ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ତୁଷାର ପାତ

The Sakala Picture
Published On

ଦାରିଙ୍ଗବାଡ଼ି: ଆଜି ଚଳିତ ବର୍ଷର ପ୍ରଥମ ତୁଷାର ପାତ ହୋଇଥିବା ଦେଖାଯାଇଛି। ଇଲେକ୍ଟ୍ରିକ ଅଫିସ ପଛ, ଡୁଲୁରି ସାହି ନିକଟ ଥିବା ପାଣି ଟାଙ୍କି ପାର୍ଶ୍ୱରେ ଏବଂ ସିକପାଟା ଯିବା ରାସ୍ତାର ଏକ ପାଳ ଗଦା ଉପରେ ତୁଷାର ପାତ ହୋଇଥିବା ଜଣାପଡ଼ିଛି। ଗତ କାଲି ୮.୫ ଡ଼ିଗ୍ରୀ ସେଲସିୟସ ରହିଥିବା ବେଳେ ଆଜି ହଠାତ୍ ୪.୫ ଡ଼ିଗ୍ରୀ ତଳକୁ ଖସି ଆସି ୪ ଡ଼ିଗ୍ରୀ ରେ ପହଞ୍ଚିଛି। ଦାରିଙ୍ଗବାଡ଼ି ର ତାପମାତ୍ରା ୪ ଡ଼ିଗ୍ରୀ ସେଲସିୟସ […]

ଦାରିଙ୍ଗବାଡ଼ି: ଆଜି ଚଳିତ ବର୍ଷର ପ୍ରଥମ ତୁଷାର ପାତ ହୋଇଥିବା ଦେଖାଯାଇଛି। ଇଲେକ୍ଟ୍ରିକ ଅଫିସ ପଛ, ଡୁଲୁରି ସାହି ନିକଟ ଥିବା ପାଣି ଟାଙ୍କି ପାର୍ଶ୍ୱରେ ଏବଂ ସିକପାଟା ଯିବା ରାସ୍ତାର ଏକ ପାଳ ଗଦା ଉପରେ ତୁଷାର ପାତ ହୋଇଥିବା ଜଣାପଡ଼ିଛି। ଗତ କାଲି ୮.୫ ଡ଼ିଗ୍ରୀ ସେଲସିୟସ ରହିଥିବା ବେଳେ ଆଜି ହଠାତ୍ ୪.୫ ଡ଼ିଗ୍ରୀ ତଳକୁ ଖସି ଆସି ୪ ଡ଼ିଗ୍ରୀ ରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ଦାରିଙ୍ଗବାଡ଼ି ର ତାପମାତ୍ରା ୪ ଡ଼ିଗ୍ରୀ ସେଲସିୟସ ରହିଥିବା ବେଳେ ଏହାର ଆଭ୍ୟନ୍ତ ଇଲାକାରେ  ଜିରୋ ଡ଼ିଗ୍ରୀ ତଳେ ରହୁଥିବାରୁ ଏଭଳି ତୁଷାର ପାତ ହୋଇଥିବା ଅନୁମାନ କରାଯାଉଛି। ଫଳରେ ଅଧିକ ଜାଡ଼ ଅନୁଭବ ହେଉଛି ଏବଂ ଥରୁଛି ଓଡିଶାର କାଶ୍ମୀର ଦାରିଙ୍ଗବାଡ଼ି । ଜାଡ଼ ସାଙ୍ଗକୁ ବୃଦ୍ଧି ପାଉଛି କୁହୁଡ଼ି । ଆଜି ହଠାତ୍ ତାପମାତ୍ର ହ୍ରାସ ପାଇବା ଫଳରେ ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଉଛି । ସକାଳୁ ଉଠି ହେଉନାହିଁ । ଲୋକଙ୍କୁ ଶୀତରୁ ରକ୍ଷା ପାଇବା ପାଇଁ ଦିନସାରା ଶୀତବସ୍ତ୍ର ପରିଧାନ କରି ରହିବାକୁ ପଡୁଛି । ହାଡ଼ ଭଙ୍ଗା ଶୀତରେ ହାତ, ଗୋଡ଼ ସବୁ କାଳୁଆ ପଡ଼ିଯାଉଛି । ଶ୍ରମିକ ଶ୍ରେଣୀର ଲୋକ କାମଧନ୍ଦାକୁ ସଠିକ ସମୟରେ ଯାଇପାରୁନାହାନ୍ତି । ଗରିବ ଶ୍ରେଣୀର ଲୋକଙ୍କ ପାଖରେ ଶୀତ ବସ୍ତ୍ର ଅଭାବ ଥିବା ଯୋଗୁଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇ ଅସହ୍ୟ ଯନ୍ତ୍ରଣାରେ ଭୋଗୁଛନ୍ତି । କେହି କେହି ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ଶୀତରୁ ରକ୍ଷାପାଇବାକୁ ଚେଷ୍ଟା କରୁଛନ୍ତି । ସାଙ୍ଗକୁ କୁହୁଡ଼ି ଦାରିଙ୍ଗବାଡ଼ିର ଚତୁପାର୍ଶ୍ବରେ ବଳୟ ହୋଇ ରହୁଛି। ସମୟ ସମୟରେ କୁହୁଡ଼ି ଆସ୍ତରଣ ବଢ଼ିବା ଯାଏ । ଫଳରେ ସକାଳେ ରାସ୍ତାରେ ଯିବା ଆସିବା ବେଳେ ସଠିକ ଭାବେ ରାସ୍ତା ଦେଖାଯାଉ ନ ଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି । କିଛି ଦିନ ପୂର୍ବରୁ କୁହୁଡ଼ି ଅତ୍ୟଧିକ ହୋଇଥିବା ଯୋଗୁଁ କାର୍ ଏକ ପୋଲ ତଳେ ଓଲଟି ପଡ଼ିଥିଲା। ଏପଟେ ଚଳିତ ବର୍ଷର ତୁଷାର ପାତ ଦାରିଙ୍ଗବାଡ଼ିର ପର୍ଯ୍ୟଟକଙ୍କ ପାଇଁ ଖୁସି ଆଣିଦେଇଛି । ଶୀତର ମଜା ନେବାପାଇଁ ଦାରିଙ୍ଗବାଡ଼ିକୁ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି ।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ନିର୍ଦ୍ଦୋଷରେ ଖଲାସ, କିନ୍ତୁ ଜେଲରୁ ମିଳିବନି ମୁକ୍ତି

20 Dec 2021 By The Sakala

ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ତୁଷାର ପାତ

ଦାରିଙ୍ଗବାଡ଼ି: ଆଜି ଚଳିତ ବର୍ଷର ପ୍ରଥମ ତୁଷାର ପାତ ହୋଇଥିବା ଦେଖାଯାଇଛି। ଇଲେକ୍ଟ୍ରିକ ଅଫିସ ପଛ, ଡୁଲୁରି ସାହି ନିକଟ ଥିବା ପାଣି ଟାଙ୍କି ପାର୍ଶ୍ୱରେ ଏବଂ ସିକପାଟା ଯିବା ରାସ୍ତାର ଏକ ପାଳ ଗଦା ଉପରେ ତୁଷାର ପାତ ହୋଇଥିବା ଜଣାପଡ଼ିଛି। ଗତ କାଲି ୮.୫ ଡ଼ିଗ୍ରୀ ସେଲସିୟସ ରହିଥିବା ବେଳେ ଆଜି ହଠାତ୍ ୪.୫ ଡ଼ିଗ୍ରୀ ତଳକୁ ଖସି ଆସି ୪ ଡ଼ିଗ୍ରୀ ରେ ପହଞ୍ଚିଛି।

ଦାରିଙ୍ଗବାଡ଼ି ର ତାପମାତ୍ରା ୪ ଡ଼ିଗ୍ରୀ ସେଲସିୟସ ରହିଥିବା ବେଳେ ଏହାର ଆଭ୍ୟନ୍ତ ଇଲାକାରେ  ଜିରୋ ଡ଼ିଗ୍ରୀ ତଳେ ରହୁଥିବାରୁ ଏଭଳି ତୁଷାର ପାତ ହୋଇଥିବା ଅନୁମାନ କରାଯାଉଛି। ଫଳରେ ଅଧିକ ଜାଡ଼ ଅନୁଭବ ହେଉଛି ଏବଂ ଥରୁଛି ଓଡିଶାର କାଶ୍ମୀର ଦାରିଙ୍ଗବାଡ଼ି । ଜାଡ଼ ସାଙ୍ଗକୁ ବୃଦ୍ଧି ପାଉଛି କୁହୁଡ଼ି । ଆଜି ହଠାତ୍ ତାପମାତ୍ର ହ୍ରାସ ପାଇବା ଫଳରେ ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଉଛି । ସକାଳୁ ଉଠି ହେଉନାହିଁ । ଲୋକଙ୍କୁ ଶୀତରୁ ରକ୍ଷା ପାଇବା ପାଇଁ ଦିନସାରା ଶୀତବସ୍ତ୍ର ପରିଧାନ କରି ରହିବାକୁ ପଡୁଛି । ହାଡ଼ ଭଙ୍ଗା ଶୀତରେ ହାତ, ଗୋଡ଼ ସବୁ କାଳୁଆ ପଡ଼ିଯାଉଛି । ଶ୍ରମିକ ଶ୍ରେଣୀର ଲୋକ କାମଧନ୍ଦାକୁ ସଠିକ ସମୟରେ ଯାଇପାରୁନାହାନ୍ତି । ଗରିବ ଶ୍ରେଣୀର ଲୋକଙ୍କ ପାଖରେ ଶୀତ ବସ୍ତ୍ର ଅଭାବ ଥିବା ଯୋଗୁଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇ ଅସହ୍ୟ ଯନ୍ତ୍ରଣାରେ ଭୋଗୁଛନ୍ତି । କେହି କେହି ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ଶୀତରୁ ରକ୍ଷାପାଇବାକୁ ଚେଷ୍ଟା କରୁଛନ୍ତି । ସାଙ୍ଗକୁ କୁହୁଡ଼ି ଦାରିଙ୍ଗବାଡ଼ିର ଚତୁପାର୍ଶ୍ବରେ ବଳୟ ହୋଇ ରହୁଛି। ସମୟ ସମୟରେ କୁହୁଡ଼ି ଆସ୍ତରଣ ବଢ଼ିବା ଯାଏ । ଫଳରେ ସକାଳେ ରାସ୍ତାରେ ଯିବା ଆସିବା ବେଳେ ସଠିକ ଭାବେ ରାସ୍ତା ଦେଖାଯାଉ ନ ଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି । କିଛି ଦିନ ପୂର୍ବରୁ କୁହୁଡ଼ି ଅତ୍ୟଧିକ ହୋଇଥିବା ଯୋଗୁଁ କାର୍ ଏକ ପୋଲ ତଳେ ଓଲଟି ପଡ଼ିଥିଲା। ଏପଟେ ଚଳିତ ବର୍ଷର ତୁଷାର ପାତ ଦାରିଙ୍ଗବାଡ଼ିର ପର୍ଯ୍ୟଟକଙ୍କ ପାଇଁ ଖୁସି ଆଣିଦେଇଛି । ଶୀତର ମଜା ନେବାପାଇଁ ଦାରିଙ୍ଗବାଡ଼ିକୁ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର