ମନୋରଞ୍ଜନ
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍-ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ମୃତ
କଳାହାଣ୍ଡି: ସକାଳୁ ସକାଳୁ କେସିଙ୍ଗା ରେଲୱେ ଷ୍ଟେସନରୁ ଫେରୁଥିଲେ ଘରକୁ । ହଠାତ ଚିଚର୍ଲା ଗାଁ ନିକଟରେ ଘଟିଲା ଭୟାନକ ଦୁର୍ଘଟଣା । ଦୁର୍ଘଟଣାରେ ଅକାଳରେ ଚାଲିଗଲା ଦୁଇଟି ଜୀବନ। କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଘଟିଛି ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତେବେ କଳାହାଣ୍ଡି କେସିଙ୍ଗା ଥାନା ଚିଚରଲା ଗ୍ରାମ ନିକଟରେ ଭୁବନେଶ୍ୱର ଯାଉଥିବା ଦିଲଖୁସ ବସ୍ ଧକ୍କା ଦେବା ଫଳରେ ଦୁଇଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ହିଁ […]
କଳାହାଣ୍ଡି: ସକାଳୁ ସକାଳୁ କେସିଙ୍ଗା ରେଲୱେ ଷ୍ଟେସନରୁ ଫେରୁଥିଲେ ଘରକୁ । ହଠାତ ଚିଚର୍ଲା ଗାଁ ନିକଟରେ ଘଟିଲା ଭୟାନକ ଦୁର୍ଘଟଣା । ଦୁର୍ଘଟଣାରେ ଅକାଳରେ ଚାଲିଗଲା ଦୁଇଟି ଜୀବନ। କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଘଟିଛି ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତେବେ କଳାହାଣ୍ଡି କେସିଙ୍ଗା ଥାନା ଚିଚରଲା ଗ୍ରାମ ନିକଟରେ ଭୁବନେଶ୍ୱର ଯାଉଥିବା ଦିଲଖୁସ ବସ୍ ଧକ୍କା ଦେବା ଫଳରେ ଦୁଇଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।
ଆହୁରି ପଢ଼ନ୍ତୁ: ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷଙ୍କ ଅଫିସ୍ ଭଙ୍ଗାରୁଜା ଘଟଣାରେ ସ୍ଥାନୀୟ ବିଧାୟକଙ୍କ ସିଧାସଳଖ ସମ୍ପୃକ୍ତି ରହିଛି: ଉମାକାନ୍ତ ସାମନ୍ତରାୟ
ଦୁର୍ଘଟଣା ପରେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ମୃତକ ଦୁଇଜଣ ହେଲେ ବେଲାମାଲ ଗାଁର ଯଶୋବନ୍ତ ନିଆଲ ଓ ଚୈତନ୍ୟ ଶିଖା। ସମ୍ପର୍କୀୟଙ୍କୁ କେସିଙ୍ଗା ରେଲୱେ ଷ୍ଟେସନରେ ଟ୍ରେନରେ ଛାଡି ଘରକୁ ଫେରିବା ବେଳେ ବସ୍ ଧକ୍କା ଦେଇଥିଲା। କେସିଙ୍ଗା ପୋଲିସ ଗାଡି ଓ ଶବ ଜବତ କରି ତଦନ୍ତ କରୁଛି।






