ଆଜି ଉଦ୍‌ଘାଟନ ହେବ ଉତ୍କେଲା ବିମାନ ବନ୍ଦର, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

କଳାହାଣ୍ଡି: ଆଜି ଉଦଘାଟନ ହେବ ଉତ୍କେଲା ବିମାନ ବନ୍ଦର । ସଜେଇ ହୋଇଛି ବିମାନ ବନ୍ଦର । ଦିନ ୧୦ଟା ୩୦ରେ ବିମାନ ବନ୍ଦର ଉଦଘାଟନ ହେବାକୁ ଥିବା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ସବୁଜ ପତାକା ଦେଖାଇ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାହାଣ୍ଡିର ବିକାଶରେ ଯୋଡ଼ିହେବ ନୂଆ ଫର୍ଦ୍ଦ । ସମୃଦ୍ଧିର ଆକାଶରେ ଉଡ଼ାଣ ଭରିବ କଳାହାଣ୍ଡି । ଆଉ କିଛି ସମୟରେ ପରେ ଭୁବନେଶ୍ବରକୁ ଉତ୍କେଲାକୁ ଉଡ଼ିବ ବିମାନ । […]

କଳାହାଣ୍ଡି: ଆଜି ଉଦଘାଟନ ହେବ ଉତ୍କେଲା ବିମାନ ବନ୍ଦର । ସଜେଇ ହୋଇଛି ବିମାନ ବନ୍ଦର । ଦିନ ୧୦ଟା ୩୦ରେ ବିମାନ ବନ୍ଦର ଉଦଘାଟନ ହେବାକୁ ଥିବା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ସବୁଜ ପତାକା ଦେଖାଇ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାହାଣ୍ଡିର ବିକାଶରେ ଯୋଡ଼ିହେବ ନୂଆ ଫର୍ଦ୍ଦ । ସମୃଦ୍ଧିର ଆକାଶରେ ଉଡ଼ାଣ ଭରିବ କଳାହାଣ୍ଡି । ଆଉ କିଛି ସମୟରେ ପରେ ଭୁବନେଶ୍ବରକୁ ଉତ୍କେଲାକୁ ଉଡ଼ିବ ବିମାନ । ସବୁଦିନ ସକାଳ ୭ଟା ୧୫ ରେ ଭୁବନେଶ୍ବରୁ ଉଡିବ ବିମାନ ସେବା । ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ସେବାର ଶୁଭାରମ୍ଭ କରିବେ । ଭୁବନେଶ୍ବର ଛାଡ଼ି ୮ଟା ୨୫ରେ ଉତ୍କେଲାରେ ପହଂଚିବ ବିମାନ । ସେହିପରି ଉତ୍କେଲାରୁ ସକାଳ ୮.୫୦ରେ ବାହାରି ୧୦ଟାରେ ଭୁବନେଶ୍ବରରେ ପହଂଚିବ ।

ଆହୁରି ପଢ଼ନ୍ତୁ: ଅନ୍ଧବିଶ୍ୱାସର କରୁଣ ପରିଣତି: ଗୁଣି ଗାରେଡି ସନ୍ଦେହରେ ଘରେ ପଶି ବୃଦ୍ଧାଙ୍କୁ ନିର୍ମମ ହତ୍ୟା

୯ଟି ସିଟ ବିଶିଷ୍ଟ ଇଣ୍ଡିଆ ୱାନ ବିମାନରେ ଯାତ୍ରୀ ଯାତାୟତ କରିବେ । ଏଥିପାଇଁ ଟିକେଟର ଦାମ ୯୯୯ ଟଙ୍କା । ବିମାନ ଚଳାଚଳ ଦ୍ବାରା ମାତ୍ର ଘଣ୍ଟେ ଦଶ ମିନିଟରେ ଭୁବନେଶ୍ବରରୁ କଳାହାଣ୍ଡି ପହଞ୍ଚିବେ । ଗତ ୭ରେ ଡିଜିସିଏ ପକ୍ଷରୁ ଉତ୍କେଲା ବିମାନବନ୍ଦରକୁ ଲାଇସେନ୍ସ ମିଳିଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଇଁ ସରକାରଙ୍କ ଏ ପଦକ୍ଷେପ ଯୋଗାଯୋଗ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ: ଖାମେନେଇଙ୍କ କାର୍ଯ୍ୟାଳୟ ଟାର୍ଗେଟ୍, ଆରମ୍ଭ ହେଲା ‘ଅପରେସନ୍ ଲାୟନ୍ସ ରୋର୍’

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp