ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ରୋଷେଇ ଗ୍ୟାସରୁ ନିଆଁ ବାହାରି ଜଳିଗଲା ବାଇକ୍‌, ୩ ଆହତ

The Sakala Picture
Published On

ମହାକାଳପଡା: ମହାକାଳପଡା ବ୍ଲକ ଟିକରପଙ୍ଗା ପଞ୍ଚାୟତ ଗତାନଈ ଗ୍ରାମରେ ସୋମବାର ରୋଷେଇ ଗ୍ୟାସରୁ ନିଆଁ ଲାଗି ଗୋଟିଏ ବାଇକ ଜଳିଯାଇଛି। ରୋଷେଇ ଘରେ ଗ୍ୟାସ ଟାଙ୍କିରେ ଲାଗିଥିବା ନିଆଁକୁ ଆୟତ କରିବାକୁ ଚେଷ୍ଟା କରି ୩ଜଣ ଆହତ ହୋଇ କେନ୍ଦ୍ରାପଡା ଜି୍‌ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଗତାନଈ ଗ୍ରାମର ମାନସ ନାୟକଙ୍କ ଘରେ ରୋଷେଇ ଚାଲୁଥିବା ସମୟରେ ଗ୍ୟାସ ଲିକ୍ ହୋଇ ନିଆଁ ଲାଗିଯାଇଥିଲା ।ଗ୍ୟାସ୍ ଟାଙ୍କି ପର୍ଯ୍ଯନ୍ତ ନିଆଁ ଲାଗି […]

ମହାକାଳପଡା: ମହାକାଳପଡା ବ୍ଲକ ଟିକରପଙ୍ଗା ପଞ୍ଚାୟତ ଗତାନଈ ଗ୍ରାମରେ ସୋମବାର ରୋଷେଇ ଗ୍ୟାସରୁ ନିଆଁ ଲାଗି ଗୋଟିଏ ବାଇକ ଜଳିଯାଇଛି। ରୋଷେଇ ଘରେ ଗ୍ୟାସ ଟାଙ୍କିରେ ଲାଗିଥିବା ନିଆଁକୁ ଆୟତ କରିବାକୁ ଚେଷ୍ଟା କରି ୩ଜଣ ଆହତ ହୋଇ କେନ୍ଦ୍ରାପଡା ଜି୍‌ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଗତାନଈ ଗ୍ରାମର ମାନସ ନାୟକଙ୍କ ଘରେ ରୋଷେଇ ଚାଲୁଥିବା ସମୟରେ ଗ୍ୟାସ ଲିକ୍ ହୋଇ ନିଆଁ ଲାଗିଯାଇଥିଲା ।ଗ୍ୟାସ୍ ଟାଙ୍କି ପର୍ଯ୍ଯନ୍ତ ନିଆଁ ଲାଗି ଘର ଭିତରେ ହୁତ୍ ହୁତ୍ ହୋଇ ଜଳି ଉଠିଥିଲା। ଏଥିରେ ଦେବକୀ ନାୟକ, ରେବତୀ ନାୟକ ଏବଂ ପୁଅ ସୋନୁ ନାୟକ ଆହତ ହୋଇଛନ୍ତି। ରୋଷେଇ ଘର ପାଖରେ ରହିଥିବା ରବି ନାୟକଙ୍କ ଏକ ବାଇକ ନିଆଁର କବଳକୁ ଆସି ପୋଡିଯାଇଛି । ଖବର ପାଇ ମାର୍ଶାଘାଇ ଅଗ୍ନିଶମ ସେବା କେନ୍ଦ୍ରର ଅଧିକାରୀ ଅଜୟ କୁମାର ମୁଦୁଲିଙ୍କ ନେତୃତ୍ୱରେ କର୍ମଚାରୀମାନେ ପହଞ୍ଚି ରୋଷେଇ ଘରୁ ଜଳନ୍ତା ଗ୍ୟାସ ଟାଙ୍କିକୁ ଉଦ୍ଧାର କରି ନିଆଁକୁ ଲିଭାଇଥିଲେ। ଅଗ୍ନିକାଣ୍ଡ ସମୟରେ ମାନସଙ୍କର ଦୁଇହାତ ଓ ପାଦ ପୋଡିହୋଇ ଯାଇଥିଲା । ରେବତୀଙ୍କର ହାତ ଏବଂ ଗୋଡ ପୋଡିଯିବା ସହିତ ମୁହଁରେ ଗ୍ୟାସ ନିଆଁ ଧାସରେ ମୁହଁ, କାନ, ନାକ ଫୁଲି ଯାଇଛି। ମାନସଙ୍କ ସ୍ତ୍ରୀ ଦେବକୀଙ୍କ ସହିତ ସାନପୁଅ ନିଆଁ ଧାସରେ ସାମାନ୍ୟ ଆହାତ ହୋଇଛନ୍ତି। ମାନସଙ୍କ ଘରର କବାଟ, ଖଟ ସହିତ ଗୋଟିଏ ମଟର ସାଇକେଲ ସମ୍ପୂର୍ଣ୍ଣ ପୋଡି ଯାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ସ୍କୁଲ ପ୍ରଧାନ ଶିକ୍ଷକ, ବକେୟା ଦରମା ବିଲ୍ କରାଇବାକୁ ନେଉଥିଲେ ୫୦୦୦ ଲାଞ୍ଚ

13 Sep 2021 By The Sakala

ରୋଷେଇ ଗ୍ୟାସରୁ ନିଆଁ ବାହାରି ଜଳିଗଲା ବାଇକ୍‌, ୩ ଆହତ

ମହାକାଳପଡା: ମହାକାଳପଡା ବ୍ଲକ ଟିକରପଙ୍ଗା ପଞ୍ଚାୟତ ଗତାନଈ ଗ୍ରାମରେ ସୋମବାର ରୋଷେଇ ଗ୍ୟାସରୁ ନିଆଁ ଲାଗି ଗୋଟିଏ ବାଇକ ଜଳିଯାଇଛି। ରୋଷେଇ ଘରେ ଗ୍ୟାସ ଟାଙ୍କିରେ ଲାଗିଥିବା ନିଆଁକୁ ଆୟତ କରିବାକୁ ଚେଷ୍ଟା କରି ୩ଜଣ ଆହତ ହୋଇ କେନ୍ଦ୍ରାପଡା ଜି୍‌ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଗତାନଈ ଗ୍ରାମର ମାନସ ନାୟକଙ୍କ ଘରେ ରୋଷେଇ ଚାଲୁଥିବା ସମୟରେ ଗ୍ୟାସ ଲିକ୍ ହୋଇ ନିଆଁ ଲାଗିଯାଇଥିଲା ।ଗ୍ୟାସ୍ ଟାଙ୍କି ପର୍ଯ୍ଯନ୍ତ ନିଆଁ ଲାଗି ଘର ଭିତରେ ହୁତ୍ ହୁତ୍ ହୋଇ ଜଳି ଉଠିଥିଲା। ଏଥିରେ ଦେବକୀ ନାୟକ, ରେବତୀ ନାୟକ ଏବଂ ପୁଅ ସୋନୁ ନାୟକ ଆହତ ହୋଇଛନ୍ତି। ରୋଷେଇ ଘର ପାଖରେ ରହିଥିବା ରବି ନାୟକଙ୍କ ଏକ ବାଇକ ନିଆଁର କବଳକୁ ଆସି ପୋଡିଯାଇଛି । ଖବର ପାଇ ମାର୍ଶାଘାଇ ଅଗ୍ନିଶମ ସେବା କେନ୍ଦ୍ରର ଅଧିକାରୀ ଅଜୟ କୁମାର ମୁଦୁଲିଙ୍କ ନେତୃତ୍ୱରେ କର୍ମଚାରୀମାନେ ପହଞ୍ଚି ରୋଷେଇ ଘରୁ ଜଳନ୍ତା ଗ୍ୟାସ ଟାଙ୍କିକୁ ଉଦ୍ଧାର କରି ନିଆଁକୁ ଲିଭାଇଥିଲେ। ଅଗ୍ନିକାଣ୍ଡ ସମୟରେ ମାନସଙ୍କର ଦୁଇହାତ ଓ ପାଦ ପୋଡିହୋଇ ଯାଇଥିଲା । ରେବତୀଙ୍କର ହାତ ଏବଂ ଗୋଡ ପୋଡିଯିବା ସହିତ ମୁହଁରେ ଗ୍ୟାସ ନିଆଁ ଧାସରେ ମୁହଁ, କାନ, ନାକ ଫୁଲି ଯାଇଛି। ମାନସଙ୍କ ସ୍ତ୍ରୀ ଦେବକୀଙ୍କ ସହିତ ସାନପୁଅ ନିଆଁ ଧାସରେ ସାମାନ୍ୟ ଆହାତ ହୋଇଛନ୍ତି। ମାନସଙ୍କ ଘରର କବାଟ, ଖଟ ସହିତ ଗୋଟିଏ ମଟର ସାଇକେଲ ସମ୍ପୂର୍ଣ୍ଣ ପୋଡି ଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର