ଆହୁରି ଶକ୍ତିଶାଳୀ ହେଉଛି ବିଜେଡି: ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକାଙ୍କ ବିଜେଡିରେ ଯୋଗଦାନ

The Sakala Picture
Published On

ଭୁବନେଶ୍ୱର: ଭାଙ୍ଗୁଛି ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସର ଗଡ଼। ଆହୁରି ଶକ୍ତିଶାଳୀ ହେଉଛି ବେଜିଡି ଦଳ । ଚନ୍ଦ୍ର ଶେଖର ମାଝୀଙ୍କ ପରେ ଆଜି ବିଜେଡ଼ିରେ ଯୋଗଦେଇଛନ୍ତି କଂଗ୍ରେସ ନେତା କୈଳାସ ଚନ୍ଦ୍ର କୁଲେସିକା । ତାଙ୍କ ସମର୍ଥକମାନଙ୍କ ସହିତ ବିଜେଡ଼ି ଯୁବ କାର୍ଯ୍ଯାଳୟରେ ସାମିଲ ହୋଇଛନ୍ତି କୈଳାସ । ୨୦୧୪ ରୁ ୨୦୧୯ ଲକ୍ଷ୍ମୀପୁରରୁ କଂଗ୍ରେସ ବିଧାୟକ ଥିଲେ କୈଳାସ । ୨୦୧୯ ନିର୍ବାଚନରେ ମାତ୍ର ୨୨୯ ଖଣ୍ଡ ଭୋଟରେ ବିଜେଡ଼ିର ପ୍ରାଥିଙ୍କଠୁ ପରାଜୟ ବରଣ […]

ଭୁବନେଶ୍ୱର: ଭାଙ୍ଗୁଛି ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସର ଗଡ଼। ଆହୁରି ଶକ୍ତିଶାଳୀ ହେଉଛି ବେଜିଡି ଦଳ । ଚନ୍ଦ୍ର ଶେଖର ମାଝୀଙ୍କ ପରେ ଆଜି ବିଜେଡ଼ିରେ ଯୋଗଦେଇଛନ୍ତି କଂଗ୍ରେସ ନେତା କୈଳାସ ଚନ୍ଦ୍ର କୁଲେସିକା । ତାଙ୍କ ସମର୍ଥକମାନଙ୍କ ସହିତ ବିଜେଡ଼ି ଯୁବ କାର୍ଯ୍ଯାଳୟରେ ସାମିଲ ହୋଇଛନ୍ତି କୈଳାସ । ୨୦୧୪ ରୁ ୨୦୧୯ ଲକ୍ଷ୍ମୀପୁରରୁ କଂଗ୍ରେସ ବିଧାୟକ ଥିଲେ କୈଳାସ । ୨୦୧୯ ନିର୍ବାଚନରେ ମାତ୍ର ୨୨୯ ଖଣ୍ଡ ଭୋଟରେ ବିଜେଡ଼ିର ପ୍ରାଥିଙ୍କଠୁ ପରାଜୟ ବରଣ କରିଥିଲେ ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

କିଛିଦିନ ତଳେ ସେ ବିଧିବଦ୍ଧ ଭାବେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ପୂର୍ବରୁ କୋଟପାଡର ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝି ବିଜେଡିରେ ମିଶିଥିଲେ । ରାଜ୍ୟ କାର୍ଯ୍ଯାଳୟରେ ଚାଲିଥିବା ଏହି ମିଶ୍ରଣ ପର୍ବରେ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ ଓ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଉପସ୍ଥିତ ଅଛନ୍ତି ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ତାଙ୍କ ସହିତ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀର ଚାରିଗୋଟି ବ୍ଲକ ଯଥା ବନ୍ଧୁଗାଁ, ନାରାୟଣପାଟଣା, ଦଶମନ୍ତପୁର ଓ ଲକ୍ଷ୍ମୀପୁର ବ୍ଲକର ଶତାଧିକ କଂଗ୍ରେସ କର୍ମୀ ଯେଉଁ ମାନେ କି ଶ୍ରୀ କୈଳାସଙ୍କ ସମର୍ଥକ କର୍ମୀ ଓ ଆଗଧାଡ଼ିର କର୍ମୀ ସେମାନେ ମଧ୍ୟ ତାଙ୍କ ସହ କଂଗ୍ରେସ ଦଳକୁ ଛାଡି ବିଜେଡିରେ ସାମିଲ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର