ସ୍ବାବଲମ୍ବୀ କରାଉଛି ମିଶନ ଶକ୍ତି: କୁକୁଡ଼ା ଚାଷ କରି ମହିଳା ହେବେ ଆତ୍ମନିର୍ଭରଶୀଳ

The Sakala Picture
Published On

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବିଭିନ୍ନ ପଞ୍ଚାୟତର ଗାଁ ମାନଙ୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀରଂଜନ ମହନ୍ତଙ୍କ ଇଚ୍ଛା ଶକ୍ତି ଏବଂ ମିଶନ ଶକ୍ତି ବ୍ଲକ ସଂଯୋଜକ ବାଦଲ ନାଏ ଙ୍କ ଉଦ୍ୟମ ଫଳରେ ମହିଳାମାନେ କିଭଳି ଆର୍ଥିକ ସ୍ବାବଲମ୍ବୀ ହୋଇ ପାରିବେ ସେନେଇ  ବିଭିନ୍ନ ପଦକ୍ଷେପ ମାନ ନିଆଯାଉଛି। ବର୍ତ୍ତମାନ ସମୟରେ କୁକୁଡ଼ା ପାଳନ କରି ଅଣ୍ଡା ବିକ୍ରି କରି କେମିତି ଲାଭବାନ ହେବେ ସେନେଇ ଏକ ପଦକ୍ଷେପ ନିଆଯାଇଛି । ଏଥିପାଇଁ ଚଳିତ […]

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବିଭିନ୍ନ ପଞ୍ଚାୟତର ଗାଁ ମାନଙ୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀରଂଜନ ମହନ୍ତଙ୍କ ଇଚ୍ଛା ଶକ୍ତି ଏବଂ ମିଶନ ଶକ୍ତି ବ୍ଲକ ସଂଯୋଜକ ବାଦଲ ନାଏ ଙ୍କ ଉଦ୍ୟମ ଫଳରେ ମହିଳାମାନେ କିଭଳି ଆର୍ଥିକ ସ୍ବାବଲମ୍ବୀ ହୋଇ ପାରିବେ ସେନେଇ  ବିଭିନ୍ନ ପଦକ୍ଷେପ ମାନ ନିଆଯାଉଛି। ବର୍ତ୍ତମାନ ସମୟରେ କୁକୁଡ଼ା ପାଳନ କରି ଅଣ୍ଡା ବିକ୍ରି କରି କେମିତି ଲାଭବାନ ହେବେ ସେନେଇ ଏକ ପଦକ୍ଷେପ ନିଆଯାଇଛି । ଏଥିପାଇଁ ଚଳିତ ବର୍ଷ ଜୁଲାଇ ମାସରୁ ବ୍ଲକର କାସିନି ପଦର ପଞ୍ଚାୟତ ତଳପଡା, ତର୍ଗାବାଲି,ଫିରିଙ୍ଗିଆ ପଞ୍ଚାୟତ ନାହାଣା ଗାଁ,ପଲାବୃଡି ପଞ୍ଚାୟତ ନେଡିପଦର,ଗୋଛାପଡା ପଞ୍ଚାୟତ ଖଜୁରୀ ଗାଁ,ତଳଦଣ୍ଡିକିଆ ପଞ୍ଚାୟତର ଉପର ଦଣ୍ଡିକିଆ ଠାରେ  କୁକୁଡ଼ା ଘର ନିର୍ମାଣ ପାଇଁ ମନରେଗା ଯୋଜନା ମାଧ୍ୟମରେ ୨ ଲକ୍ଷ ୧୦ ହଜାର ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛି। ଏଥିରେ ୨୦୦ ଟି ଅଣ୍ଡା ଦିଆ କୁକୁଡ଼ା ରହିପାରିବେ, ଫଳରେ ଚାଷି ଅଣ୍ଡା ବିକ୍ରି କରି ଅଧିକ ଲାଭ ବାନ ହୋଇ ପାରିବେ, ଏହାକୁ କିଭଳି ନିର୍ମିତ ହେବ ସେଥିପାଇଁ ସେହି ପଞ୍ଚାୟତର ବିଏଫଟି, ଗ୍ରାମ ରୋଜଗାର ସେବକ, କନିଷ୍ଠ ଯନ୍ତ୍ରୀ ଓ ବ୍ଲକ ପ୍ରାଣୀ ଚିକିତ୍ସକ ରଶ୍ମୀରଂଜନ ମହାପାତ୍ର ଉପସ୍ଥିତ ରହି ଲେଆଉଟ ପ୍ରସ୍ତୁତି କରାଯାଇଛି। ଏହି ଘର ଠିକାଦାରଙ୍କୁ ନ ଦେଇ ସ୍ଵୟଂସହାୟକ ଗୋଷ୍ଠୀର ମହିଳା ମାନେ ନିଜେ ତିଆରି କରି ନିଜର ଶ୍ରମିକ କାଡ ମାଧ୍ୟମରେ ରୋଜଗାର କରିପାରିବେ ବୋଲି କହିଛନ୍ତି ।ବର୍ତ୍ତମାନ ୭ଟି ସ୍ଥାନରେ କାର୍ଯ୍ୟ ଆରମ୍ଭ ହୋଇ ଥିବା ବେଳେ ରତଙ୍ଗ, ବାଲନ୍ଦା ପଡା, ଖଜୁରୀ ପଡା ଠାରେ ଯଥା ଶୀଘ୍ର କାମ ଆରମ୍ଭ ହେବ ବୋଲି ବିଭାଗୀୟ ସୁତ୍ରରୁ ଖବର ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର