଚଳିତଥର ପଞ୍ଚାୟତ ଅଧିକାରୀ ତାଙ୍କୁ ଭତ୍ତା ଟଙ୍କା ଦେବା ପାଇଁ ରୋକଠୋକ୍‌ ମନା କରିଦେଇଥିଲେ। ଖୋଦ୍‌ ଶ୍ରୀଧର ନ ଆସିଲେ ଭତ୍ତା ଦିଆଯିବ ନାହିଁ ବୋଲି କହିଥିଲେ। ତେଣୁ ଭତ୍ତା ଟଙ୍କାରେ କଷ୍ଟେମଷ୍ଟେ ମାସକ ଗୁଜୁରାଣ ମେଣ୍ଟାଉଥିବା ଶ୍ରୀଧର ଅନ୍ୟ କୌଣସି ଉପାୟ ନ ପାଇ ଆଜି ନିଜେ ରାସ୍ତାକୁ ବାହାରିଥିଲେ। ଚଲାବୁଲା କରିପାରୁନଥିବାରୁ ସେ ରାସ୍ତାରେ ଘୁଷୁଡ଼ି ଘୁଷୁଡ଼ି ପଞ୍ଚାୟତ ଅଫିସ୍‌ ଅଭିମୁଖେ ଯାଉଥିଲେ। ଏହା‌ ଦେଖି କିଛି ପଥଚାରୀ ତାଙ୍କୁ ପଚରାଉଚରା କରିବାରୁ ପ୍ରକୃତ ଘଟଣା ପଦାକୁ ଆସିଥିଲା। କିଛି ସହୃଦୟ ବ୍ୟକ୍ତି ଏ ସଂପର୍କରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ଖବର ପାଇ ଅଧିକାରୀଜଣଙ୍କ ସେଠାକୁ ଆସି ଶ୍ରୀଧରଙ୍କୁ ଭତ୍ତା ଦେଇଥିଲେ। ଅପରପକ୍ଷେ, ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

23 May 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର