ପାରିବାରିକ କଳହର କରୁଣ ପରିଣତି; ମଦ୍ୟପ ସ୍ଵାମୀର ଠେଙ୍ଗା ମାଡରେ ସ୍ତ୍ରୀ ମୃତ

The Sakala Picture
Published On

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଅଧୀନ କାୟାଲମ୍ବା ଗାଁ କ୍ରାଣ୍ଡିବାଲିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିକିଛି I ଜଣେ ମଦ୍ୟପ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ୍ୟୁବରଣ କରିଛି I ମୃତକ ଜଣକ ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ କଡୁରାହା ଗାଁର ମିନତୀ କହଁର ବୋଲି ଜଣାପଡିଛି । ପ୍ରାୟ ୧୫ ବର୍ଷ ତଳେ ମୃତ ମିନତୀ କାୟାଲମ୍ବା କ୍ରାଣ୍ଡିବାଲି ସାହିର ସଦାଶିବ ନାୟକଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କାର ଏକ […]

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଅଧୀନ କାୟାଲମ୍ବା ଗାଁ କ୍ରାଣ୍ଡିବାଲିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିକିଛି I ଜଣେ ମଦ୍ୟପ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ୍ୟୁବରଣ କରିଛି I ମୃତକ ଜଣକ ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ କଡୁରାହା ଗାଁର ମିନତୀ କହଁର ବୋଲି ଜଣାପଡିଛି । ପ୍ରାୟ ୧୫ ବର୍ଷ ତଳେ ମୃତ ମିନତୀ କାୟାଲମ୍ବା କ୍ରାଣ୍ଡିବାଲି ସାହିର ସଦାଶିବ ନାୟକଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କାର ଏକ ୧୦ ବର୍ଷର ଝିଅ ରହିଛି। ତେବେ ଉଭୟ ସ୍ୱାମୀ ସ୍ତ୍ରୀ ଅଲଗା ଅଲଗା ଜାତିର ହୋଇଥିବାରୁ ଉଭୟ ପରିବାର ଲୋକଙ୍କ ଅନିଚ୍ଛା ସତ୍ୱେ ସେମାନେ ପ୍ରେମ ବିବାହ କରିଥିଲେ। ଏହି ଘଟଣାକୁ ନେଇ ଉଭୟ ପରିବାର ମଧ୍ୟରେ ମନୋମାଳିନ୍ୟ ରହିଥିଲେ ବି ପରେ ଉଭୟ ପରିବାର ମଧ୍ୟରେ ସମ୍ପର୍କ ସୁଧୁରିଥିଲା ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ତିନିଟାରେ ମୃତ ମିନତୀ କହଁର ତାଙ୍କ କକାଙ୍କୁ ଫୋନ ଯୋଗେ ସ୍ୱାମୀ ମାଦ୍ୟପାନ କରିଥିବା କହିଥିଲେ । ରାତିରେ ମଦ୍ୟପ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଲାଗିରହିଥିବା ପାରିବାରିକ କଳହକୁ ନେଇ ବଚସା ହୋଇଥିଲା I ଏଥିରେ ଉତକ୍ଷିପ୍ତ ହୋଇ ମଦ୍ୟପ ସ୍ୱାମୀ ଏକ ଟାଙ୍ଗିଆ ବେଣ୍ଟରେ ମାଡ ମାରିଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣା ସ୍ଥଳରେ ହିଁ ସ୍ତ୍ରୀ ମିନତୀର ମୃତ୍ୟୁ ହୋଇଥିଲା I ହତ୍ୟା କରିସାରିବା ପରେ ହତ୍ୟାକାରୀ ସ୍ୱାମୀ ଫିରିଙ୍ଗିଆ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡିଛି I ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଘଟଣାସ୍ଥଳରେ ପହଞ୍ଚି ଘର ଭିତରୁ ମୃତଦେହ ଜବତ କରିଛନ୍ତି । ଘଟଣାକୁ ନେଇ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛନ୍ତି l

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର