୨୨ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା, ୮ ଜିଲ୍ଲା ପାଇଁ ଜାରି ହେଲା ୟେଲୋ ୱାର୍ଣ୍ଣି

The Sakala Picture
Published On

ଭୁବନେଶ୍ୱର : ଶୁକ୍ରବାରଠାରୁ ରାଜ୍ୟରେ କାଳବୈଶାଖୀ ବୃଦ୍ଧି ପାଇବ। ୨୨ ତାରିଖ ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହିବାର ସମ୍ଭାବନା ଥିବା ବେଳେ ଏହା ପ୍ରଭାବରେ ଉପର ଓଳି ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହେବ। ବିଶେଷ କରି ଶୁକ୍ରବାର ଓ ଶନିବାର ଦୁଇ ଦିନ ଏହାର ପ୍ରଭାବ ଅଧିକ ରହିବାର ଆଶଙ୍କା ରହିଛି। ଶୁକ୍ରବାର ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ବୌଦ୍ଧ ଓ ମୟୂରଭଞ୍ଜ ଆଦିରେ ବିଜୁଳି ଘଡ଼ଘଡ଼ିର ଆଶଙ୍କା ରହିଛି। ଏହାକୁ […]

ଭୁବନେଶ୍ୱର : ଶୁକ୍ରବାରଠାରୁ ରାଜ୍ୟରେ କାଳବୈଶାଖୀ ବୃଦ୍ଧି ପାଇବ। ୨୨ ତାରିଖ ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହିବାର ସମ୍ଭାବନା ଥିବା ବେଳେ ଏହା ପ୍ରଭାବରେ ଉପର ଓଳି ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହେବ। ବିଶେଷ କରି ଶୁକ୍ରବାର ଓ ଶନିବାର ଦୁଇ ଦିନ ଏହାର ପ୍ରଭାବ ଅଧିକ ରହିବାର ଆଶଙ୍କା ରହିଛି। ଶୁକ୍ରବାର ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ବୌଦ୍ଧ ଓ ମୟୂରଭଞ୍ଜ ଆଦିରେ ବିଜୁଳି ଘଡ଼ଘଡ଼ିର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ସେହିପରି ଶନିବାର ମଧ୍ୟ ୬ ଜିଲ୍ଲାପାଇଁ ସତର୍କତା ସୂଚନା ଜାରି ହୋଇଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ହେବାର ଆଶଙ୍କା ଥିବାରୁ ଏସ୍‍ଆର୍‍ସିକଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଯେଉଁ ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୱାର୍ଣ୍ଣି ଜାରି କରାଯାଇଛି, ସେହି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏସ୍‍ଆର୍‍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି କରାଯାଇ ଲୋକଙ୍କ ମଧ୍ୟରେ ସତର୍କତା ବାର୍ତ୍ତା ପହଞ୍ଚାଇବାକୁ ପଦକ୍ଷେପ ନେବାକୁ କୁହାଯାଇଛି। ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆଗକୁ କାଳବୈଶାଖୀ ସହିତ ଗରମ ମଧ୍ୟ ବୃଦ୍ଧି ପାଇବ। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଗରମରୁ ଆଶ୍ୱସ୍ତି ନ ଥିବା ବେଳେ ଶୁକ୍ରବାରଠାରୁ ରାଜ୍ୟର କେନ୍ଦ୍ରୀୟ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଉତ୍ତରରେ ତାପମାତ୍ରା ଆହୁରି ବଢ଼ିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ସେହିପରି ଶୁକ୍ରବାର ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇ ୪୦ ଡିଗ୍ରୀ ପାଖାପାଖି ରହିବାର ସମ୍ଭାବନା ରହିଛି। ବର୍ତ୍ତମାନ ଓଡ଼ିଶା, ଛତିଶଗଡ଼ ତେଲେଙ୍ଗାନା ଓ ପୂର୍ବ ମାହାରାଷ୍ଟ୍ରରେ ତାପମାତ୍ରା ରାଜସ୍ଥାନ ଓ ସଂଲଗ୍ନ ଉତ୍ତର ପଶ୍ଚିମ ଭାରତଠାରୁ ଅଧିକ ରହିଛି। ଏହା ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ। ୨୩ ତାରିଖଠାରୁ ଉତ୍ତର ପଶ୍ଚିମ ଭାରତ ଅଧିକ ଗରମ ରହିବ। ସେଠାରୁ ଆସୁଥିବା ପବନ ଅଧିକ ଗରମ ହେତୁ ରାଜ୍ୟରେ ଗରମ ପୁଣି ବଢ଼ିବ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ଶୁକ୍ରବାରରେ ୪୦ ଡିଗ୍ରୀ ସେଲ୍‌ଫସିୟସ ପାଖାପାଖି ରହିବ ଓ ୨୩ ପର୍ଯ୍ୟନ୍ତ ଏହା ଅପରିବର୍ତ୍ତିତ ରହିବାର ସମ୍ଭାବନା ରହିଛି। ୨୪ ତାରିଖରେ ପୁଣି ୧ ଡିଗ୍ରୀ ସେଲସିୟସ ବଢ଼ି ସେହି ସପ୍ତାହର କିଛି ଦିନ ଭୁବନେଶ୍ୱର ଦେଶର ଏକ ପ୍ରମୁଖ ଉତ୍ତପ୍ତ ସହର ହେବାର ଆଶଙ୍କା ରହିଛି। ଏହା ବ୍ୟତୀତ ଆଭ୍ୟନ୍ତରୀଣ ଓଡ଼ିଶାରେ ୨୨ ଓ ୨୩ରେ ୧ରୁ ୨ ଡିଗ୍ରୀ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ଅନ୍ୟପଟେ ରାତିର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନ ଥିବା ବେଳେ ୨୦ ଓ ୨୧ ତାରିଖରେ ଆଭ୍ୟନ୍ତରୀଣ ଉତ୍ତର ଓ ୨୪ରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ହେବାର ଆଶଙ୍କା ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଟାଣ ଖରା ଦେଖିବାକୁ ମିଳିଥିଲା। ବାରିପଦାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ସେଲ୍‌ଫସିୟସ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧରେ ୩୯ ଓ ବାକି ୫ ଜିଲ୍ଲାରେ ପାରଦ ୩୮ ଡିଗ୍ରୀ ଉପରେ ରହିଥିଲା।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର