ପୁଲିସ ଉପରକୁ ବୋମା ଫିଙ୍ଗି ପଳାଉ ଥିଲା, ଜଙ୍ଗଲରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଗୋଡ଼ାଇ ଧରିଲା ପୁଲିସ

The Sakala Picture
Published On

ଭବାନୀପାଟଣା: କଳାହାଣ୍ଡି ଜିଲା ଏମ.ରାମପୁର ପୁଲିସ ସ୍ଥାନୀୟ ଅଞ୍ଚଳର ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଧରିବାରେ ସଫଳ ହୋଇଛି। ଏହି ଅଭିଯୁକ୍ତ ନାଁରେ କଳାହାଣ୍ଡି ଓ କନ୍ଧମାଳ(ବାଲିଗୁଡା) ଥାନାରେ ଏକାଧିକ ମାମଲା ରହିଛି। ତେବେ ତାକୁ ଧରିବା ବେଳେ ପୁଲିସ କର୍ମଚାରୀ ମାନେ ଜୀବନକୁ ବାଜି ଲଗାଇଥିଲେ। ବୋମା ମାଡ଼ ଓ ବନ୍ଧୁକ ନ ଡରି ଅଭିଯୁକ୍ତକୁ ଧରିଥିବାରୁ ପୁଲିସର ସାହାସିକତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ସୂଚନା ମୁତାବକ, ଏହି ଥାନା ଅଧିନ ପଣ୍ଡାକମାଲ ଗାଁର ହେମନ୍ତ […]

ଭବାନୀପାଟଣା: କଳାହାଣ୍ଡି ଜିଲା ଏମ.ରାମପୁର ପୁଲିସ ସ୍ଥାନୀୟ ଅଞ୍ଚଳର ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଧରିବାରେ ସଫଳ ହୋଇଛି। ଏହି ଅଭିଯୁକ୍ତ ନାଁରେ କଳାହାଣ୍ଡି ଓ କନ୍ଧମାଳ(ବାଲିଗୁଡା) ଥାନାରେ ଏକାଧିକ ମାମଲା ରହିଛି। ତେବେ ତାକୁ ଧରିବା ବେଳେ ପୁଲିସ କର୍ମଚାରୀ ମାନେ ଜୀବନକୁ ବାଜି ଲଗାଇଥିଲେ। ବୋମା ମାଡ଼ ଓ ବନ୍ଧୁକ ନ ଡରି ଅଭିଯୁକ୍ତକୁ ଧରିଥିବାରୁ ପୁଲିସର ସାହାସିକତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସୂଚନା ମୁତାବକ, ଏହି ଥାନା ଅଧିନ ପଣ୍ଡାକମାଲ ଗାଁର ହେମନ୍ତ ସାହୁ ଜଣେ ପେଷାଦାର ଅପରାଧୀ। ସେ ବାଇକ୍ ଯୋଗେ ମୋହନଗିରିରୁ ପାଜିବାହାଲି ଆଡକୁ ଆସୁଥିବା ବେଳେ ଏହି ରାସ୍ତାରେ ଚେକିଂ କରୁଥିବା ପୁଲିସ କର୍ମଚାରୀମାନେ ତାଙ୍କୁ ଅଟକାଇ ଥିଲେ। ହେଲେ ସେ ଅଟକି ନ ଥିଲେ ଏବଂ ଦୃତ ଗତିରେ ପଳେଇଥିଲା। ପରେ ପୁଲିସ ତାଙ୍କୁ ପିଛା କରିଥିଲା। ପୁଲିସ ପିଛା କରୁଥିବା ଦେଖି ରାସ୍ତା କଡ଼ରେ ଗାଡି ଛାଡି ଜଙ୍ଗଲ ଭିତରକୁ ଦୌଡ଼ି ପଳେଇଥିଲା। ପୁଲିସ ମଧ୍ୟ ତାକୁ ଜଙ୍ଗଲ ଭିତରକୁ ପିଛା କରିଥିଲା। ଏହା ଦେଖି ପୁଲିସ ଟିମ ଉପରକୁ ସେ ଦୁଇଟି ବୋମା ଫିଙ୍ଗି ଥିଲା ଏବଂ ବନ୍ଧୁକ ଦେଖାଇ ଭୟଭୀତ କରିବାକୁ ଉଦ୍ୟମ କରିଥିଲା। ତେବେ ପୁଲିସ କୌଶଳ କ୍ରମେ ତାଙ୍କୁ କାବୁ କରିଥିଲା। ଏହି ଘଟଣାରେ କୌଣସି ପୁଲିସ ଆହତ ହୋଇନଥିବା ଜଣାପଡିଛି। ସେହିପରି ଅଭିଯୁକ୍ତ ଠାରୁ ଏକ ଦେଶୀ ବନ୍ଧୁକ, ୪ ଟି ଗୁଳି, ୩ ଭୁଜାଲି ଓଗୋଟିଏ ବାଇକ ଓ ୧୨ ପ୍ୟାକେଟ ଦେଶୀ ମଦ ଜବତ ହୋଇଛି। ଏନେଇ ଏମ.ରାମପୁର ଥାନାରେ ଏକ ମାମଲା (ନଂ.୧୩୫/୨୧) ରୁଜୁ ହୋଇଛି।

21 Jul 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର