ଏସ୍‌ଟିଏଫ ଓ ଫୁଲବାଣୀ ବନ ବିଭାଗର ଚଢ଼ାଉ: କଲରାପତରିଆ ବାଘ ଛାଲ ଜବତ, ମୁଖ୍ୟ ଶିକାରୀ ସମେତ ୪ ଗିରଫ

The Sakala Picture
Published On

ଫୁଲବାଣୀ: କନ୍ଧମାଳ ଓ ନୟାଗଡ଼ ଜିଲ୍ଲାରୁ ଏସଟିଏଫ୍‌ ବନ୍ୟଜନ୍ତୁ ଶିକାରୀଙ୍କୁ ଧରିବାରେ ସଫଳ ହୋଇଛି । କ୍ରାଇମ୍‌ ବ୍ରାଞ୍ଚ ଏସଟିଏଫର ତୀକ୍ଷ୍‌ଣ ନଜରରେ ପଡ଼ିଛନ୍ତି ବାଘ ଶିକାରୀ । ନୟାଗଡ଼ ବନଖଣ୍ଡର ଅରଣିଗଣ୍ଡା ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘକୁ ଗୁଳି ମାରି ହତ୍ୟା କରିଥିବା ଶିକାରୀ ଓ ତାର ଗ୍ୟାଙ୍ଗକୁ ଧରିଛି ଏସଟିଏଫ ଓ ବନ ବିଭାଗ ଟିମ୍‌ । ବାଘ ଛାଲ କିଣିବା ଆଳରେ ପ୍ରଥମେ ଜଣକୁ ଧରିବା ପରେ ଫଲବାଣୀ ଏସିଏଫ୍‌ ମଳୟ […]

ଫୁଲବାଣୀ: କନ୍ଧମାଳ ଓ ନୟାଗଡ଼ ଜିଲ୍ଲାରୁ ଏସଟିଏଫ୍‌ ବନ୍ୟଜନ୍ତୁ ଶିକାରୀଙ୍କୁ ଧରିବାରେ ସଫଳ ହୋଇଛି । କ୍ରାଇମ୍‌ ବ୍ରାଞ୍ଚ ଏସଟିଏଫର ତୀକ୍ଷ୍‌ଣ ନଜରରେ ପଡ଼ିଛନ୍ତି ବାଘ ଶିକାରୀ । ନୟାଗଡ଼ ବନଖଣ୍ଡର ଅରଣିଗଣ୍ଡା ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘକୁ ଗୁଳି ମାରି ହତ୍ୟା କରିଥିବା ଶିକାରୀ ଓ ତାର ଗ୍ୟାଙ୍ଗକୁ ଧରିଛି ଏସଟିଏଫ ଓ ବନ ବିଭାଗ ଟିମ୍‌ । ବାଘ ଛାଲ କିଣିବା ଆଳରେ ପ୍ରଥମେ ଜଣକୁ ଧରିବା ପରେ ଫଲବାଣୀ ଏସିଏଫ୍‌ ମଳୟ ରଂଜନ କାଲୋଙ୍କ ନେତୃତ୍ୱରେ ଗଠିତ ଟିମ୍‌ ଶିକାରୀ ସମେତ ଅନ୍ୟ ତିନି ଜଣଙ୍କୁ କନ୍ଧମାଳ ଓ ନୟାଗଡ଼ ଜିଲ୍ଲାରୁ ଗିରଫ କରିଛନ୍ତି । ସେମାନଙ୍କ ଠାରୁ କଲରାପତରିଆ ବାଘଛାଲ ଓ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ, ଧନୁତୀର ପ୍ରଭୃତି ଜବତ କରାଯାଇଛି । ଗିରଫ ମାନେ ହେଲେ ମୁଖ୍ୟ ଅଭିଯୁକ୍ତ ତଥା ଶିକାରୀ ନୟାଗଡ଼ ଜିଲ୍ଲା ବାଣିଗୋଚ୍ଛା ଥାନା ଅନ୍ତର୍ଗତ ଜୁରାଗଣ୍ଡା ଗାଁର ସୁକୁମାର କହଁର(୪୫), ରବିନାରାୟଣ କହଁର(୪୧), ନୟାଗଡ ଜିଲ୍ଲା ଗୁଡ୍ରିବାଡି ଗାଁର ରଞ୍ଜିତ କହଁର ଓରଫ ହାଡି (୩୦) ଏବଂ କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅନ୍ତର୍ଗତ ବ୍ରାହ୍ମଣପାଦ ଗାଁର ବିରେନ୍‌ ମିତ୍ର ନାଏକ(୫୫) । ଏନେଇ ଅଧିକ ତଦନ୍ତ ଚାଲିଥିବା ଶ୍ରୀ କାଲୋ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବ୍ୟବସାୟିକ LPG ସିଲିଣ୍ଡର ଯୋଗାଣ ଉପରେ ପ୍ରତିବନ୍ଧକ ପରେ ଚିନ୍ତାରେ ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀ

ସୂଚନା ଅନୁଯାୟୀ, ଏସଟିଏଫ ଟିମ୍‌ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ବାଘ ଛାଲ କିଣିବା ପାଇଁ ଜାଲ ବିଛାଇଥିଲେ ।ଶିକାରୀ ସୁକୁମାର ବାଘକୁ ସଂପୃକ୍ତ ଜଂଗଲରେ ଗତ ବର୍ଷ ନଭେମ୍ବରରେ ମାରିବା ପରେ ବିରେନ୍‌ ମିତ୍ର ନାଏକକୁ ବିକ୍ରି କରିଥିଲା । ଏସଟିଏଫ ଟିମ୍‌ ପ୍ରଥମେ ବିରେନ୍‌ ମିତ୍ରକୁ କାବୁ କରି ବାଘ ଛାଲ ଜବତ କରିଥିଲା । ପରେ ଫୁଲବାଣୀ ବନ ବିଭାଗକୁ ହସ୍ତାନ୍ତର କରିବା ସହିତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚଢଉ କରିଥିଲେ ଫୁଲବାଣୀ ଏସିଏଫଙ୍କ ଟିମ୍‌ । ମୁଖ୍ୟ ଅଭିଯୁକ୍ତକୁ ଧରିବା ପରେ ଅନ୍ୟମାନଙ୍କୁ ମଧ୍ୟ ଧରିଥିଲେ । ମୁଖ୍ୟ ଅଭିଯୁକ୍ତ ସୁକୁମାର ଠାରୁ ଚାରିଟି ଅଫୁଟା ଗୁଳି ଭର୍ତ୍ତି ଥିବା ବନ୍ଧୁକ, ଧନୁତୀର ପ୍ରଭୃତି ଜବତ କରାଯାଇଛି । ଫୁଲବାଣୀ ଏସିଏଫ୍‌ କାଲୋଙ୍କ ନେତୃତ୍ୱରେ କରାଯାଇଥିବା ଚଢାଉରେ ଟିକାବାଲି ରେଂଜର ବିନ୍ଦୁ ପ୍ରସାଦ ପ୍ରଧାନ, ଫରେଷ୍ଟର ଶ୍ରୀଧର ସାହୁ, ରବିଶଙ୍କର ଦିଗାଲ ଓ ମହେନ୍ଦ୍ର ବିଶ୍ୱାଳ ସାମିଲ ଥିଲେ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସିଏଫ ସୂଚନା ଦେଇଥିବା ବେଳେ ଏହି ଗ୍ୟାଙ୍ଗରେ ଅନ୍ୟ କେହି ସଂପୃକ୍ତ ଥିବା ମଧ୍ୟ ତଦନ୍ତ ଚାଲିଥିବା କହିଛନ୍ତି ।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

03 Aug 2022 By The Sakala

ଏସ୍‌ଟିଏଫ ଓ ଫୁଲବାଣୀ ବନ ବିଭାଗର ଚଢ଼ାଉ: କଲରାପତରିଆ ବାଘ ଛାଲ ଜବତ, ମୁଖ୍ୟ ଶିକାରୀ ସମେତ ୪ ଗିରଫ

ଫୁଲବାଣୀ: କନ୍ଧମାଳ ଓ ନୟାଗଡ଼ ଜିଲ୍ଲାରୁ ଏସଟିଏଫ୍‌ ବନ୍ୟଜନ୍ତୁ ଶିକାରୀଙ୍କୁ ଧରିବାରେ ସଫଳ ହୋଇଛି । କ୍ରାଇମ୍‌ ବ୍ରାଞ୍ଚ ଏସଟିଏଫର ତୀକ୍ଷ୍‌ଣ ନଜରରେ ପଡ଼ିଛନ୍ତି ବାଘ ଶିକାରୀ । ନୟାଗଡ଼ ବନଖଣ୍ଡର ଅରଣିଗଣ୍ଡା ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘକୁ ଗୁଳି ମାରି ହତ୍ୟା କରିଥିବା ଶିକାରୀ ଓ ତାର ଗ୍ୟାଙ୍ଗକୁ ଧରିଛି ଏସଟିଏଫ ଓ ବନ ବିଭାଗ ଟିମ୍‌ । ବାଘ ଛାଲ କିଣିବା ଆଳରେ ପ୍ରଥମେ ଜଣକୁ ଧରିବା ପରେ ଫଲବାଣୀ ଏସିଏଫ୍‌ ମଳୟ ରଂଜନ କାଲୋଙ୍କ ନେତୃତ୍ୱରେ ଗଠିତ ଟିମ୍‌ ଶିକାରୀ ସମେତ ଅନ୍ୟ ତିନି ଜଣଙ୍କୁ କନ୍ଧମାଳ ଓ ନୟାଗଡ଼ ଜିଲ୍ଲାରୁ ଗିରଫ କରିଛନ୍ତି । ସେମାନଙ୍କ ଠାରୁ କଲରାପତରିଆ ବାଘଛାଲ ଓ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ, ଧନୁତୀର ପ୍ରଭୃତି ଜବତ କରାଯାଇଛି । ଗିରଫ ମାନେ ହେଲେ ମୁଖ୍ୟ ଅଭିଯୁକ୍ତ ତଥା ଶିକାରୀ ନୟାଗଡ଼ ଜିଲ୍ଲା ବାଣିଗୋଚ୍ଛା ଥାନା ଅନ୍ତର୍ଗତ ଜୁରାଗଣ୍ଡା ଗାଁର ସୁକୁମାର କହଁର(୪୫), ରବିନାରାୟଣ କହଁର(୪୧), ନୟାଗଡ ଜିଲ୍ଲା ଗୁଡ୍ରିବାଡି ଗାଁର ରଞ୍ଜିତ କହଁର ଓରଫ ହାଡି (୩୦) ଏବଂ କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅନ୍ତର୍ଗତ ବ୍ରାହ୍ମଣପାଦ ଗାଁର ବିରେନ୍‌ ମିତ୍ର ନାଏକ(୫୫) । ଏନେଇ ଅଧିକ ତଦନ୍ତ ଚାଲିଥିବା ଶ୍ରୀ କାଲୋ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଏସଟିଏଫ ଟିମ୍‌ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ବାଘ ଛାଲ କିଣିବା ପାଇଁ ଜାଲ ବିଛାଇଥିଲେ ।ଶିକାରୀ ସୁକୁମାର ବାଘକୁ ସଂପୃକ୍ତ ଜଂଗଲରେ ଗତ ବର୍ଷ ନଭେମ୍ବରରେ ମାରିବା ପରେ ବିରେନ୍‌ ମିତ୍ର ନାଏକକୁ ବିକ୍ରି କରିଥିଲା । ଏସଟିଏଫ ଟିମ୍‌ ପ୍ରଥମେ ବିରେନ୍‌ ମିତ୍ରକୁ କାବୁ କରି ବାଘ ଛାଲ ଜବତ କରିଥିଲା । ପରେ ଫୁଲବାଣୀ ବନ ବିଭାଗକୁ ହସ୍ତାନ୍ତର କରିବା ସହିତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚଢଉ କରିଥିଲେ ଫୁଲବାଣୀ ଏସିଏଫଙ୍କ ଟିମ୍‌ । ମୁଖ୍ୟ ଅଭିଯୁକ୍ତକୁ ଧରିବା ପରେ ଅନ୍ୟମାନଙ୍କୁ ମଧ୍ୟ ଧରିଥିଲେ । ମୁଖ୍ୟ ଅଭିଯୁକ୍ତ ସୁକୁମାର ଠାରୁ ଚାରିଟି ଅଫୁଟା ଗୁଳି ଭର୍ତ୍ତି ଥିବା ବନ୍ଧୁକ, ଧନୁତୀର ପ୍ରଭୃତି ଜବତ କରାଯାଇଛି । ଫୁଲବାଣୀ ଏସିଏଫ୍‌ କାଲୋଙ୍କ ନେତୃତ୍ୱରେ କରାଯାଇଥିବା ଚଢାଉରେ ଟିକାବାଲି ରେଂଜର ବିନ୍ଦୁ ପ୍ରସାଦ ପ୍ରଧାନ, ଫରେଷ୍ଟର ଶ୍ରୀଧର ସାହୁ, ରବିଶଙ୍କର ଦିଗାଲ ଓ ମହେନ୍ଦ୍ର ବିଶ୍ୱାଳ ସାମିଲ ଥିଲେ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସିଏଫ ସୂଚନା ଦେଇଥିବା ବେଳେ ଏହି ଗ୍ୟାଙ୍ଗରେ ଅନ୍ୟ କେହି ସଂପୃକ୍ତ ଥିବା ମଧ୍ୟ ତଦନ୍ତ ଚାଲିଥିବା କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର