ଜୁନିଅର ହକି ବିଶ୍ୱକପ : କଳିଙ୍ଗରେ ଆଜି ଟାଇଟଲ୍‍ ଲଢେଇ, ମୁହାଁମୁହିଁ ହେବେ ଜର୍ମାନୀ ଓ ଆର୍ଜେଣ୍ଟିନା

The Sakala Picture
Published On

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ପାଖାପାଖି ଗତ ଦୁଇ ସପ୍ତାହ ଧରି ଚାଲିଥିବା ଓଡ଼ିଶା ପୁରୁଷ କନିଷ୍ଠ ହକି ବିଶ୍ୱକପ୍‍ ଚୂଡ଼ାନ୍ତ ପର୍ଯ୍ୟାୟରେ ଉପନୀତ ହୋଇଛି। ରେକର୍ଡଥର ଟାଇଟଲ୍‍ ବିଜେତା ର୍ଜମାନୀ ଓ ଆର୍ଜେଣ୍ଟିନା ମଧ୍ୟରେ ରବିବାର ରାତି ୭ଟା ୩୦ରେ ଫାଇନାଲ ଖେଳାଯିବ। ଜୁନିଅର ବିଶ୍ୱକପ୍‍ ଇତିହାସରେ ସର୍ବାଧିକ ୬ଥର ଟାଇଟଲ୍‍ ଜିତିଥିବା ଜର୍ମାନୀ ଚଳିତ ସଂସ୍କରଣରେ ଅପରାଜେୟ ସହ ଫାଇନାଲରେ ପ୍ରବେଶ କରିଛି। ପୁଲ୍‍-ଡି’ରେ ସ୍ଥାନ ପାଇଥିବା ଜର୍ମାନୀ ଏହି ପର୍ଯ୍ୟାୟରେ ଯଥାକ୍ରମେ ପାକିସ୍ତାନକୁ […]

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ପାଖାପାଖି ଗତ ଦୁଇ ସପ୍ତାହ ଧରି ଚାଲିଥିବା ଓଡ଼ିଶା ପୁରୁଷ କନିଷ୍ଠ ହକି ବିଶ୍ୱକପ୍‍ ଚୂଡ଼ାନ୍ତ ପର୍ଯ୍ୟାୟରେ ଉପନୀତ ହୋଇଛି। ରେକର୍ଡଥର ଟାଇଟଲ୍‍ ବିଜେତା ର୍ଜମାନୀ ଓ ଆର୍ଜେଣ୍ଟିନା ମଧ୍ୟରେ ରବିବାର ରାତି ୭ଟା ୩୦ରେ ଫାଇନାଲ ଖେଳାଯିବ। ଜୁନିଅର ବିଶ୍ୱକପ୍‍ ଇତିହାସରେ ସର୍ବାଧିକ ୬ଥର ଟାଇଟଲ୍‍ ଜିତିଥିବା ଜର୍ମାନୀ ଚଳିତ ସଂସ୍କରଣରେ ଅପରାଜେୟ ସହ ଫାଇନାଲରେ ପ୍ରବେଶ କରିଛି। ପୁଲ୍‍-ଡି’ରେ ସ୍ଥାନ ପାଇଥିବା ଜର୍ମାନୀ ଏହି ପର୍ଯ୍ୟାୟରେ ଯଥାକ୍ରମେ ପାକିସ୍ତାନକୁ ୫-୨, ଆର୍ଜେଣ୍ଟିନାକୁ ୩-୨ ଓ ଇଜିପ୍ଟକୁ ୧୧-୦ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ଅନ୍ତିମ-୮ରେ ଜର୍ମାନୀର ମୁକାବିଲା ସ୍ପେନ ସହିତ ହୋଇଥିଲା। ଏହି ମ୍ୟାଚ୍‍ ୨-୨ ଗୋଲରେ ଅମୀମାଂସିତ ରହିବା ପରେ ପେନାଲ୍ଟି ସୁଟ୍‍ଆଉଟରେ ଜର୍ମାନୀ ୩-୧ ଗୋଲରେ ବାଜିମାତ୍‍ କରିନେଇଥିଲା। ଏହାପରେ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ୍‍ ଭାରତକୁ ୪-୨ ଗୋଲରେ ହରାଇ ଜର୍ମାନୀ ସ୍ୱର୍ଣ୍ଣ ପଦକ ମ୍ୟାଚରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ଆତଙ୍କିତ ହେବାର ଆବଶ୍ୟକତା ନାହିଁ, କୋଭିଡ୍ ବର୍ତ୍ତମାନ ସାଧାରଣ ଫ୍ଲୁ ଭଳି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଅପରପକ୍ଷରେ ଆର୍ଜେଣ୍ଟିନା ପୁଲ୍‍ ପର୍ଯ୍ୟାୟରେ ୨ ବିଜୟ ଓ ଗୋଟିଏ ପରାଜୟ ସହ କ୍ୱାର୍ଟର ଫାଇନାଲ ଟିକଟ୍‍ ହାସଲ କରିଥିଲା। ଏହାପରେ କ୍ୱାର୍ଟରରେ ନେଦରଲାଣ୍ଡ୍‍ସକୁ ୨-୧ ଗୋଲରେ ହରାଇ ସେମିଫାଇନାଲରେ ପହଞ୍ଚିଥିଲା ଆର୍ଜେଣ୍ଟିନା। ଶୁକ୍ରବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ମୁକାବିଲା ହୋଇଥିଲା। ଏହି ମ୍ୟାଚ୍‍ ଗୋଲଶୂନ୍ୟ ରହିବା ପରେ ପେନାଲ୍ଟି ସୁଟଆଉଟ୍‍ ହୋଇଥିଲା। ଏଥିରେ ଆର୍ଜେଣ୍ଟିନା ୩-୧ ଗୋଲରେ ବିଜୟୀ ହୋଇ ଫାଇନାଲ ଟିକଟ୍‍ ଲାଭ କରିଥିଲା। ଚଳିତ ବିଶ୍ୱକପ୍‍ରେ ଉଭୟ ଦଳର ପ୍ରଦର୍ଶନକୁ ନଜର ପକାଇଲେ ଜର୍ମାନୀର ପଲା ଭାରି ରହିବ। ଯଦି ଆର୍ଜେଣ୍ଟିନା ରବିବାର ମ୍ୟାଚରେ ବିଜୟୀ ହୁଏ ତେବେ ୨ୟଥର ଲାଗି ବିଶ୍ୱକପ୍‍ ଟ୍ରଫି ଜିତିବାର ସୌଭାଗ୍ୟ ଲାଭ କରିବ। ଏଥିପୂର୍ବରୁ ୨୦୦୫ରେ ଆର୍ଜେଣ୍ଟିନା ଚାମ୍ପିଅନ୍‍ ହୋଇଥିଲା।

ଆହୁରି ପଢ଼ନ୍ତୁ: ଆଜି ବାହୁଡ଼ିବେ ମହାବାହୁ: ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ଅପରାହ୍ଣ ୪ଟାରେ ରଥଟଣା

କାଂସ୍ୟ ପାଇଁ ଲଢ଼ିବ ଭାରତ

ସେମିଫାଇନାଲରେ ଜର୍ମାନୀଠାରୁ ୪-୨ ଗୋଲରେ ପରାସ୍ତ ହୋଇଥିବା ଡିଫେଣ୍ଡିଂ ଚାମ୍ପିଅନ୍‍ ଭାରତ ଏବେ କାଂସ୍ୟ ପଦକ ଲଢ଼େଇ ମ୍ୟାଚ ଖେଳିବ। ରବିବାର ଅପରାହ୍ନ ୪ଟା ୩୦ରେ ତୃତୀୟ ସ୍ଥାନ ପାଇଁ ଖେଳାଯିବାକୁ ଥିବା ମ୍ୟାଚରେ ଭାରତର ମୁକାବିଲା ଫ୍ରାନ୍ସ ସହ ହେବ। ପୂର୍ବରୁ ପ୍ରଥମ ସେମିଫାଇନାଲରେ ଫ୍ରାନ୍ସ ପେନାଲ୍ଟି ସୁଟ୍‍ଆଉଟ୍‍ରେ ୧-୩ ଗୋଲରେ ଆର୍ଜେଣ୍ଟିନା ନିକଟରୁ ପରାସ୍ତ ହୋଇଥିଲା। ଦୁଇଥରର (୨୦୦୧ ଓ ୨୦୧୬) ବିଜେତା ଭାରତ ଯଦି ୩ୟ ସ୍ଥାନ ପାଇଁ ଖେଳାଯିବାକୁ ଥିବା ମ୍ୟାଚରେ ବିଜୟୀ ହୁଏ ତେବେ ପ୍ରଥମଥର ଲାଗି କାଂସ୍ୟ ପଦକ ବିଜୟୀ ହେବ। ଭାରତ ୧୯୯୭ରେ ରୌପ୍ୟ ହାସଲ କରିଥିବାବେଳେ ୨୦୦୫ରେ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଥିଲା। ଫ୍ରାନ୍ସ ମଧ୍ୟ ବିଶ୍ୱକପ୍‍ରେ କେବେ ହେଲେ କାଂସ୍ୟ ସଫଳତା ପାଇନାହିଁ। ୨୦୧୩ରେ ରୌପ୍ୟ ପଦକ ଜିତିବା ଟୁର୍ଣ୍ଣାମେଣ୍ଟ ଇତିହାସରେ ଏହାର ଶ୍ରେଷ୍ଠ ପ୍ରଦର୍ଶନ ହୋଇରହିଛି।

ଆହୁରି ପଢ଼ନ୍ତୁ: ସରକାରୀ ଅଫିସରଙ୍କୁ ତାଗିଦ୍‌: ରାଜ୍ୟ ବାହାରକୁ ଗସ୍ତ କରୁଥିବା ଅଧିକାରୀଙ୍କ ପାଇଁ ୨୧ ଦିନ ପୂର୍ବରୁ ନୋଟିସ୍ ବାଧ୍ୟତାମୂଳକ

ଦକ୍ଷିଣ ଆଫ୍ରିକାକୁ ୯ମ ସ୍ଥାନ

ଚଳିତ ପୁରୁଷ କନିଷ୍ଠ ହକି ବିଶ୍ୱକପ୍‍ରେ ଦକ୍ଷିଣ ଆଫ୍ରିକା ୯ମ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଶନିବାର ଅନୁଷ୍ଠିତ ଶ୍ରେଣୀ ବିଭାଗ ପର୍ଯ୍ୟାୟ ମ୍ୟାଚରେ ୯ମ ଓ ୧୦ମ ସ୍ଥାନ ପାଇଁ ଖେଳାଯାଇଥିବା ମୁକାବିଲାରେ ଦକ୍ଷିଣ ଆଫ୍ରିକା ୪-୦ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି। ପରାଜୟ ସହ ଦକ୍ଷିଣ କୋରିଆ ୧୦ମ ସ୍ଥାନ ହାସଲ କରିଛି। ସେହିଭଳି ଏକାଦଶ ଓ ଦ୍ୱାଦଶ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚରେ ପାକିସ୍ତାନ ୫-୦ ଗୋଲରେ ପୋଲାଣ୍ଡକୁ ମାତ୍‍ ଦେଇଛି। ବିଜୟ ସହ ପାକିସ୍ତାନ ୧୧ତମ ଓ ପୋଲାଣ୍ଡ ୧୨ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି।

ଏଥିପୂର୍ବରୁ ସକାଳ ୧୦ଟା ୩୦ରେ ଆମେରିକା ଓ ଇଜିପ୍ଟ ମଧ୍ୟରେ ୧୫ତମ ଓ ୧୬ତମ ସ୍ଥାନ ମ୍ୟାଚ୍‍ ଅନୁଷ୍ଠିତ ହୋଇଥିଲା। ଏଥିରେ ଆମେରିକା ପେନାଲ୍ଟି ସୁଟ୍‍ଆଉଟ୍‍ରେ ୩-୦ରେ ବିଜୟୀ ହୋଇ ୧୫ତମ ସ୍ଥାନ ହାସଲ କରିଛି। ଇଜିପ୍ଟ ସବାଶେଷ ୧୬ତମ ସ୍ଥାନରେ ସନ୍ତୁଷ୍ଟ ରହିଛି। ଅପରାହ୍ନ ୧ଟା ୩୦ରେ କାନାଡା ଓ ଚିଲି ମଧ୍ୟରେ ୧୩/୧୪ତମ ସ୍ଥାନ ପାଇଁ ମୁକାବିଲା ଅନୁଷ୍ଠିତ ହୋଇଥିଲା। ଏଥିରେ କାନାଡା ୨-୧ରେ ବିଜୟୀ ହୋଇ ୧୩ତମ ସ୍ଥାନ ଲାଭ କରିଛି। ପରାଜୟ ସହ ୧୪ତମ ସ୍ଥାନରେ ରହିଛି ଚିଲି।

05 Dec 2021 By The Sakala

ଜୁନିଅର ହକି ବିଶ୍ୱକପ : କଳିଙ୍ଗରେ ଆଜି ଟାଇଟଲ୍‍ ଲଢେଇ, ମୁହାଁମୁହିଁ ହେବେ ଜର୍ମାନୀ ଓ ଆର୍ଜେଣ୍ଟିନା

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ପାଖାପାଖି ଗତ ଦୁଇ ସପ୍ତାହ ଧରି ଚାଲିଥିବା ଓଡ଼ିଶା ପୁରୁଷ କନିଷ୍ଠ ହକି ବିଶ୍ୱକପ୍‍ ଚୂଡ଼ାନ୍ତ ପର୍ଯ୍ୟାୟରେ ଉପନୀତ ହୋଇଛି। ରେକର୍ଡଥର ଟାଇଟଲ୍‍ ବିଜେତା ର୍ଜମାନୀ ଓ ଆର୍ଜେଣ୍ଟିନା ମଧ୍ୟରେ ରବିବାର ରାତି ୭ଟା ୩୦ରେ ଫାଇନାଲ ଖେଳାଯିବ। ଜୁନିଅର ବିଶ୍ୱକପ୍‍ ଇତିହାସରେ ସର୍ବାଧିକ ୬ଥର ଟାଇଟଲ୍‍ ଜିତିଥିବା ଜର୍ମାନୀ ଚଳିତ ସଂସ୍କରଣରେ ଅପରାଜେୟ ସହ ଫାଇନାଲରେ ପ୍ରବେଶ କରିଛି। ପୁଲ୍‍-ଡି’ରେ ସ୍ଥାନ ପାଇଥିବା ଜର୍ମାନୀ ଏହି ପର୍ଯ୍ୟାୟରେ ଯଥାକ୍ରମେ ପାକିସ୍ତାନକୁ ୫-୨, ଆର୍ଜେଣ୍ଟିନାକୁ ୩-୨ ଓ ଇଜିପ୍ଟକୁ ୧୧-୦ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ଅନ୍ତିମ-୮ରେ ଜର୍ମାନୀର ମୁକାବିଲା ସ୍ପେନ ସହିତ ହୋଇଥିଲା। ଏହି ମ୍ୟାଚ୍‍ ୨-୨ ଗୋଲରେ ଅମୀମାଂସିତ ରହିବା ପରେ ପେନାଲ୍ଟି ସୁଟ୍‍ଆଉଟରେ ଜର୍ମାନୀ ୩-୧ ଗୋଲରେ ବାଜିମାତ୍‍ କରିନେଇଥିଲା। ଏହାପରେ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ୍‍ ଭାରତକୁ ୪-୨ ଗୋଲରେ ହରାଇ ଜର୍ମାନୀ ସ୍ୱର୍ଣ୍ଣ ପଦକ ମ୍ୟାଚରେ ପହଞ୍ଚିଛି।

ଅପରପକ୍ଷରେ ଆର୍ଜେଣ୍ଟିନା ପୁଲ୍‍ ପର୍ଯ୍ୟାୟରେ ୨ ବିଜୟ ଓ ଗୋଟିଏ ପରାଜୟ ସହ କ୍ୱାର୍ଟର ଫାଇନାଲ ଟିକଟ୍‍ ହାସଲ କରିଥିଲା। ଏହାପରେ କ୍ୱାର୍ଟରରେ ନେଦରଲାଣ୍ଡ୍‍ସକୁ ୨-୧ ଗୋଲରେ ହରାଇ ସେମିଫାଇନାଲରେ ପହଞ୍ଚିଥିଲା ଆର୍ଜେଣ୍ଟିନା। ଶୁକ୍ରବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ମୁକାବିଲା ହୋଇଥିଲା। ଏହି ମ୍ୟାଚ୍‍ ଗୋଲଶୂନ୍ୟ ରହିବା ପରେ ପେନାଲ୍ଟି ସୁଟଆଉଟ୍‍ ହୋଇଥିଲା। ଏଥିରେ ଆର୍ଜେଣ୍ଟିନା ୩-୧ ଗୋଲରେ ବିଜୟୀ ହୋଇ ଫାଇନାଲ ଟିକଟ୍‍ ଲାଭ କରିଥିଲା। ଚଳିତ ବିଶ୍ୱକପ୍‍ରେ ଉଭୟ ଦଳର ପ୍ରଦର୍ଶନକୁ ନଜର ପକାଇଲେ ଜର୍ମାନୀର ପଲା ଭାରି ରହିବ। ଯଦି ଆର୍ଜେଣ୍ଟିନା ରବିବାର ମ୍ୟାଚରେ ବିଜୟୀ ହୁଏ ତେବେ ୨ୟଥର ଲାଗି ବିଶ୍ୱକପ୍‍ ଟ୍ରଫି ଜିତିବାର ସୌଭାଗ୍ୟ ଲାଭ କରିବ। ଏଥିପୂର୍ବରୁ ୨୦୦୫ରେ ଆର୍ଜେଣ୍ଟିନା ଚାମ୍ପିଅନ୍‍ ହୋଇଥିଲା।

କାଂସ୍ୟ ପାଇଁ ଲଢ଼ିବ ଭାରତ

ସେମିଫାଇନାଲରେ ଜର୍ମାନୀଠାରୁ ୪-୨ ଗୋଲରେ ପରାସ୍ତ ହୋଇଥିବା ଡିଫେଣ୍ଡିଂ ଚାମ୍ପିଅନ୍‍ ଭାରତ ଏବେ କାଂସ୍ୟ ପଦକ ଲଢ଼େଇ ମ୍ୟାଚ ଖେଳିବ। ରବିବାର ଅପରାହ୍ନ ୪ଟା ୩୦ରେ ତୃତୀୟ ସ୍ଥାନ ପାଇଁ ଖେଳାଯିବାକୁ ଥିବା ମ୍ୟାଚରେ ଭାରତର ମୁକାବିଲା ଫ୍ରାନ୍ସ ସହ ହେବ। ପୂର୍ବରୁ ପ୍ରଥମ ସେମିଫାଇନାଲରେ ଫ୍ରାନ୍ସ ପେନାଲ୍ଟି ସୁଟ୍‍ଆଉଟ୍‍ରେ ୧-୩ ଗୋଲରେ ଆର୍ଜେଣ୍ଟିନା ନିକଟରୁ ପରାସ୍ତ ହୋଇଥିଲା। ଦୁଇଥରର (୨୦୦୧ ଓ ୨୦୧୬) ବିଜେତା ଭାରତ ଯଦି ୩ୟ ସ୍ଥାନ ପାଇଁ ଖେଳାଯିବାକୁ ଥିବା ମ୍ୟାଚରେ ବିଜୟୀ ହୁଏ ତେବେ ପ୍ରଥମଥର ଲାଗି କାଂସ୍ୟ ପଦକ ବିଜୟୀ ହେବ। ଭାରତ ୧୯୯୭ରେ ରୌପ୍ୟ ହାସଲ କରିଥିବାବେଳେ ୨୦୦୫ରେ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଥିଲା। ଫ୍ରାନ୍ସ ମଧ୍ୟ ବିଶ୍ୱକପ୍‍ରେ କେବେ ହେଲେ କାଂସ୍ୟ ସଫଳତା ପାଇନାହିଁ। ୨୦୧୩ରେ ରୌପ୍ୟ ପଦକ ଜିତିବା ଟୁର୍ଣ୍ଣାମେଣ୍ଟ ଇତିହାସରେ ଏହାର ଶ୍ରେଷ୍ଠ ପ୍ରଦର୍ଶନ ହୋଇରହିଛି।

ଦକ୍ଷିଣ ଆଫ୍ରିକାକୁ ୯ମ ସ୍ଥାନ

ଚଳିତ ପୁରୁଷ କନିଷ୍ଠ ହକି ବିଶ୍ୱକପ୍‍ରେ ଦକ୍ଷିଣ ଆଫ୍ରିକା ୯ମ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଶନିବାର ଅନୁଷ୍ଠିତ ଶ୍ରେଣୀ ବିଭାଗ ପର୍ଯ୍ୟାୟ ମ୍ୟାଚରେ ୯ମ ଓ ୧୦ମ ସ୍ଥାନ ପାଇଁ ଖେଳାଯାଇଥିବା ମୁକାବିଲାରେ ଦକ୍ଷିଣ ଆଫ୍ରିକା ୪-୦ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି। ପରାଜୟ ସହ ଦକ୍ଷିଣ କୋରିଆ ୧୦ମ ସ୍ଥାନ ହାସଲ କରିଛି। ସେହିଭଳି ଏକାଦଶ ଓ ଦ୍ୱାଦଶ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚରେ ପାକିସ୍ତାନ ୫-୦ ଗୋଲରେ ପୋଲାଣ୍ଡକୁ ମାତ୍‍ ଦେଇଛି। ବିଜୟ ସହ ପାକିସ୍ତାନ ୧୧ତମ ଓ ପୋଲାଣ୍ଡ ୧୨ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି।

ଏଥିପୂର୍ବରୁ ସକାଳ ୧୦ଟା ୩୦ରେ ଆମେରିକା ଓ ଇଜିପ୍ଟ ମଧ୍ୟରେ ୧୫ତମ ଓ ୧୬ତମ ସ୍ଥାନ ମ୍ୟାଚ୍‍ ଅନୁଷ୍ଠିତ ହୋଇଥିଲା। ଏଥିରେ ଆମେରିକା ପେନାଲ୍ଟି ସୁଟ୍‍ଆଉଟ୍‍ରେ ୩-୦ରେ ବିଜୟୀ ହୋଇ ୧୫ତମ ସ୍ଥାନ ହାସଲ କରିଛି। ଇଜିପ୍ଟ ସବାଶେଷ ୧୬ତମ ସ୍ଥାନରେ ସନ୍ତୁଷ୍ଟ ରହିଛି। ଅପରାହ୍ନ ୧ଟା ୩୦ରେ କାନାଡା ଓ ଚିଲି ମଧ୍ୟରେ ୧୩/୧୪ତମ ସ୍ଥାନ ପାଇଁ ମୁକାବିଲା ଅନୁଷ୍ଠିତ ହୋଇଥିଲା। ଏଥିରେ କାନାଡା ୨-୧ରେ ବିଜୟୀ ହୋଇ ୧୩ତମ ସ୍ଥାନ ଲାଭ କରିଛି। ପରାଜୟ ସହ ୧୪ତମ ସ୍ଥାନରେ ରହିଛି ଚିଲି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର