ରାଜଧାନୀରେ କଙ୍ଗାରୁ କୋର୍ଟ; କମେଣ୍ଟମରାକୁ ନେଇ ସଭା ମଝିରେ ଦୁଇ ନାବାଳକଙ୍କୁ ଆଣ୍ଠେଇଦେଲେ ଗ୍ରାମବାସୀ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ଭୁବନେଶ୍ୱରରେ କଙ୍ଗାରୁ କୋର୍ଟ । କମେଣ୍ଟମରାକୁ କେନ୍ଦ୍ର କରି ସଭା ମଝିରେ ଦଣ୍ଡ ଦେଲେ ଲୋକେ । ପୋଲିସ ଉପସ୍ଥିତିରେ ସଭା ମଝିରେ ଦୁଇ ନାବାଳକ ଭାଇ ସମେତ ତାଙ୍କ ବଡ଼ବାପାଙ୍କୁ ଉଠବସ କରାଇବା ସହ ଆଣ୍ଠେଇଛନ୍ତି ସ୍ଥାନୀୟ ଲୋକେ। ବରମୁଣ୍ଡା ପାଲାମଣ୍ଡପ ଠାରେ ଦେଖିବାକୁ ମିଲିଛି ଏପରି ଦୃଶ୍ୟ । ଅଭିଯୋଗ ଅନୁଯାୟୀ, ବରମୁଣ୍ଡାରେ ରହି ଦଶମ ଶ୍ରେଣୀରେ ପଢ଼ୁଥିବା ଦୁଇ ନାବାଳକ ଭାଇଙ୍କର ମଙ୍ଗଳବାର ଦିନ ସ୍କୁଲରେ ଅନ୍ୟ ପିଲାମାନଙ୍କୁ କମେଣ୍ଟ […]

ଭୁବନେଶ୍ୱର: ରାଜଧାନୀରେ ଭୁବନେଶ୍ୱରରେ କଙ୍ଗାରୁ କୋର୍ଟ । କମେଣ୍ଟମରାକୁ କେନ୍ଦ୍ର କରି ସଭା ମଝିରେ ଦଣ୍ଡ ଦେଲେ ଲୋକେ । ପୋଲିସ ଉପସ୍ଥିତିରେ ସଭା ମଝିରେ ଦୁଇ ନାବାଳକ ଭାଇ ସମେତ ତାଙ୍କ ବଡ଼ବାପାଙ୍କୁ ଉଠବସ କରାଇବା ସହ ଆଣ୍ଠେଇଛନ୍ତି ସ୍ଥାନୀୟ ଲୋକେ। ବରମୁଣ୍ଡା ପାଲାମଣ୍ଡପ ଠାରେ ଦେଖିବାକୁ ମିଲିଛି ଏପରି ଦୃଶ୍ୟ ।

ଆହୁରି ପଢ଼ନ୍ତୁ: ବରମୁଣ୍ଡା ବସ ଟର୍ମିନାଲରେ ଅପହରଣ ଉଦ୍ୟମ ପଣ୍ଡ: ଏନଜିଓ କର୍ମୀଙ୍କ କବଳରୁ ଉଦ୍ଧାର ହେଲେ ନାବାଳିକାଙ୍କ ସମେତ ୩ ମହିଳା

ଅଭିଯୋଗ ଅନୁଯାୟୀ, ବରମୁଣ୍ଡାରେ ରହି ଦଶମ ଶ୍ରେଣୀରେ ପଢ଼ୁଥିବା ଦୁଇ ନାବାଳକ ଭାଇଙ୍କର ମଙ୍ଗଳବାର ଦିନ ସ୍କୁଲରେ ଅନ୍ୟ ପିଲାମାନଙ୍କୁ କମେଣ୍ଟ କରିଥିଲେ। ଅଭିଭାବକମାନେ ଘଟଣା ବିଷୟରେ ଜାଣିବା ପରେ ତାଗିଦ୍‍ କରିଥିଲେ ଫଳରେ ବିବାଦ ଦେଖା ଦେଇଥିଲା। ଗାଁ ଲୋକମାନେ ଘଟଣା ବିଷୟରେ ଜାଣିବା ପରେ ଏକ ସଭା ଡ଼କାଇଥିଲେ। ଦୁଇ ନାବାଳକ ଭାଇ, ତାଙ୍କ ବାପା କୈଳାସ ପରଙ୍ଗ, ବଡ଼ବାପା ସୁରେଶ ପରଙ୍ଗ ଓ ତାଙ୍କ ବଡପୁଅ ବୀରଭଦ୍ର ପରଙ୍ଗଙ୍କୁ ସଭାକୁ ଡକାଇଥିଲେ। ଶତାଧିକ ଲୋକଙ୍କ ଉପସ୍ଥିତିରେ ଦୁଇ ନାବାଳକ, ବାପା, ବଡବାପା ଓ ବଡଭାଇଙ୍କୁ କାନ ଧରି ବସଉଠ କରାଇଥିଲେ। ଏଥିସହିତ ମାଟିରେ ଛେପ ପକାଇ ସେଥିରେ ନାକ ଘୋଷାଡି ବାକୁ ବାଧ୍ୟ କରାଇଥିଲେ ବୋଲି ସୁରେଶଙ୍କ ପୁଅ ଶିବ ପରଙ୍ଗ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: କୂଅ ସଫାବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମୃତ, ୨ ଗୁରୁତର

କଙ୍ଗାରୁ କୋର୍ଟର ଦଣ୍ଡ ବିଧାନ ପରେ ବାପା-ପୁଅ ଓ ପୁଅର ସାଙ୍ଗ ଘରକୁ ଫେରିଥିଲେ । ଘରେ ପହଞ୍ଚିଲା ବେଳକୁ ସୋସିଆଲ୍‌ ମିଡିଆରେ ବାପାଙ୍କ ସହ ଆଣ୍ଠେଇବା ଭିଡିଓ ଦେଖି ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ ଯୁବକ ଜଣଙ୍କ । ଲୋକ ଲଜ୍ଜା ଭୟରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ଫିନାଇଲ୍‌ ପିଇ ଦେଇଥିଲେ । ଅବସ୍ଥା ଗୁରୁତର ହୋଇପଡ଼ିବାରୁ ପରିବାର ଲୋକ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ବରମୁଣ୍ଡା ଅଞ୍ଚଳର କିଛି ଭଦ୍ରବ୍ୟକ୍ତି ଘଟଣା ବିଷୟରେ ପୁଲିସ୍‌କୁ ଜଣାଇଥିଲେ । ପୁଲିସ୍‌ ଘଟଣାର ସତ୍ୟାସତ୍ୟ ନେଇ ତଦନ୍ତ କରୁଛି । ଯେଉଁମାନେ ଏମିତି କାଣ୍ଡ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠ ନିଆଯିବ ବୋଲି ପୁଲିସ୍‌ କହିଛି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଧକ୍କା ଦେଲା କଣ୍ଟେନର, ଚାଲିଗଲା ୨ ଜଣଙ୍କ ଜୀବନ

09 Dec 2022 By The Sakala

ରାଜଧାନୀରେ କଙ୍ଗାରୁ କୋର୍ଟ; କମେଣ୍ଟମରାକୁ ନେଇ ସଭା ମଝିରେ ଦୁଇ ନାବାଳକଙ୍କୁ ଆଣ୍ଠେଇଦେଲେ ଗ୍ରାମବାସୀ

ଭୁବନେଶ୍ୱର: ରାଜଧାନୀରେ ଭୁବନେଶ୍ୱରରେ କଙ୍ଗାରୁ କୋର୍ଟ । କମେଣ୍ଟମରାକୁ କେନ୍ଦ୍ର କରି ସଭା ମଝିରେ ଦଣ୍ଡ ଦେଲେ ଲୋକେ । ପୋଲିସ ଉପସ୍ଥିତିରେ ସଭା ମଝିରେ ଦୁଇ ନାବାଳକ ଭାଇ ସମେତ ତାଙ୍କ ବଡ଼ବାପାଙ୍କୁ ଉଠବସ କରାଇବା ସହ ଆଣ୍ଠେଇଛନ୍ତି ସ୍ଥାନୀୟ ଲୋକେ। ବରମୁଣ୍ଡା ପାଲାମଣ୍ଡପ ଠାରେ ଦେଖିବାକୁ ମିଲିଛି ଏପରି ଦୃଶ୍ୟ ।

ଅଭିଯୋଗ ଅନୁଯାୟୀ, ବରମୁଣ୍ଡାରେ ରହି ଦଶମ ଶ୍ରେଣୀରେ ପଢ଼ୁଥିବା ଦୁଇ ନାବାଳକ ଭାଇଙ୍କର ମଙ୍ଗଳବାର ଦିନ ସ୍କୁଲରେ ଅନ୍ୟ ପିଲାମାନଙ୍କୁ କମେଣ୍ଟ କରିଥିଲେ। ଅଭିଭାବକମାନେ ଘଟଣା ବିଷୟରେ ଜାଣିବା ପରେ ତାଗିଦ୍‍ କରିଥିଲେ ଫଳରେ ବିବାଦ ଦେଖା ଦେଇଥିଲା। ଗାଁ ଲୋକମାନେ ଘଟଣା ବିଷୟରେ ଜାଣିବା ପରେ ଏକ ସଭା ଡ଼କାଇଥିଲେ। ଦୁଇ ନାବାଳକ ଭାଇ, ତାଙ୍କ ବାପା କୈଳାସ ପରଙ୍ଗ, ବଡ଼ବାପା ସୁରେଶ ପରଙ୍ଗ ଓ ତାଙ୍କ ବଡପୁଅ ବୀରଭଦ୍ର ପରଙ୍ଗଙ୍କୁ ସଭାକୁ ଡକାଇଥିଲେ। ଶତାଧିକ ଲୋକଙ୍କ ଉପସ୍ଥିତିରେ ଦୁଇ ନାବାଳକ, ବାପା, ବଡବାପା ଓ ବଡଭାଇଙ୍କୁ କାନ ଧରି ବସଉଠ କରାଇଥିଲେ। ଏଥିସହିତ ମାଟିରେ ଛେପ ପକାଇ ସେଥିରେ ନାକ ଘୋଷାଡି ବାକୁ ବାଧ୍ୟ କରାଇଥିଲେ ବୋଲି ସୁରେଶଙ୍କ ପୁଅ ଶିବ ପରଙ୍ଗ ଅଭିଯୋଗ କରିଛନ୍ତି।

କଙ୍ଗାରୁ କୋର୍ଟର ଦଣ୍ଡ ବିଧାନ ପରେ ବାପା-ପୁଅ ଓ ପୁଅର ସାଙ୍ଗ ଘରକୁ ଫେରିଥିଲେ । ଘରେ ପହଞ୍ଚିଲା ବେଳକୁ ସୋସିଆଲ୍‌ ମିଡିଆରେ ବାପାଙ୍କ ସହ ଆଣ୍ଠେଇବା ଭିଡିଓ ଦେଖି ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ ଯୁବକ ଜଣଙ୍କ । ଲୋକ ଲଜ୍ଜା ଭୟରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ଫିନାଇଲ୍‌ ପିଇ ଦେଇଥିଲେ । ଅବସ୍ଥା ଗୁରୁତର ହୋଇପଡ଼ିବାରୁ ପରିବାର ଲୋକ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ବରମୁଣ୍ଡା ଅଞ୍ଚଳର କିଛି ଭଦ୍ରବ୍ୟକ୍ତି ଘଟଣା ବିଷୟରେ ପୁଲିସ୍‌କୁ ଜଣାଇଥିଲେ । ପୁଲିସ୍‌ ଘଟଣାର ସତ୍ୟାସତ୍ୟ ନେଇ ତଦନ୍ତ କରୁଛି । ଯେଉଁମାନେ ଏମିତି କାଣ୍ଡ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠ ନିଆଯିବ ବୋଲି ପୁଲିସ୍‌ କହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର