୮୩ କିଲୋ ଗଞ୍ଜେଇ ଜବତ, ୨ ଗିରଫ

The Sakala Picture
Published On

ଫିରିଙ୍ଗିଆ: ଫିରିଙ୍ଗିଆ ପୁଲିସ ଚଢ଼ଉ କରି ଏକ ବୋଲେରୋରୁ ଗଞ୍ଜେଇ ଜବତ କରିଛି। ଏହି ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୁଲିସ ଦୁଇ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଏକ ବୋଲେରୋରେ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବା କୌଣସି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନାଧିକାରୀ ପି.ଶ୍ୟାମ ସୁନ୍ଦର ରାଓଙ୍କ ନେତୃତ୍ୱରେ ଅତିରିକ୍ତ ଥାନାଧିକାରୀ ବିକାଶକୁମାର ଜାଲି, ବରିଷ୍ଠ ଥାନାଧିକାରୀ ପ୍ରଦୀପକୁମାର ରାଉଳଙ୍କ ସହ ପୁଲିସର ଏକ ଟିମ ସହାୟତାରେ […]

ଫିରିଙ୍ଗିଆ: ଫିରିଙ୍ଗିଆ ପୁଲିସ ଚଢ଼ଉ କରି ଏକ ବୋଲେରୋରୁ ଗଞ୍ଜେଇ ଜବତ କରିଛି। ଏହି ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୁଲିସ ଦୁଇ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ

ସୂଚନା ଅନୁଯାୟୀ, ଏକ ବୋଲେରୋରେ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବା କୌଣସି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନାଧିକାରୀ ପି.ଶ୍ୟାମ ସୁନ୍ଦର ରାଓଙ୍କ ନେତୃତ୍ୱରେ ଅତିରିକ୍ତ ଥାନାଧିକାରୀ ବିକାଶକୁମାର ଜାଲି, ବରିଷ୍ଠ ଥାନାଧିକାରୀ ପ୍ରଦୀପକୁମାର ରାଉଳଙ୍କ ସହ ପୁଲିସର ଏକ ଟିମ ସହାୟତାରେ ବୁଡ଼ା କାମ୍ୱା, ମାସିରିପଡ଼ା ନିକଟରେ ଚଢ଼ଉ କରିଥିଲେ। ଯାଞ୍ଚ ବେଳେ ବୋଲେରୋ (ଓଡି ୦୨ବିକେ-୦୧୯୩)ରୁ ୮୩ କିଲୋ ଗଞ୍ଜେଇ ମିଳିଥିଲା। ଏଥିରେ ସମ୍ପୃକ୍ତ ଦୁଇ ମାଫିଆ ନୟାଗଡ଼଼ ଜିଲ୍ଲା ଇଟାମାଟିର ରାମଚନ୍ଦ୍ର ବେହେରା(୨୪) ଓ ସାନନ୍ତ ବେହେରାଙ୍କୁ ପୁଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ଫିରିଙ୍ଗିଆ ପୁଲିସ ୫୨/୨୨ରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର