ସ୍ୱଚ୍ଛତାର ଅର୍ଥ ଜାଣିନାହାନ୍ତି ବିରୋଧୀ, ସୂର୍ଯ୍ୟଙ୍କୁ ଟର୍ଚ୍ଚ ପକାଇବାକୁ ଚେଷ୍ଟା କରୁଛି ବିଜେପି: କାର୍ତ୍ତିକ ପାଣ୍ଡିଆନ

The Sakala Picture
Published On

ଭୁବନେଶ୍ବର: ସ୍ୱଚ୍ଛତାର ଅର୍ଥ ଜାଣିନାହାନ୍ତି ବିରୋଧୀ। ସୂର୍ଯ୍ୟଙ୍କୁ ଟର୍ଚ୍ଚ ପକାଇବାକୁ ଚେଷ୍ଟା କରୁଛି ବିଜେପି। କିଛି ଏଭଳି କହି ଆଜି କଂଟାବାଞ୍ଜି ସଭାରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଆଜି ଟିଟିଲାଗଡ, କଂଟାବାଞ୍ଜି ଓ ପାଟଣାଗଡରେ ନିର୍ବାଚନ ପ୍ରଚାର କରିଥିଲେ ପାଣ୍ଡିଆନ। ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମଧ୍ୟ ମାଗିଥିଲେ। ଆଉ ଓଡିଶା ଗସ୍ତରେ ଆସି ପଶ୍ଟିମଓଡିଶାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି […]

ଭୁବନେଶ୍ବର: ସ୍ୱଚ୍ଛତାର ଅର୍ଥ ଜାଣିନାହାନ୍ତି ବିରୋଧୀ। ସୂର୍ଯ୍ୟଙ୍କୁ ଟର୍ଚ୍ଚ ପକାଇବାକୁ ଚେଷ୍ଟା କରୁଛି ବିଜେପି। କିଛି ଏଭଳି କହି ଆଜି କଂଟାବାଞ୍ଜି ସଭାରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଆଜି ଟିଟିଲାଗଡ, କଂଟାବାଞ୍ଜି ଓ ପାଟଣାଗଡରେ ନିର୍ବାଚନ ପ୍ରଚାର କରିଥିଲେ ପାଣ୍ଡିଆନ। ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମଧ୍ୟ ମାଗିଥିଲେ। ଆଉ ଓଡିଶା ଗସ୍ତରେ ଆସି ପଶ୍ଟିମଓଡିଶାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପଶ୍ଟିମ ଓଡିଶାରୁ ହିଁ କଡା ଜବାବ ଦେଇଛନ୍ତି ପାଣ୍ଡିଆନ୍‌ । ସେ କହିଛନ୍ତି, ଯଦି ବିରୋଧୀ ନବୀନଙ୍କୁ ସ୍ୱଚ୍ଛ କହୁନାହାନ୍ତି ତେବେ ଏମାନେ ସ୍ୱଚ୍ଛତାର ପ୍ରକୃତ ଅର୍ଥ ଜାଣିନାହାନ୍ତି ।

ଆହୁରି ପଢ଼ନ୍ତୁ: ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, FIR ରୁଜୁ କରିବ SCERT

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ କହୁଛନ୍ତି ସ୍ୱଚ୍ଛ ମୁଖ୍ୟମନ୍ତ୍ରୀ ଦେବେ, ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତା ନାହିଁ । ଯଦି ନବୀନ ସ୍ୱଚ୍ଛ ନୁହଁନ୍ତି ତେବେ ବିରୋଧୀ ସ୍ୱଚ୍ଛତାର ଅର୍ଥ ଜାଣିନାହାନ୍ତି ବୋଲି କହି ନଡ୍ଡାଙ୍କୁ କଡା ସମାଲୋଚନା କରିଛନ୍ତି ପାଣ୍ଡିଆନ। ଏହାସହ ସେ କହିଛନ୍ତି, ସୂର୍ଯ୍ୟକୁ ଟର୍ଚ୍ଚ ପକାଇବାକୁ ଚେଷ୍ଟା କରୁଛନ୍ତି ବିରୋଧୀ। ନବୀନ ସୂର୍ଯ୍ୟଙ୍କ ଭଳି ସ୍ୱଚ୍ଛ ହେଲେ ବିରୋଧୀଙ୍କ ସ୍ୱଚ୍ଛତା ନାହିଁ । ବିଜେପି ଟିକେଟ ଦେଇଥିବା ଏକାଧିକ ପ୍ରାର୍ଥୀମାନଙ୍କ ନାଁରେ ଅପରାଧୀକ ମାମଲା ରହିଛି । ଏଭଳି ଲୋକଙ୍କୁ ପ୍ରାର୍ଥୀ କରି ଏମାନେ ନବୀନଙ୍କୁ ସ୍ୱଚ୍ଛତା ଶିଖାଇବେ ବୋଲି ପ୍ରଶ୍ନ କରି ସଭାମଂଚରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି କାର୍ତ୍ତିକ।

ଆହୁରି ପଢ଼ନ୍ତୁ: Indian Idol Finalist: ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୬ର ଫାଇନାଲିଷ୍ଟ ଜ୍ୟୋତିର୍ମୟୀଙ୍କୁ ଭୁବନେଶ୍ୱରରେ ଭବ୍ୟ ସ୍ୱାଗତ

ନିର୍ବାଚନ ଥିବାରୁ ବାହାରୁ ଆସି ବଡ ବଡ କଥା କହୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି । ଏମାନଙ୍କୁ ଆପଣ ୨୦ ତାରିଖରେ ଉଚିତ ଜବାବ ଦେବେ ବୋଲି ଜନସାଧାରଣଙ୍କୁ ନିବେଦନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ନିର୍ବାଚନ ସମୟରେ ବିରୋଧୀ ଦଳର ନେତା ଓ ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଆସୁଛନ୍ତି । ହେଲେ ସେମାନେ ଓଡିଶା କେଉଁଠି ଜାଣନ୍ତି ନାହିଁ କି ଓଡିଶାବାସୀଙ୍କୁ ଜାଣନ୍ତିନି । ପର୍ଯ୍ୟଟକ ଭଳି ଆସି ମିଛ କଥା କହି ପଳାଇବେ । ସେମାନଙ୍କ ପ୍ରତିଶ୍ରୁତିକୁ ବିଶ୍ବାସ କରନ୍ତୁନି ବୋଲି ପାଟଣାଗଡରେ କହିଛନ୍ତି ପାଣ୍ଡିଆନ। ହରିଶଙ୍କର ମନ୍ଦିରର ରୂପାନ୍ତରଣ ପାଇଁ ୨୮ କୋଟି, ବାଇପାସ ଲାଗି ୧୫୦ କୋଟି ଟଙ୍କା ଦିଆଯାଇଛି ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା, ଗତକାଲି କେବଳ ପହଣ୍ଡିବିଜେ ଓ ରଥାରୁଢ଼ ହୋଇଥିଲେ ଠାକୁର

16 May 2024 By The Sakala

ସ୍ୱଚ୍ଛତାର ଅର୍ଥ ଜାଣିନାହାନ୍ତି ବିରୋଧୀ, ସୂର୍ଯ୍ୟଙ୍କୁ ଟର୍ଚ୍ଚ ପକାଇବାକୁ ଚେଷ୍ଟା କରୁଛି ବିଜେପି: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ସ୍ୱଚ୍ଛତାର ଅର୍ଥ ଜାଣିନାହାନ୍ତି ବିରୋଧୀ। ସୂର୍ଯ୍ୟଙ୍କୁ ଟର୍ଚ୍ଚ ପକାଇବାକୁ ଚେଷ୍ଟା କରୁଛି ବିଜେପି। କିଛି ଏଭଳି କହି ଆଜି କଂଟାବାଞ୍ଜି ସଭାରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଆଜି ଟିଟିଲାଗଡ, କଂଟାବାଞ୍ଜି ଓ ପାଟଣାଗଡରେ ନିର୍ବାଚନ ପ୍ରଚାର କରିଥିଲେ ପାଣ୍ଡିଆନ। ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମଧ୍ୟ ମାଗିଥିଲେ। ଆଉ ଓଡିଶା ଗସ୍ତରେ ଆସି ପଶ୍ଟିମଓଡିଶାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପଶ୍ଟିମ ଓଡିଶାରୁ ହିଁ କଡା ଜବାବ ଦେଇଛନ୍ତି ପାଣ୍ଡିଆନ୍‌ । ସେ କହିଛନ୍ତି, ଯଦି ବିରୋଧୀ ନବୀନଙ୍କୁ ସ୍ୱଚ୍ଛ କହୁନାହାନ୍ତି ତେବେ ଏମାନେ ସ୍ୱଚ୍ଛତାର ପ୍ରକୃତ ଅର୍ଥ ଜାଣିନାହାନ୍ତି ।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ କହୁଛନ୍ତି ସ୍ୱଚ୍ଛ ମୁଖ୍ୟମନ୍ତ୍ରୀ ଦେବେ, ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତା ନାହିଁ । ଯଦି ନବୀନ ସ୍ୱଚ୍ଛ ନୁହଁନ୍ତି ତେବେ ବିରୋଧୀ ସ୍ୱଚ୍ଛତାର ଅର୍ଥ ଜାଣିନାହାନ୍ତି ବୋଲି କହି ନଡ୍ଡାଙ୍କୁ କଡା ସମାଲୋଚନା କରିଛନ୍ତି ପାଣ୍ଡିଆନ। ଏହାସହ ସେ କହିଛନ୍ତି, ସୂର୍ଯ୍ୟକୁ ଟର୍ଚ୍ଚ ପକାଇବାକୁ ଚେଷ୍ଟା କରୁଛନ୍ତି ବିରୋଧୀ। ନବୀନ ସୂର୍ଯ୍ୟଙ୍କ ଭଳି ସ୍ୱଚ୍ଛ ହେଲେ ବିରୋଧୀଙ୍କ ସ୍ୱଚ୍ଛତା ନାହିଁ । ବିଜେପି ଟିକେଟ ଦେଇଥିବା ଏକାଧିକ ପ୍ରାର୍ଥୀମାନଙ୍କ ନାଁରେ ଅପରାଧୀକ ମାମଲା ରହିଛି । ଏଭଳି ଲୋକଙ୍କୁ ପ୍ରାର୍ଥୀ କରି ଏମାନେ ନବୀନଙ୍କୁ ସ୍ୱଚ୍ଛତା ଶିଖାଇବେ ବୋଲି ପ୍ରଶ୍ନ କରି ସଭାମଂଚରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି କାର୍ତ୍ତିକ।

ନିର୍ବାଚନ ଥିବାରୁ ବାହାରୁ ଆସି ବଡ ବଡ କଥା କହୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି । ଏମାନଙ୍କୁ ଆପଣ ୨୦ ତାରିଖରେ ଉଚିତ ଜବାବ ଦେବେ ବୋଲି ଜନସାଧାରଣଙ୍କୁ ନିବେଦନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ନିର୍ବାଚନ ସମୟରେ ବିରୋଧୀ ଦଳର ନେତା ଓ ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଆସୁଛନ୍ତି । ହେଲେ ସେମାନେ ଓଡିଶା କେଉଁଠି ଜାଣନ୍ତି ନାହିଁ କି ଓଡିଶାବାସୀଙ୍କୁ ଜାଣନ୍ତିନି । ପର୍ଯ୍ୟଟକ ଭଳି ଆସି ମିଛ କଥା କହି ପଳାଇବେ । ସେମାନଙ୍କ ପ୍ରତିଶ୍ରୁତିକୁ ବିଶ୍ବାସ କରନ୍ତୁନି ବୋଲି ପାଟଣାଗଡରେ କହିଛନ୍ତି ପାଣ୍ଡିଆନ। ହରିଶଙ୍କର ମନ୍ଦିରର ରୂପାନ୍ତରଣ ପାଇଁ ୨୮ କୋଟି, ବାଇପାସ ଲାଗି ୧୫୦ କୋଟି ଟଙ୍କା ଦିଆଯାଇଛି ବୋଲି ସେ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର