ଶକ୍ତି ଦେଲା ‘ମିଶନ ଶକ୍ତି’: ଦିଲ୍ଲୀ ଗଲା କୋରାପୁଟର କଳାଜିରା ଚାଉଳ
କୋରାପୁଟ: କୋରାପୁଟିଆ ଆଦିବାସୀଙ୍କ କୃଷି ଉତ୍ପାଦନକୁ ସମ୍ମାନ ସହ ଏକ ବଡ଼ ବଜାର ମିଳିଛି। କୋରାପୁଟର କଳାଜିରା ଚାଉଳ ଦେଶରେ ଆଦୃତ ହେବା ସହ ଆଗକୁ ବିଶ୍ବ ବଜାରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ଆଜି କୋରାପୁଟ ଜିଲ୍ଲାର କଳାଜିରା ଚାଉଳ ଦିଲ୍ଲୀରେ ପହଞ୍ଚିଛି । ଏଥିରେ ସହଯୋଗ କରିଛି ମିଶନ ଶକ୍ତି ଏବଂ ଓର୍ମାସ। ମହିଳାମାନଙ୍କ ରୋଜଗାର ବଢ଼ିବା ସହ ସମ୍ମାନ ବଢ଼ିଛି। ପୂର୍ବରୁ ଆଦିବାସୀମାନେ କଳାଜିରା ଧାନକୁ ଚାଉଳ କରି […]
କୋରାପୁଟ: କୋରାପୁଟିଆ ଆଦିବାସୀଙ୍କ କୃଷି ଉତ୍ପାଦନକୁ ସମ୍ମାନ ସହ ଏକ ବଡ଼ ବଜାର ମିଳିଛି। କୋରାପୁଟର କଳାଜିରା ଚାଉଳ ଦେଶରେ ଆଦୃତ ହେବା ସହ ଆଗକୁ ବିଶ୍ବ ବଜାରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ଆଜି କୋରାପୁଟ ଜିଲ୍ଲାର କଳାଜିରା ଚାଉଳ ଦିଲ୍ଲୀରେ ପହଞ୍ଚିଛି । ଏଥିରେ ସହଯୋଗ କରିଛି ମିଶନ ଶକ୍ତି ଏବଂ ଓର୍ମାସ। ମହିଳାମାନଙ୍କ ରୋଜଗାର ବଢ଼ିବା ସହ ସମ୍ମାନ ବଢ଼ିଛି।
ପୂର୍ବରୁ ଆଦିବାସୀମାନେ କଳାଜିରା ଧାନକୁ ଚାଉଳ କରି ପାରମ୍ପରିକ ପୂଜା ପର୍ବରେ ବ୍ୟବହାର କରୁଥିଲେ ଓ ଜିଲ୍ଲା ତଥା ଜିଲ୍ଲା ବାହାରେ ମଧ୍ୟ ବିକ୍ରି କରୁଥିଲେ। କିନ୍ତୁ ଏହି ଚାଉଳ ଏବେ ଓରମାସ୍ ସହାୟତାରେ ଦିଲ୍ଲୀରେ ପହଞ୍ଚିଛି ଓ ଚାଷୀଙ୍କୁ ଉଚିତ୍ ମୂଲ୍ୟ ମିଳିଛି। କୋରାପୁଟ ଜିଲ୍ଲା ଏକ ଆଦିବାସୀବହୁଳ ଜିଲ୍ଲା । ଏହି ଜିଲ୍ଲାରେ ଗ୍ରାମାଞ୍ଚଳର ମହିଳାମାନେ ପୂର୍ବରୁ କୁଲି କାମ କିମ୍ବା ଶ୍ରମିକ ଭାବେ କାମ କରୁଥିଲେ । ଏବେ କିନ୍ତୁ ଚିତ୍ର ଅଲଗା । ଏବେ ଜିଲ୍ଲାର କଳାଜିରା ଧାନରୁ ଚାଉଳ କରି ବେଶ ସୁନାମ ଅର୍ଜନ କରିଛନ୍ତି ଅଞ୍ଚଳବାସୀ। ଜିଲ୍ଲାରେ କଳାଜିରା ଧାନ ଲଗାଇ ସେଥିରୁ ଉତ୍ପାଦିତ ଚାଉଳ ରାଜଧାନୀ ଦିଲ୍ଲୀକୁ ପଠାଇଛନ୍ତି। ସେଠାରେ ବି ଏହି କଳାଜିରା ଚାଉଳର ଚାହିଦା ବେଶ ଅଧିକ ରହିଛି। କୋରାପୁଟ ଜିଲ୍ଲାର ସାବରୀ ଏସ୍ଏଚ୍ଜି ଓ ଡଙ୍ଗରଦେଇ ଏସ୍ଏଚ୍ଜି ଗ୍ରୁପ ଗାଁରେ ଏକ ଛୋଟିଆ ମିଲ୍ ସରକାରଙ୍କ ଦ୍ବାରା ପାଇ ସେଥ୍ରୁି ବିଭିନ୍ନ ପ୍ରକାର ପ୍ରାକୃତିକ ପ୍ରଣାଳୀରେ ଜିନିଷ ଉତ୍ପାଦନ କରିଥାନ୍ତି। ସେଥିରୁ କଳାଜିରା ଧାନରୁ ଚାଉଳ କରି କିଲୋିପ୍ରତି ୧୪୦ ଟଙ୍କାରେ ଦିଲ୍ଲୀରେ ବିକ୍ରି କରୁଛନ୍ତି।
ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଏହାକୁ ସେମାନେ ୮୦ ଟଙ୍କାରେ ବିକ୍ରି କରୁଥିଲେ। ଖାଲି ସେତିକି ନୁହେଁ, ମାଣ୍ଡିଆ, ହଳଦୀ ଆଦି ବିଭିନ୍ନ ସାମଗ୍ରୀକୁ ସୁନ୍ଦର ବ୍ରାଣ୍ଡିଂ କରି ବିଭିନ୍ନ ରାଜ୍ୟକୁ ପଠାଉଥିବା କହିଛନ୍ତି। କଳାଜିରା ଚାଉଳର ବିଶେଷତ୍ଵ ହେଉଛି ଏହି ଚାଉଳ ଅନ୍ୟ ଚାଉଳଠାରୁ ଅଧିକ ବାସ୍ନା। କଳାଜିରା ଧାନ ଜୈବିକ ପଦ୍ଧତିରେ ଉତ୍ପାଦନ କରାଯାଇଥାଏ। କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସ୍ଵାମୀନାଥନ କୃଷି ବିଜ୍ଞାନ ସଂସ୍ଥା କଳାଜିରା ଧାନ ବିହନରେ ଚାଷ କରିବାକୁ ସଚେତନ କରିଛି। ଯଦ୍ବାରା କୋରାପୁଟ ଜିଲ୍ଲାର ମାଛରା ଗ୍ରାମର ମହିଳାମାନେ ସରକାରଙ୍କଠାରୁ ପ୍ରଶିକ୍ଷଣ ନେଇ ଏହି ଚାଉଳ ପ୍ୟାକେଟିଂ ଓ ବ୍ରାଣ୍ଡିଂ କରି ବଜାରରେ ବିକ୍ରି କରିପାରୁଛନ୍ତି। ଏହି ଉଚ୍ଚକୋଟିର କଳାଜିରା ଚାଉଳ ହେଉ ବା ମାଣ୍ଡିଆ, ହଳଦୀ, ରାଜ୍ୟ ସରକାରଙ୍କ ଓରମାସ ପକ୍ଷରୁ ବଜାର ତିଆରି କରି ଅଧିକ ଦାମରେ ବିକ୍ରି କରିବାରେ ସହାୟକ ହୋଇପାରିଛି।
ଗତକାଲି ୩୦ କିଲୋ ଚାଉଳ ପ୍ରଥମ ଥର ପାଇଁ ଦିଲ୍ଲୀର ସରସ ଆଉଟ୍ଲେଟ୍ ନାମକ ସଂସ୍ଥାକୁ ପଠାଯାଇଛି ଏବଂ ଏମିତି ପ୍ରତି ସପ୍ତାହରେ କଳାଜିରା ଚାଉଳ ପଠାଯିବାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଓରମାସ ଜିଲ୍ଲା ଅଧିକାରୀ ରୋଷନ କାର୍ତ୍ତିକ। ଏହାଦ୍ବାରା କୋରାପୁଟ ଜିଲ୍ଲା ମାଛରା ଗାଁର ମହିଳାମାନେ ନିଜେ ସ୍ବାବଲମ୍ବୀ ହୋଇପାରିଛନ୍ତି।