‘ସରକାରୀ ସ୍କୁଲ ଏବଂ କଠିନ ପରିଶ୍ରମ ଦେଇଛି ସଫଳତା ‘; ଓଏଏସ ପରୀକ୍ଷାରେ ସପ୍ତମ ରାଙ୍କ ରଖିଲେ ଫୁଲବାଣୀର ଶୁଭଶ୍ରୀ ରଥ

The Sakala Picture
Published On

ଫୁଲବାଣୀ: ସଦ୍ୟ ପ୍ରକାଶିତ ଓଏଏସ ପରୀକ୍ଷାରେ ଫୁଲବାଣୀ ସହରର ଶୁଭଶ୍ରୀ ରଥ ସପ୍ତମ ରାଙ୍କ ରଖି ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରହି ସଫଳତା ହାସଲ କରିଛନ୍ତି। ତାଙ୍କ ସଫଳତା ଜିଲ୍ଲା ପାଇଁ ଗୌରବ ଆଣିଥିବା ବେଳେ ସରକାରୀ ସ୍କୁଲର ଛାତ୍ର ଛାତ୍ରୀ ଯେ କୌଣସି ଗୁଣରେ କମ୍ ନୁହନ୍ତି ବୋଲି ପ୍ରତିପାଦିତ କରିଛନ୍ତି। ପ୍ରଥମରୁ କଲେଜ୍ ଯାଏଁ ସେ ସରକାରୀ ସ୍କୁଲରେ ପାଠ ପଢ଼ିଛନ୍ତି। ଫୁଲବାଣୀ ସାହି ସରକାରୀ ୟୁଜିଏମ୍ଇ ସ୍କୁଲ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ସରକାରୀ […]

ଫୁଲବାଣୀ: ସଦ୍ୟ ପ୍ରକାଶିତ ଓଏଏସ ପରୀକ୍ଷାରେ ଫୁଲବାଣୀ ସହରର ଶୁଭଶ୍ରୀ ରଥ ସପ୍ତମ ରାଙ୍କ ରଖି ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରହି ସଫଳତା ହାସଲ କରିଛନ୍ତି। ତାଙ୍କ ସଫଳତା ଜିଲ୍ଲା ପାଇଁ ଗୌରବ ଆଣିଥିବା ବେଳେ ସରକାରୀ ସ୍କୁଲର ଛାତ୍ର ଛାତ୍ରୀ ଯେ କୌଣସି ଗୁଣରେ କମ୍ ନୁହନ୍ତି ବୋଲି ପ୍ରତିପାଦିତ କରିଛନ୍ତି। ପ୍ରଥମରୁ କଲେଜ୍ ଯାଏଁ ସେ ସରକାରୀ ସ୍କୁଲରେ ପାଠ ପଢ଼ିଛନ୍ତି। ଫୁଲବାଣୀ ସାହି ସରକାରୀ ୟୁଜିଏମ୍ଇ ସ୍କୁଲ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ,ଭୁବନେଶ୍ୱର ଓୟୁଏଟିରେ ପଢ଼ିଛନ୍ତି ଶୁଭଶ୍ରୀ। ପରେ ୨୦୧୬ ମସିହାରୁ ସ୍ଥାନୀୟ ଜାତୀୟ ସ୍ୱାସ୍ଥ୍ୟ ମିଶନରେ ଅର୍ବାନ ଡାଟା ମ୍ୟାନେଜର ଭାବରେ କାର୍ଯ୍ୟରତ ଅଛନ୍ତି। ଦୁଇ ଥର ସାକ୍ଷାତକାର ପରେ ତୃତୀୟ ଚାନସ୍ ରେ ସଫଳତା ପାଇଛନ୍ତି।

ଆହୁରି ପଢ଼ନ୍ତୁ: ବରଗଡ଼ ପୁରୁଣା ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଅଟକ

ଶୁଭଶ୍ରୀଙ୍କ ବାପା ଦୁର୍ଯ୍ୟୋଧନ ରଥ ବରିଷ୍ଠ ଫାର୍ମାସିଷ୍ଟ ଭାବେ ଜିଲ୍ଲା ମେଡିକାଲରୁ ଚାକିରିରୁ ଅବସର ନେଇଛନ୍ତି । ମାଆ ସୁମତି ରଥ ଗୃହିଣୀ ହୋଇଥିବା ବେଳେ ଭାଇ ଆଇ ଆଇ ଟି ମୁମ୍ବାଇରୁ ପାସ କରିଛନ୍ତି। ସରକାରୀ ସ୍କୁଲ କୌଣସି ଗୁଣରେ କମ୍ ନୁହେଁ ବୋଲି କହିଥିବା ବେଳେ ବିନା କୋଚିଂ ରେ ଅନ ଲାଇନ୍ ଷ୍ଟଡି ମାଧ୍ୟମରେ ମଧ୍ୟ କଠିନ ଓ ନିରନ୍ତର ପରିଶ୍ରମ ଦ୍ଵାରା ସଫଳତା ମିଳି ପାରିବ ବୋଲି କହିଛନ୍ତି ଶୁଭଶ୍ରୀ। ଶୁଭଶ୍ରୀଙ୍କ ସଫଳତା ପରେ ଗତ କିଛି ବର୍ଷ ଧରି ଫୁଲବାଣୀର ଛାତ୍ର ଛାତ୍ରୀ ମାନେ ଓ ଏ ଏସ ପରୀକ୍ଷାରେ ଷଷ୍ଠ ଓ ସପ୍ତମ ସ୍ଥାନ ବଜାୟ ରଖିବା ପରମ୍ପରା ସୃଷ୍ଟି କରିଛନ୍ତି ବୋଲି ଆଲୋଚନା କରୁଛନ୍ତି ସ୍ଥାନୀୟ ଲୋକେ। ପୂର୍ବରୁ ଏମ ଅନୁରାଧା, କିରଣ ମହାନ୍ତି ମଧ୍ୟ ଅନୁରୂପ ସ୍ଥାନ ପାଇଥିଲେ।

ଆହୁରି ପଢ଼ନ୍ତୁ: ଉପର ମୁଣ୍ଡରେ ପ୍ରବଳ ବର୍ଷା; ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍, ମୋଟ୍ ୧୬ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ଶୁଭଶ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ମନୋଜ ଉପାଧ୍ୟାୟ, ଏନ୍ ଏଚ୍ ଏମ ଅଧିକାରୀ କର୍ମଚାରୀଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀ ଅଭିନନ୍ଦନ ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବାହୁଡା ଯାତ୍ରା: ଆଜି ଗଡିବ ନନ୍ଦିଘୋଷ ଓ ଦର୍ପଦଳନ ରଥ

08 Oct 2022 By The Sakala

‘ସରକାରୀ ସ୍କୁଲ ଏବଂ କଠିନ ପରିଶ୍ରମ ଦେଇଛି ସଫଳତା ‘; ଓଏଏସ ପରୀକ୍ଷାରେ ସପ୍ତମ ରାଙ୍କ ରଖିଲେ ଫୁଲବାଣୀର ଶୁଭଶ୍ରୀ ରଥ

ଫୁଲବାଣୀ: ସଦ୍ୟ ପ୍ରକାଶିତ ଓଏଏସ ପରୀକ୍ଷାରେ ଫୁଲବାଣୀ ସହରର ଶୁଭଶ୍ରୀ ରଥ ସପ୍ତମ ରାଙ୍କ ରଖି ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରହି ସଫଳତା ହାସଲ କରିଛନ୍ତି। ତାଙ୍କ ସଫଳତା ଜିଲ୍ଲା ପାଇଁ ଗୌରବ ଆଣିଥିବା ବେଳେ ସରକାରୀ ସ୍କୁଲର ଛାତ୍ର ଛାତ୍ରୀ ଯେ କୌଣସି ଗୁଣରେ କମ୍ ନୁହନ୍ତି ବୋଲି ପ୍ରତିପାଦିତ କରିଛନ୍ତି। ପ୍ରଥମରୁ କଲେଜ୍ ଯାଏଁ ସେ ସରକାରୀ ସ୍କୁଲରେ ପାଠ ପଢ଼ିଛନ୍ତି। ଫୁଲବାଣୀ ସାହି ସରକାରୀ ୟୁଜିଏମ୍ଇ ସ୍କୁଲ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ,ଭୁବନେଶ୍ୱର ଓୟୁଏଟିରେ ପଢ଼ିଛନ୍ତି ଶୁଭଶ୍ରୀ। ପରେ ୨୦୧୬ ମସିହାରୁ ସ୍ଥାନୀୟ ଜାତୀୟ ସ୍ୱାସ୍ଥ୍ୟ ମିଶନରେ ଅର୍ବାନ ଡାଟା ମ୍ୟାନେଜର ଭାବରେ କାର୍ଯ୍ୟରତ ଅଛନ୍ତି। ଦୁଇ ଥର ସାକ୍ଷାତକାର ପରେ ତୃତୀୟ ଚାନସ୍ ରେ ସଫଳତା ପାଇଛନ୍ତି।

ଶୁଭଶ୍ରୀଙ୍କ ବାପା ଦୁର୍ଯ୍ୟୋଧନ ରଥ ବରିଷ୍ଠ ଫାର୍ମାସିଷ୍ଟ ଭାବେ ଜିଲ୍ଲା ମେଡିକାଲରୁ ଚାକିରିରୁ ଅବସର ନେଇଛନ୍ତି । ମାଆ ସୁମତି ରଥ ଗୃହିଣୀ ହୋଇଥିବା ବେଳେ ଭାଇ ଆଇ ଆଇ ଟି ମୁମ୍ବାଇରୁ ପାସ କରିଛନ୍ତି। ସରକାରୀ ସ୍କୁଲ କୌଣସି ଗୁଣରେ କମ୍ ନୁହେଁ ବୋଲି କହିଥିବା ବେଳେ ବିନା କୋଚିଂ ରେ ଅନ ଲାଇନ୍ ଷ୍ଟଡି ମାଧ୍ୟମରେ ମଧ୍ୟ କଠିନ ଓ ନିରନ୍ତର ପରିଶ୍ରମ ଦ୍ଵାରା ସଫଳତା ମିଳି ପାରିବ ବୋଲି କହିଛନ୍ତି ଶୁଭଶ୍ରୀ। ଶୁଭଶ୍ରୀଙ୍କ ସଫଳତା ପରେ ଗତ କିଛି ବର୍ଷ ଧରି ଫୁଲବାଣୀର ଛାତ୍ର ଛାତ୍ରୀ ମାନେ ଓ ଏ ଏସ ପରୀକ୍ଷାରେ ଷଷ୍ଠ ଓ ସପ୍ତମ ସ୍ଥାନ ବଜାୟ ରଖିବା ପରମ୍ପରା ସୃଷ୍ଟି କରିଛନ୍ତି ବୋଲି ଆଲୋଚନା କରୁଛନ୍ତି ସ୍ଥାନୀୟ ଲୋକେ। ପୂର୍ବରୁ ଏମ ଅନୁରାଧା, କିରଣ ମହାନ୍ତି ମଧ୍ୟ ଅନୁରୂପ ସ୍ଥାନ ପାଇଥିଲେ।

ଶୁଭଶ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ମନୋଜ ଉପାଧ୍ୟାୟ, ଏନ୍ ଏଚ୍ ଏମ ଅଧିକାରୀ କର୍ମଚାରୀଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀ ଅଭିନନ୍ଦନ ଜଣାଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର