ସମ୍ବଲପୁର ମାଟିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲେ କାର୍ତ୍ତିକ ପାଣ୍ଡିଆନ

The Sakala Picture
Published On

ସମ୍ବଲପୁର: ସମ୍ବଲପୁର ମାଟିରୁ କେନ୍ଦ୍ରକୁ ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସମଲୋଚନା। ସମ୍ବଲପୁରରୁ ବିଜେପି ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରିଛନ୍ତି ଏକାଧିକ ପ୍ରଶ୍ନ। କହିଥିଲେ, ଏ ଅଂଚଳର ଭାଷା, କଳା ଓ ସଂସ୍କୃତି ଲାଗି ସମ୍ବଲପୁର ପାଇଛି ସ୍ଵତନ୍ତ୍ର ପରିଚୟ। ସମ୍ବଲପୁରୀ କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଠମ ଅନୁଚ୍ଛେଦରେ ସାମିଲ ଲାଗି ଲଗାତର ୫ ଥର ଧରି ପ୍ରସ୍ତାବ ପଠାଇଥିଲେ ମୁଖ୍ୟମନ୍ତ୍ରୀ। ହେଲେ କେନ୍ଦ୍ର କିଛି କଲେ ନାହିଁ। କାହିଁକି କୋଶଳୀ ଭାଷା ଆଜି […]

ସମ୍ବଲପୁର: ସମ୍ବଲପୁର ମାଟିରୁ କେନ୍ଦ୍ରକୁ ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସମଲୋଚନା। ସମ୍ବଲପୁରରୁ ବିଜେପି ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରିଛନ୍ତି ଏକାଧିକ ପ୍ରଶ୍ନ। କହିଥିଲେ, ଏ ଅଂଚଳର ଭାଷା, କଳା ଓ ସଂସ୍କୃତି ଲାଗି ସମ୍ବଲପୁର ପାଇଛି ସ୍ଵତନ୍ତ୍ର ପରିଚୟ। ସମ୍ବଲପୁରୀ କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଠମ ଅନୁଚ୍ଛେଦରେ ସାମିଲ ଲାଗି ଲଗାତର ୫ ଥର ଧରି ପ୍ରସ୍ତାବ ପଠାଇଥିଲେ ମୁଖ୍ୟମନ୍ତ୍ରୀ। ହେଲେ କେନ୍ଦ୍ର କିଛି କଲେ ନାହିଁ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ପୁଣି କରୋନା ଛନକା: ଗଞ୍ଜାମରେ ଚିହ୍ନଟ ହେଲେ ନୂଆ କୋଭିଡ-୧୯ ଆକ୍ରାନ୍ତ !

କାହିଁକି କୋଶଳୀ ଭାଷା ଆଜି ପର୍ଯ୍ୟନ୍ତ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଯାଇନାହିଁ ବୋଲି ପଚାରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସମ୍ବଲପୁରୀ ଶାଢୀରେ ଥିବା ଇକତ ଡିଜାଇନକୁ ସ୍ଵତନ୍ତ୍ର ପରିଚୟ ଦେବାକୁ ଦିଲ୍ଲୀରେ ଥିବା କୃଷି ଭବନର ଜିଜାଇନ ଏହି ସମ୍ବଲପୁରୀ ଶାଢୀ ଡିଜାଇନରେ କରାଯାଇଛି। ଏହି କୋଠାର ଡିଜାଇନ ସାରା ବିଶ୍ଵରେ ପ୍ରସିଦ୍ଧି ଲାଭ କରିଛି। କଳାଭୂମିରେ ସମ୍ବଲପୁରୀ ଶାଢୀ ମ୍ଯୁଜିଅମ ତିଆରି କରୁଛନ୍ତି। ଅଂଚଳରୁ ଥିବା କେନ୍ଦ୍ରମନ୍ତ୍ରୀ ସମ୍ବଲପୁରୀ ଶାଢୀର ଉନ୍ନତି ଓ ଏହାକୁ ଜୀବିକା କରିଥିବା ବୁଣାକାରଙ୍କ ପାଇଁ କଣ କରିଛନ୍ତି ବୋଲି ପଚାରିଛନ୍ତି।

ଆହୁରି ପଢ଼ନ୍ତୁ: ଭ୍ରମାତ୍ମକ ମନ୍ତବ୍ୟ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ଭର୍ତ୍ତୃହରି: ବିଜେଡି

କେନ୍ଦ୍ରମନ୍ତ୍ରୀ ଚାହିଁଥିଲେ ଏଠାରେ ଟେକ୍ସଟାଇଲ ପାର୍କ କରିପାରିଥାନ୍ତେ। ହେଲେ କଣ କରିଛନ୍ତି ବୋଲି ପଚାରିଛନ୍ତି। ବୁଣାକାରଙ୍କ ସହଯୋଗ ଲାଗି ସମ୍ବଲପୁରୀ ଶାଢୀର ରପ୍ତାନୀ ଲାଗି ପଦକ୍ଷେପ ନେଇପାରିଥାନ୍ତେ। ଏ ଅଂଚଳର ବରପୁତ୍ରଙ୍କ ସ୍ମୃତି ପୀଠ ଲାଗି କେନ୍ଦ୍ରମନ୍ତ୍ରୀ କିଛି କରିନାହାନ୍ତି। ଯାହା ବି କରିଛନ୍ତି ମୁଖ୍ୟମନ୍ତ୍ରୀ ବଡ଼଼ ବଡ଼ ସ୍ମୃତି ପୀଠ କରିଛନ୍ତି। ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର କେନ୍ଦ୍ର ସହ ମିଶି ବେଆଇନ ଆଡ଼ିବନ୍ଧ ଓ ଡ୍ଯାମ ନିର୍ମାଣ କଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ସୁପ୍ରିମକୋର୍ଟରେ ମହାନଦୀ ଟ୍ରିବ୍ଯୁନାଲ ଗଠନ ହେଲା। ଏହି ଟ୍ରିବ୍ଯୁନାଲ ଗଠନକୁ ବିରୋଧ କରିଥିଲେ କେନ୍ଦ୍ର ସରକାର। ସେହି ସମୟରେ ଏଠାକାର କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସହ ଠିଆ ହୋଇଥିଲେ। ସମ୍ବଲପୁର, ବରଗଡ଼ ସହ ଶେଷରେ ଓଡ଼ିଶାକୁ ଭୁଲିଗଲେ କେନ୍ଦ୍ରମନ୍ତ୍ରୀ।

ଆହୁରି ପଢ଼ନ୍ତୁ: ଗଞ୍ଜାମରେ ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଆହତ, ଗୋଡ଼ରେ ବାଜିଛି ଗୁଳି

17 May 2024 By The Sakala

ସମ୍ବଲପୁର ମାଟିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲେ କାର୍ତ୍ତିକ ପାଣ୍ଡିଆନ

ସମ୍ବଲପୁର: ସମ୍ବଲପୁର ମାଟିରୁ କେନ୍ଦ୍ରକୁ ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସମଲୋଚନା। ସମ୍ବଲପୁରରୁ ବିଜେପି ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରିଛନ୍ତି ଏକାଧିକ ପ୍ରଶ୍ନ। କହିଥିଲେ, ଏ ଅଂଚଳର ଭାଷା, କଳା ଓ ସଂସ୍କୃତି ଲାଗି ସମ୍ବଲପୁର ପାଇଛି ସ୍ଵତନ୍ତ୍ର ପରିଚୟ। ସମ୍ବଲପୁରୀ କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଠମ ଅନୁଚ୍ଛେଦରେ ସାମିଲ ଲାଗି ଲଗାତର ୫ ଥର ଧରି ପ୍ରସ୍ତାବ ପଠାଇଥିଲେ ମୁଖ୍ୟମନ୍ତ୍ରୀ। ହେଲେ କେନ୍ଦ୍ର କିଛି କଲେ ନାହିଁ।

କାହିଁକି କୋଶଳୀ ଭାଷା ଆଜି ପର୍ଯ୍ୟନ୍ତ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଯାଇନାହିଁ ବୋଲି ପଚାରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସମ୍ବଲପୁରୀ ଶାଢୀରେ ଥିବା ଇକତ ଡିଜାଇନକୁ ସ୍ଵତନ୍ତ୍ର ପରିଚୟ ଦେବାକୁ ଦିଲ୍ଲୀରେ ଥିବା କୃଷି ଭବନର ଜିଜାଇନ ଏହି ସମ୍ବଲପୁରୀ ଶାଢୀ ଡିଜାଇନରେ କରାଯାଇଛି। ଏହି କୋଠାର ଡିଜାଇନ ସାରା ବିଶ୍ଵରେ ପ୍ରସିଦ୍ଧି ଲାଭ କରିଛି। କଳାଭୂମିରେ ସମ୍ବଲପୁରୀ ଶାଢୀ ମ୍ଯୁଜିଅମ ତିଆରି କରୁଛନ୍ତି। ଅଂଚଳରୁ ଥିବା କେନ୍ଦ୍ରମନ୍ତ୍ରୀ ସମ୍ବଲପୁରୀ ଶାଢୀର ଉନ୍ନତି ଓ ଏହାକୁ ଜୀବିକା କରିଥିବା ବୁଣାକାରଙ୍କ ପାଇଁ କଣ କରିଛନ୍ତି ବୋଲି ପଚାରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଚାହିଁଥିଲେ ଏଠାରେ ଟେକ୍ସଟାଇଲ ପାର୍କ କରିପାରିଥାନ୍ତେ। ହେଲେ କଣ କରିଛନ୍ତି ବୋଲି ପଚାରିଛନ୍ତି। ବୁଣାକାରଙ୍କ ସହଯୋଗ ଲାଗି ସମ୍ବଲପୁରୀ ଶାଢୀର ରପ୍ତାନୀ ଲାଗି ପଦକ୍ଷେପ ନେଇପାରିଥାନ୍ତେ। ଏ ଅଂଚଳର ବରପୁତ୍ରଙ୍କ ସ୍ମୃତି ପୀଠ ଲାଗି କେନ୍ଦ୍ରମନ୍ତ୍ରୀ କିଛି କରିନାହାନ୍ତି। ଯାହା ବି କରିଛନ୍ତି ମୁଖ୍ୟମନ୍ତ୍ରୀ ବଡ଼଼ ବଡ଼ ସ୍ମୃତି ପୀଠ କରିଛନ୍ତି। ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର କେନ୍ଦ୍ର ସହ ମିଶି ବେଆଇନ ଆଡ଼ିବନ୍ଧ ଓ ଡ୍ଯାମ ନିର୍ମାଣ କଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ସୁପ୍ରିମକୋର୍ଟରେ ମହାନଦୀ ଟ୍ରିବ୍ଯୁନାଲ ଗଠନ ହେଲା। ଏହି ଟ୍ରିବ୍ଯୁନାଲ ଗଠନକୁ ବିରୋଧ କରିଥିଲେ କେନ୍ଦ୍ର ସରକାର। ସେହି ସମୟରେ ଏଠାକାର କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସହ ଠିଆ ହୋଇଥିଲେ। ସମ୍ବଲପୁର, ବରଗଡ଼ ସହ ଶେଷରେ ଓଡ଼ିଶାକୁ ଭୁଲିଗଲେ କେନ୍ଦ୍ରମନ୍ତ୍ରୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର