ହତ୍ୟା ମାମଲାରେ ନୀରିହଙ୍କୁ ଗିରଫ ଧମକ ଦେଇ ଲାଞ୍ଚ ନେବା ମାମଲା: ପୂର୍ବତନ ଚକାପାଦ ଥାନା ଅଧିକାରୀଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ଜରିମାନା

The Sakala Picture
Published On

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ଥାନାର ତକ୍ରାଳୀନ ଭାରପ୍ରାପ୍ତ ଥାନା ଅଧିକାରୀ ସବ୍‌ ଇନ୍ସପେକ୍ଟର ହରିବନ୍ଧୁ ପରିଡା ଏକ ହତ୍ୟା ମାମଲାରେ ନୀରିହଙ୍କୁ ଧମକାଇ ଲାଞ୍ଚ ନେବା ମହଙ୍ଗା ପଡିଛି। ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ଜାଲରେ ପଡିଥିଲେ ହରିବନ୍ଧୁ ପରିଡା । ଏହି ମାମଲାର ବିଚାର କରି ଆଜି ସ୍ତାନୀୟ ସ୍ୱତନ୍ତ୍ର ଭିଜିଲାନସ୍‌ କୋର୍ଟ ଏସଆଇ ହରିବନ୍ଧୁ ପରିଡାଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦେଶ ଦେଇଛନ୍ତି । ଏହା ସହିତ […]

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ଥାନାର ତକ୍ରାଳୀନ ଭାରପ୍ରାପ୍ତ ଥାନା ଅଧିକାରୀ ସବ୍‌ ଇନ୍ସପେକ୍ଟର ହରିବନ୍ଧୁ ପରିଡା ଏକ ହତ୍ୟା ମାମଲାରେ ନୀରିହଙ୍କୁ ଧମକାଇ ଲାଞ୍ଚ ନେବା ମହଙ୍ଗା ପଡିଛି। ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ଜାଲରେ ପଡିଥିଲେ ହରିବନ୍ଧୁ ପରିଡା । ଏହି ମାମଲାର ବିଚାର କରି ଆଜି ସ୍ତାନୀୟ ସ୍ୱତନ୍ତ୍ର ଭିଜିଲାନସ୍‌ କୋର୍ଟ ଏସଆଇ ହରିବନ୍ଧୁ ପରିଡାଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦେଶ ଦେଇଛନ୍ତି । ଏହା ସହିତ ଦଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଥିବା ବେଳେ ଜୋରିମାନା ଅନାଦେୟ ଅତିରିକ୍ତ ଚାରି ମାସ ଜେଲଦଣ୍ଡ ଭୋଗିବାକୁ ନିର୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନସ୍‌ ଜଜ୍‌ ସନ୍ତୋଷ କୁମାର ଜେନା । ପୂବତନ ଏସଆଇ ଶ୍ରୀ ପରିଡାଙ୍କ ନିଜ ଘର ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଗହଂଗ ନିକଟ ନାହାଡା ଗାଁରେ ହୋଇଥିବା ବେଳେ ବର୍ତମାନ ସେ ବ୍ରହ୍ମପୁର ଗଣପତି ନଗର ୪ର୍ଥ ଲାଇନରେ ରହୁଛନ୍ତି । ସେ ୨୦୨୧ ଜୁନ୍‌ ୩୦ ତାରିଖରୁ ସରକାରୀ ଚାକିରିରୁ ଅବସର ନେଇସାରିଛନ୍ତି । ଆଜି ଦଣ୍ଡାଦେଶ ହେବା ପରେ ୩୦ ହଜାର ଟଙ୍କାର ତିନୋଟି ସିଓରିଟିରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

କୋର୍ଟରୁ ମିଳିଥିବା ସୂଚନା ଅନୁସାରେ, ୨୦୧୮ ଜୁଲାଇ ସତର ତାରିଖରେ ଚକାପାଦ ଥାନା ଅଞ୍ଚଳରେ ରଙ୍କନିଧି ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଥାନାରେ ୧୬-୨୦୧୮ରେ ମାମଲା ରୁଜୁ କରି ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଭାରପ୍ରାପ୍ତ ଚକାପାଦ ଥାନା ଅଧିକାରୀ ଶ୍ରୀ ପରିଡା। ପରେ କିନ୍ତୁ ଅନ୍ୟ ନିରିହଙ୍କୁ ଗିରଫର ଧମକ ଦେଉଥିଲେ। ହତ୍ୟା ମାମଲାରେ ତିଳେ ମାତ୍ର ସଂପୃକ୍ତି ନ ଥାଇ ନିରିହ ଗ୍ରାମବାସୀଙ୍କୁ ପୁଲିସ ଓ ଆଇନର ନାଲି ଆଖି ଦେଖାଇ ମାମଲାରେ ଖଞ୍ଜି ଗିରଫ କରିବାକୁ ଧମକ ଦେବା ପରେ ଆତଙ୍କିତ ନିରିହ ଗ୍ରାମବାସୀ ଭିଜିଲାନସର ଶରଣ ପଶିଥିଲେ। ଚାହାଲି ପଞ୍ଚାୟତ ଅନ୍ତର୍ଗତ ବାଇଲୋ ବଞ୍ଜାରା ଗାଁର ଜେନା ମଲିକଙ୍କୁ ଏପରି ଧମକ ପରେ ୨୦୧୮ ଅଗଷ୍ଟ ୧୫ ତାରିଖରେ ସେ ଫୁଲବାଣୀ ଭିଜିଲାନସରେ ଅଭିଯୋଗ କରିଥିଲେ । ଫୁଲବାଣୀ ଭିଜିଲାନସ୍‌ ୟୁନିଟ ଦେଇଥିବା ରାସାୟନିକ ବୋଳା ଦଶହଜାର ଟଙ୍କା ଜେନା ମଲିକ ଠାରୁ ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନସ୍‌ ଟିମ୍‌ ଲାଞ୍ଚ ଟଙ୍କା ସହିତ କାବୁ କରିନେଇଥିଲେ ଥାନା ଅଧିକାରୀଙ୍କୁ। ବ୍ରହ୍ମପୁର ଭିଜିଲାନସ୍‌ ଥାନାରେ ୩୪-୨୦୧୮ରେ ଏକ ମାମଲା ରୁଜୁ କରାଯିବା ସହିତ ଗିରଫ ଥାନା ଅଧିକାରୀଙ୍କୁ ସେତେବେଳେ କୋର୍ଟ ଚାଲାଣ କରିଥିଲେ ଫୁଲବାଣୀ ଭିଜିଲାନସ୍‌ ୟୁନିଟ୍‌ । ୨୦୧୭ ଅଗଷ୍ଟ ଆଠ ତାରିଖରୁ ଚକାପାଦ ଥାନା ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ ଏସଆଇ ହରିବନ୍ଧୁ ପରିଡା। ଏହି ମାମଲାକୁ ତକ୍ରାଳୀନ ଇନ୍ସପେକ୍ଟର ତଥା ବର୍ତମାନ ଡିଏସପି ପୁଲସ୍ତି ଛତ୍ରିଆ ତଦନ୍ତ କରିଥିଲେ। ବିଚାରଣ ବେଳେ ଏହି ମାମଲାରେ କୋର୍ଟରେ ଦଶ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। କୋର୍ଟରେ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଭିଜିଲାନ୍ସ ପିପି ଭି ଭି ରାମଦାସ ଏହି ମାମଲାକୁ ପରିଚାଳନା କରିଥିଲେ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

20 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର