ସିମନବାଡ଼ି ଅଞ୍ଚଳରେ ବ୍ୟାନର ଲଗାଇଲା ମାଓ ସଙ୍ଗଠନ, ବ୍ୟାନରରେ ୧୨ ଦଫା ଦାବି ନେଇ ୧୫ରେ ବନ୍ଦ ଡାକରା ଦେଲେ ମାଓବାଦୀ

The Sakala Picture
Published On

ଦାରିଙ୍ଗବାଡି: ପୁଣି ଉପସ୍ଥିତି ଜାହିର କଲେ ସିପିଆଇ ପୂର୍ବ ଜୋନାଲ ବ୍ୟୁର ମାଓବାଦୀ । ଦାରିଙ୍ଗବାଡି ଥାନା ଅଞ୍ଚଳ ୫୯ ନମ୍ବର ଜାତୀୟ ରାଜପଥ ସ୍ଥିତ ସିମନବାଡ଼ିର ଟୋଲଗେଟ୍ ଓ ବୁଡ଼ାଗୁଡ଼ା ଛକଠାରେ ଲାଲ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କରିଛନ୍ତି । ଏହି ବ୍ୟାନର ମାଧ୍ୟମରେ ୧୨ ଗୋଟି ଦାବୀ ଉପସ୍ଥାପନ କରିବା ସହ ମେ’ ୮ ତାରିଖରୁ ୧୪ ଜୁନ ପର୍ଯ୍ୟନ୍ତ ଅଧିକାର ଅଭିଯାନ ଓ ମେ’ ୧୫ ତାରିଖ ଦିନ କନ୍ଧମାଳ, […]

ଦାରିଙ୍ଗବାଡି: ପୁଣି ଉପସ୍ଥିତି ଜାହିର କଲେ ସିପିଆଇ ପୂର୍ବ ଜୋନାଲ ବ୍ୟୁର ମାଓବାଦୀ । ଦାରିଙ୍ଗବାଡି ଥାନା ଅଞ୍ଚଳ ୫୯ ନମ୍ବର ଜାତୀୟ ରାଜପଥ ସ୍ଥିତ ସିମନବାଡ଼ିର ଟୋଲଗେଟ୍ ଓ ବୁଡ଼ାଗୁଡ଼ା ଛକଠାରେ ଲାଲ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କରିଛନ୍ତି । ଏହି ବ୍ୟାନର ମାଧ୍ୟମରେ ୧୨ ଗୋଟି ଦାବୀ ଉପସ୍ଥାପନ କରିବା ସହ ମେ’ ୮ ତାରିଖରୁ ୧୪ ଜୁନ ପର୍ଯ୍ୟନ୍ତ ଅଧିକାର ଅଭିଯାନ ଓ ମେ’ ୧୫ ତାରିଖ ଦିନ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ବୌଦ୍ଧ, ନୟାଗଡ଼ , ଗଜପତି ଓ ଗଞ୍ଜାମ ଜିଲ୍ଲାରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ଏହି ବନ୍ଦ ଡାକରାକୁ ସମର୍ଥନ କରି ଧାରଣା, ଅନ୍ଦୋଳନ ଓ ରାସ୍ତାରୋକ କରିବା ପାଇଁ ଆହ୍ବାନ ଦେଇଛନ୍ତି ଲାଲ ବାହିନୀ । ଗରିବ ତଥା ଆଦିବାସୀ ପରିବାରଙ୍କୁ ଆବାସ ଯୋଜନାରେ ସାମିଲ କରି ପିଡିଏସ ଚାଉଳ ସମେତ ତେଲ, ଲୁଣ ଓ ଡାଲି ମାଗଣାରେ ପ୍ରଦାନ କରିବା, ଦରଦାମ ବୃଦ୍ଧି ବନ୍ଦ କରିବା, ସବୁ ଗାଁକୁ ପକ୍କା ରାସ୍ତା, ପାନୀୟ ଜଳ ଓ ବିଦ୍ୟୁତ୍ ସେବା ଯୋଗାଇ ଦେବା,୧୦୦ ୟୁନିଟ ବିଜୁଳି ମାଗଣାରେ ଯୋଗାଇ ଦେବା, ପ୍ରତ୍ୟେକ ପଞ୍ଚାୟତରେ ସ୍ବାସ୍ଥ୍ୟ କେନ୍ଦ୍ର କରି ଅଭିଜ୍ଞ ଡକ୍ଟର ଙ୍କୁ ନିଯୁକ୍ତି, ପ୍ରତି ପଞ୍ଚାୟତରେ ଆଦର୍ଶ ସ୍କୁଲ ନିର୍ମାଣ, ବନ୍ଦ ହୋଇଥିବା ସ୍କୁଲକୁ ଖୋଲାଯିବା ସହ ଶିକ୍ଷକ ପଦବୀ ପୂରଣ, ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀଙ୍କୁ ୩ ହଜାର ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ ସହ ମୁକ୍ତ ଉଚ୍ଚ ଶିକ୍ଷା, ବିସ୍ଥାପନ ବନ୍ଦ କରିବା, ବକ୍ସାଇଟ , କୋଇଲା ଓ ଅନ୍ୟ ଖଣିଜ ପଦାର୍ଥ ଖନନ ପାଇଁ ଦିଆ ଯାଇଥିବା ଲିଜ ବାତିଲ, ଅଙ୍ଗନବାଡ଼ି, ଆଶା କର୍ମୀ ଓ ଶିକ୍ଷକଙ୍କ ଦାବୀ ପୂରଣ କରିବା ଭଳି ଦାବୀ ରହିଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର