ମନୋରଞ୍ଜନ
ଓଡ଼ିଶା
ବହୁଚର୍ଚ୍ଚିତ ଯୋଡା ମୁଣ୍ଡ ଶିଶୁ ଜଗା ଫେରିବ ଫୁଲବାଣୀ
ଫୁଲବାଣୀ: ବହୁଚର୍ଚ୍ଚିତ ଯୋଡା ମୁଣ୍ଡ ଶିଶୁ ଜଗା ଫେରିବ ଫୁଲବାଣୀ। ଏ ଦିଗରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସ୍ତାନୀୟ ଜିଲ୍ଲା ମେଡିକାଲରେ ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି। ଫୁଲବାଣୀ ଜିଲ୍ଲା ମେଡିକାଲରେ ଥିବା ନୂତନ ମାତୃ ଶିଶୁ ସ୍ୱାସ୍ଥ୍ୟ ୟୁନିଟ୍(ଏମସିଏଚ୍) ମଧ୍ୟରେ ଏକ ସ୍ୱତନ୍ତ୍ର କ୍ୟାବିନ୍ ବ୍ୟବସ୍ଥା କରାଯାଉଛି ଜଗାକୁ ରଖିବା ପାଇଁ। ଦିନେ ଦୁଇ ଦିନ ମଧ୍ୟରେ ଜଗା ଫୁଲବାଣୀ ଫେରିବ ବୋଲି ନିର୍ଭର ଯୋଗ୍ୟ ସୁତ୍ରରୁ ସୂୁଚନା ମିଳିଛି। ତେବେ ପ୍ରାଥମିକ ପର୍ଯ୍ୟାୟରେ ଜଗାକୁ […]
ଫୁଲବାଣୀ: ବହୁଚର୍ଚ୍ଚିତ ଯୋଡା ମୁଣ୍ଡ ଶିଶୁ ଜଗା ଫେରିବ ଫୁଲବାଣୀ। ଏ ଦିଗରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସ୍ତାନୀୟ ଜିଲ୍ଲା ମେଡିକାଲରେ ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି। ଫୁଲବାଣୀ ଜିଲ୍ଲା ମେଡିକାଲରେ ଥିବା ନୂତନ ମାତୃ ଶିଶୁ ସ୍ୱାସ୍ଥ୍ୟ ୟୁନିଟ୍(ଏମସିଏଚ୍) ମଧ୍ୟରେ ଏକ ସ୍ୱତନ୍ତ୍ର କ୍ୟାବିନ୍ ବ୍ୟବସ୍ଥା କରାଯାଉଛି ଜଗାକୁ ରଖିବା ପାଇଁ। ଦିନେ ଦୁଇ ଦିନ ମଧ୍ୟରେ ଜଗା ଫୁଲବାଣୀ ଫେରିବ ବୋଲି ନିର୍ଭର ଯୋଗ୍ୟ ସୁତ୍ରରୁ ସୂୁଚନା ମିଳିଛି। ତେବେ ପ୍ରାଥମିକ ପର୍ଯ୍ୟାୟରେ ଜଗାକୁ ଆଣିବା ଏବଂ ସେଥିପାଇଁ ଥିବା ଆବଶ୍ୟକୀୟ ଚିକିତ୍ସା ଓ ଆନୁସଙ୍ଗିକ ପଦକ୍ଷେପ ନେବା ପାଇଁ ଏକ ଡାକ୍ତରୀ ଦଳ ସୋମବାର କଟକ ଏସସିବି ମେଡିକାଲ କଲେଜ ଅଭିମୂଖେ ଯିବେ। ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡା ମନୋରଞ୍ଜନ ରାଉତଙ୍କ ନେତୃତ୍ୱରେ ଡା. ସିଏଚ୍. ଏନ. ସୁବୁଦ୍ଧି ଏବଂ ଜଣେ ଫାର୍ମାସିଷ୍ଟ ପ୍ରମୁଖ ଏହି ଟିମ୍ କଟକ ଏସସିବି ଯାଇ ସେଠାରେ ଜଗାର ସ୍ତାନାନ୍ତରକୁ ନେଇ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିବେ। ସମ୍ଭବତଃ ମଙ୍ଗଳବାର ସୁଦ୍ଧା ଜଗା ଫୁଲବାଣୀ ଜିଲ୍ଲା ମେଡିକାଲକୁ ଆସିବ ବୋଲି ସୂଚନା ମିଳିଛି। ଦିର୍ଘ ପାଞ୍ଚ ବର୍ଷ ପରେ କନ୍ଧମାଳ ଫେରିବ ଜଗା। ତେବେ ଗତ ବର୍ଷ ଯୋଡା ମୁଣ୍ଡ ଶିଶୁ ଜଗାର ଭାଇ ବଳିଆର ମୃତ୍ୟୁ ହୋଇଥିଲା। ଦିର୍ଘ ଚାରି ବର୍ଷରୁ ଅଧିକ ସମୟ ଧରି ଚିକିତ୍ସିତ ହେବା ପରେ ତାର ମୃୁତ୍ୟୁ ହୋଇଥିଲା।
ଏଠାରେ ସୂଚନା ଯୋଗ୍ୟ ଯେ, ଫିରିଙ୍ଗିଆ ମିଲୁପଡାର ଯୋଡାମୁଣ୍ଡ ଶିଶୁ ଜଗାବଳିଆଙ୍କୁ ଏକ ସବୁଠାରୁ ବିରଳ ତଥା ସଫଳ ଅସ୍ତ୍ରୋପଚାର ବଳରେ ଦିଲ୍ଲୀ ଏମସ୍ରେ ଅଲଗା କରାଯାଇଥିଲା। ସାରା ବିଶ୍ୱରେ ବିରଳ ଏହି ଅସ୍ତ୍ରୋପଚାର ଡା. ଅଶୋକ ମହାପାତ୍ରଙ୍କ ସଫଳ ନେତୃତ୍ୱରେ ଏକ ଚାଳିଶ ଜଣିଆ ଟିମ୍ କରିଥିଲେ। ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଶୁ ଦ୍ୱୟର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ପାଇଁ ଘୋଷଣା କରିବା ସହିତ ପ୍ରାଥମିକ ପର୍ଯ୍ୟାୟରେ ଏକ କୋଟି ଟଙ୍କା ସିଏମଆରଏଫରୁ ପ୍ରଦାନ କରିଥିଲେ। ଜିଲ୍ଲାପାଳ ଡା.ବୃନ୍ଦା ଡି ଏ ନେଇ ଜିଲ୍ଲାସ୍ତରରେ ସମସ୍ତ ବ୍ୟବସ୍ଥା କରିବା ସହିତ ପ୍ରଥମେ କଟକ ଏସସିବି ଏବଂ ପରେ ଦିଲ୍ଲୀ ଏମସ ସ୍ତାନାନ୍ତର କରାଇଥିଲେ। ଏପରିକି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ଗୋଟିଏ ଦିନର ଦରମା ଶିଶୁ ଦ୍ୱୟଙ୍କ ଚିକିତ୍ସା ପାଇଁ ପ୍ରଦାନ କରିଥିଲେ।






