ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ବଡ଼ସାହି ବ୍ଲକର କନିଷ୍ଠ ଯନ୍ତ୍ରୀ, ବିଲ ପାସ କରାଇବାକୁ ନେଉଥିଲେ ୬୫ହଜାର ଟଙ୍କା ଲାଞ୍ଚ

The Sakala Picture
Published On

ବାରିପଦା: ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର କନିଷ୍ଠ ଯନ୍ତ୍ରୀ ଆଶିଷ କୁମାର ଘଡେଇ। ପୁରୁଣା ୫-ଟି ସ୍କୁଲ କାମର ବିଲ କରିଦେବା ପାଇଁ ୬୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ସୂଚନା ଅନୁଯାୟୀ, ବଡ଼ସାହି ବ୍ଲକର କନିଷ୍ଠ ଯନ୍ତ୍ରୀ ଆଶିଷ କୁମାର ଘଡେଇ ଗୋପବନ୍ଧୁନଗର ବ୍ଲକ ଆରପଟା ଗ୍ରାମର ଟିକାୟତପୁର ସରକାରୀ ବାଳିକା ଆଶ୍ରମ ସ୍କୁଲର ୫-ଟି ରୂପାନ୍ତରଣ କାର୍ଯ୍ୟର ପୁରୁଣା ବିଲ ପାସ […]

ବାରିପଦା: ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର କନିଷ୍ଠ ଯନ୍ତ୍ରୀ ଆଶିଷ କୁମାର ଘଡେଇ। ପୁରୁଣା ୫-ଟି ସ୍କୁଲ କାମର ବିଲ କରିଦେବା ପାଇଁ ୬୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି।

ଆହୁରି ପଢ଼ନ୍ତୁ: ବିଗତ ଛାତ୍ର ସଂସଦ ନିର୍ବାଚନରେ ବିଜେପି ସରକାର ନିମ୍ନତାର ସବୁ ସୀମା ଟପିଗଲା: ସୁଜାତା ରାଉତ କାର୍ତ୍ତିକେୟନ

ସୂଚନା ଅନୁଯାୟୀ, ବଡ଼ସାହି ବ୍ଲକର କନିଷ୍ଠ ଯନ୍ତ୍ରୀ ଆଶିଷ କୁମାର ଘଡେଇ ଗୋପବନ୍ଧୁନଗର ବ୍ଲକ ଆରପଟା ଗ୍ରାମର ଟିକାୟତପୁର ସରକାରୀ ବାଳିକା ଆଶ୍ରମ ସ୍କୁଲର ୫-ଟି ରୂପାନ୍ତରଣ କାର୍ଯ୍ୟର ପୁରୁଣା ବିଲ ପାସ କରିଦେବା ପାଇଁ ଠିକାଦାରଙ୍କୁ ଲାଞ୍ଚ ମାଗିଥିଲେ। ଏହାକୁ ନେଇ ଠିକାଦାର ରଞ୍ଜନ କୁମାର ପରିଡା ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ। ବାଲେଶ୍ଵର ଭିଜିଲାନ୍ସ ଟିମର ପୂର୍ବରୁ ଯୋଜନା ମୁତାବକ ଖୁଣ୍ଟା ଥାନା ଅନ୍ତର୍ଗତ ଜାଦବାଣୀ ନିକଟରେ ୬୫ହଜାର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ପଞ୍ଚାରେ ଧରାପଡ଼ିଥିଲେ। ଭିଜିଲାନ୍ସ ବିଭାଗ ଅଧିକାରୀ ସେଠାରେ ଛପି ରହିଥିଲେ। କେମିକାଲ ମିଶ୍ରିତ ଲାଞ୍ଚ ଟଙ୍କା ଓ ଜେଇଙ୍କ କାର ଭିଜିଲାନ୍ସ ଜବତ କରିଛି।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

ଏହା ସହିତ ବାରିପଦା ଚିପଟଅସ୍ତିଆ ସ୍ଥିତ ଘର ଏବଂ ବଡ଼ସାହି ବ୍ଲକ କାର୍ଯ୍ୟାଳୟ ଓ ସରକାରୀ କ୍ୱାଟରରେ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରି ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏହାକୁ ନେଇ ବାଲେଶ୍ଵର ଭିଜିଲାନ୍ସ ବିଭାଗ ଦ୍ଵାରା କେଶ ନମ୍ବର- ୩୬/୨୦୨୨ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ପ୍ରକ୍ରିୟା ଜାରି ଥିବା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର