୫ ବର୍ଷର ଝିଅକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୫ ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ କଲେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ

The Sakala Picture
Published On

ଫୁଲବାଣୀ: ଫୁଲବାଣୀ ପୋକ୍ସୋ କୋର୍ଟ ସ୍ୱତନ୍ତ୍ର ବିଚାରପତି ସଞ୍ଜିତ କୁମାର ବେହେରା ଗୁରୁବାର ଜଣେ ୫ ବର୍ଷର ଝିଅକୁ ଦୁଷ୍କର୍ମ ମାମଲାର ବିଚାର କରି ବଳାତ୍କାରୀଙ୍କୁ ୨୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ ୨୨ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅଧିକ ଦେଢ଼ ବର୍ଷ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ପୀଡିତାଙ୍କୁ କ୍ଷତିପୂରଣ ବାବଦରେ ୬ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଜିଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ମଧ୍ୟ […]

ଫୁଲବାଣୀ: ଫୁଲବାଣୀ ପୋକ୍ସୋ କୋର୍ଟ ସ୍ୱତନ୍ତ୍ର ବିଚାରପତି ସଞ୍ଜିତ କୁମାର ବେହେରା ଗୁରୁବାର ଜଣେ ୫ ବର୍ଷର ଝିଅକୁ ଦୁଷ୍କର୍ମ ମାମଲାର ବିଚାର କରି ବଳାତ୍କାରୀଙ୍କୁ ୨୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ ୨୨ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅଧିକ ଦେଢ଼ ବର୍ଷ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ପୀଡିତାଙ୍କୁ କ୍ଷତିପୂରଣ ବାବଦରେ ୬ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଜିଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି କୋର୍ଟ। ଅଭିଯୁକ୍ତ ଜଣକ ହେଲେ ବ୍ରାହ୍ମଣି ଗାଁ ଥାନା ଅଞ୍ଚଳର ଗଣେଶ ବେହେରାଦଳାଇ ଓରଫ ଲିଟୁ (୨୮) ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

୨୦୨୦ ମସିହା ଜାନୁୟାରୀ ୨୬ ତାରିଖରେ ପାଞ୍ଚ ବର୍ଷ ର ଝିଅଟି ତାଙ୍କ ଘର ସମ୍ମୁଖରେ ସକାଳୁ ଖେଳୁଥିଲେ । ସକାଳ ୮ଟା ସମୟରେ ଗଣେଷ ବେହେରାଦଳାଇ ତାଙ୍କୁ ବରା କିଣି ଦେବି କହି ଉଠାଇ ନେଇ ପାଖ ପାଖ ଜଙ୍ଗଲ ବୁଦା ମୂଳେ ଦୁଷ୍କର୍ମ କରିଥିଲେ। ଏବଂ ସେ ପାଟି କରିବାରୁ ତାକୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଜାନୁୟାରୀ ୨୬ ତାରିଖ ସାଧାରଣତନ୍ତ ସମସ୍ତ ସ୍କୁଲରେ ପାଳନ ହେଉଥିବାରୁ ସ୍କୁଲ ପିଲା ସେହି ଘଟଣା ସ୍ଥଳ ଦେଇ ଘରକୁ ଫେରୁଥିବା ସମୟରେ ଛାତ୍ରଛାତ୍ରୀ ମାନେ ପାଞ୍ଚ ବର୍ଷ ର ଶିଶୁକୁ ଉଦ୍ଧାର କରି ତା ମାଆକୁ ହସ୍ତାନ୍ତର କରିଥିଲେ । ମାଆ ପୀଡ଼ିତା ଶିଶୁ ସହ କଥା ହେବା ପରେ ବ୍ରାହ୍ମଣି ଗାଁ ଥାନାରେ ୨୬ଜାନୁୟାରୀ ୨୦୨୦ ଏତଲା ଦେଇଥିଲେ । ପୁଲିସ ୦୯/୨୦ରେ ମାମଲା ରୁଜୁ କରି ଅଭିଯୁକ୍ତ ଗଣେଶକୁ ଗିରଫ କରିଥିଲା । ଏହି ଘଟଣାରେ ବିଚାରପତି ମୋଟ ୧୪ଜଣଙ୍କ ସାକ୍ଷ୍ୟ ପ୍ରମାଣ, ମେଡ଼ିକାଲ ରିପୋର୍ଟ ଏବଂ ଅନ୍ୟାନ ତଥ୍ୟକୁ ଆଧାର କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅସୀମ କୁମାର ପ୍ରହରାଜ ମାମଲା ପରିଚାଳନା କରୁଥିଲେ । ଏଭଳି ଘଟଣା ବାରମ୍ବାର ଘଟୁଥିବା ରୁ ଏଭଳି ଦଣ୍ଡ ସମାଜରେ ପ୍ରଭାବ ପକେଇବା ସହ ଏଭଳି ଘୁର୍ଣ୍ୟ କାମ କରିବା ପାଇଁ ଲୋକେ ସାହସ କରିବେ ନାହିଁ ବୋଲି ଆଶା କରାଯାଉଛି ।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

22 Dec 2022 By The Sakala

୫ ବର୍ଷର ଝିଅକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୫ ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ କଲେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ

ଫୁଲବାଣୀ: ଫୁଲବାଣୀ ପୋକ୍ସୋ କୋର୍ଟ ସ୍ୱତନ୍ତ୍ର ବିଚାରପତି ସଞ୍ଜିତ କୁମାର ବେହେରା ଗୁରୁବାର ଜଣେ ୫ ବର୍ଷର ଝିଅକୁ ଦୁଷ୍କର୍ମ ମାମଲାର ବିଚାର କରି ବଳାତ୍କାରୀଙ୍କୁ ୨୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ ୨୨ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅଧିକ ଦେଢ଼ ବର୍ଷ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ପୀଡିତାଙ୍କୁ କ୍ଷତିପୂରଣ ବାବଦରେ ୬ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଜିଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି କୋର୍ଟ। ଅଭିଯୁକ୍ତ ଜଣକ ହେଲେ ବ୍ରାହ୍ମଣି ଗାଁ ଥାନା ଅଞ୍ଚଳର ଗଣେଶ ବେହେରାଦଳାଇ ଓରଫ ଲିଟୁ (୨୮) ।

୨୦୨୦ ମସିହା ଜାନୁୟାରୀ ୨୬ ତାରିଖରେ ପାଞ୍ଚ ବର୍ଷ ର ଝିଅଟି ତାଙ୍କ ଘର ସମ୍ମୁଖରେ ସକାଳୁ ଖେଳୁଥିଲେ । ସକାଳ ୮ଟା ସମୟରେ ଗଣେଷ ବେହେରାଦଳାଇ ତାଙ୍କୁ ବରା କିଣି ଦେବି କହି ଉଠାଇ ନେଇ ପାଖ ପାଖ ଜଙ୍ଗଲ ବୁଦା ମୂଳେ ଦୁଷ୍କର୍ମ କରିଥିଲେ। ଏବଂ ସେ ପାଟି କରିବାରୁ ତାକୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଜାନୁୟାରୀ ୨୬ ତାରିଖ ସାଧାରଣତନ୍ତ ସମସ୍ତ ସ୍କୁଲରେ ପାଳନ ହେଉଥିବାରୁ ସ୍କୁଲ ପିଲା ସେହି ଘଟଣା ସ୍ଥଳ ଦେଇ ଘରକୁ ଫେରୁଥିବା ସମୟରେ ଛାତ୍ରଛାତ୍ରୀ ମାନେ ପାଞ୍ଚ ବର୍ଷ ର ଶିଶୁକୁ ଉଦ୍ଧାର କରି ତା ମାଆକୁ ହସ୍ତାନ୍ତର କରିଥିଲେ । ମାଆ ପୀଡ଼ିତା ଶିଶୁ ସହ କଥା ହେବା ପରେ ବ୍ରାହ୍ମଣି ଗାଁ ଥାନାରେ ୨୬ଜାନୁୟାରୀ ୨୦୨୦ ଏତଲା ଦେଇଥିଲେ । ପୁଲିସ ୦୯/୨୦ରେ ମାମଲା ରୁଜୁ କରି ଅଭିଯୁକ୍ତ ଗଣେଶକୁ ଗିରଫ କରିଥିଲା । ଏହି ଘଟଣାରେ ବିଚାରପତି ମୋଟ ୧୪ଜଣଙ୍କ ସାକ୍ଷ୍ୟ ପ୍ରମାଣ, ମେଡ଼ିକାଲ ରିପୋର୍ଟ ଏବଂ ଅନ୍ୟାନ ତଥ୍ୟକୁ ଆଧାର କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅସୀମ କୁମାର ପ୍ରହରାଜ ମାମଲା ପରିଚାଳନା କରୁଥିଲେ । ଏଭଳି ଘଟଣା ବାରମ୍ବାର ଘଟୁଥିବା ରୁ ଏଭଳି ଦଣ୍ଡ ସମାଜରେ ପ୍ରଭାବ ପକେଇବା ସହ ଏଭଳି ଘୁର୍ଣ୍ୟ କାମ କରିବା ପାଇଁ ଲୋକେ ସାହସ କରିବେ ନାହିଁ ବୋଲି ଆଶା କରାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର