ରାଜ୍ୟ ପାଇଁ ଜୁନରୁ -ଅକ୍ଟୋବର ଗୁରୁତ୍ବପୂର୍ଣ୍ଣ, ପ୍ରଶାସନିକ ସ୍ତରରେ ସବୁ ପ୍ରକାର ପ୍ରସ୍ତୁତି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

The Sakala Picture
Published On

ଭୁବନେଶ୍ବର: ରାଜ୍ୟ ପାଇଁ ଜୁନରୁ ଅକ୍ଟୋବର ଗୁରୁତ୍ବପୂର୍ଣ୍ଣ । ଏହି ସମୟ ମଧ୍ୟରେ ବାତ୍ୟା, ବନ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ ଓଡ଼ିଶା । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ସବୁ ପ୍ରକାର ପ୍ରସ୍ତୁତି କରିବାକୁ ରାଜ୍ୟ ସ୍ତରୀୟ ପ୍ରାକୃତିକ ଦୁର୍ବିପାକ କମିଟି ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କୁ ସବୁ ପ୍ରକାର ବିପର୍ଯ୍ୟୟ ବାବଦରେ ରିଅଲ ଟାଇମ ସୂଚନା ପ୍ରଦାନ କରିବାକୁ ଜିଲ୍ଲା ସ୍ତରୀୟ ବିଭାଗୀୟ […]

ଭୁବନେଶ୍ବର: ରାଜ୍ୟ ପାଇଁ ଜୁନରୁ ଅକ୍ଟୋବର ଗୁରୁତ୍ବପୂର୍ଣ୍ଣ । ଏହି ସମୟ ମଧ୍ୟରେ ବାତ୍ୟା, ବନ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ ଓଡ଼ିଶା । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ସବୁ ପ୍ରକାର ପ୍ରସ୍ତୁତି କରିବାକୁ ରାଜ୍ୟ ସ୍ତରୀୟ ପ୍ରାକୃତିକ ଦୁର୍ବିପାକ କମିଟି ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଚାକିରି ଦେବାକୁ କହି ପାର୍ଲରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଲୋକଙ୍କୁ ସବୁ ପ୍ରକାର ବିପର୍ଯ୍ୟୟ ବାବଦରେ ରିଅଲ ଟାଇମ ସୂଚନା ପ୍ରଦାନ କରିବାକୁ ଜିଲ୍ଲା ସ୍ତରୀୟ ବିଭାଗୀୟ କଣ୍ଟ୍ରୋଲ ରୁମ ୨୪ ଘଣ୍ଟା କାର୍ଯ୍ୟ କରିବ । ସତକ ୱେବ ଓ ମୋବାଇଲ ଆପର ମଧ୍ୟ ବିକାଶ କରାଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପର୍ୟ୍ୟାପ୍ତ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଉପାନ୍ତ ଅଞ୍ଚଳ ପାଇଁ ଗୋଖାଦ୍ୟ ମହଜୁଦ ରଖିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗର୍ଭବତୀ, ଭିନ୍ନକ୍ଷମ ଓ ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ଜିଲ୍ଲା ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଦଳର ବିଧାୟକ ପ୍ରାର୍ଥୀଙ୍କ ସହ ନବୀନଙ୍କ ବୈଠକ: ଏସ୍‌ଆଇଆର୍‌ ସମୟରେ ସତର୍କ ଓ ସଜାଗ ରହିବାକୁ ପରାମର୍ଶ

ଯେକୌଣସି ବିପର୍ଯ୍ୟୟ ପରେ ପୁନଃରୁଦ୍ଧାର ଓ ପୂର୍ନବାସ କାର୍ୟ୍ୟକୁ ସର୍ବାଧିକ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିପର୍ଯ୍ୟୟ ମୁକାବିଲାରେ ଓଡିଶାର ପାରଦର୍ଶିତା ପାଇଁ ଚଳିତ ବର୍ଷ ରାଜ୍ୟ ସରକାରଙ୍କୁ ମିଳିଛି ନେତାଜୀ ସୁବାଷ ଚନ୍ଦ୍ର ବୋଷ ପୁରସ୍କାର । ବାହାନଗା ଟ୍ରେନ ଦୁର୍ଘଟଣା ପରେ ମୃତହତଙ୍କ ଉଦ୍ଧାର ଓ ଚିକିତ୍ସା ସାଙ୍ଗକୁ ଗ୍ରୀଷ୍ମ ପ୍ରବାହର ମଧ୍ୟ ସଫଳତାର ମୁକାବିଲା କରାଯାଇଛି ।

ଆହୁରି ପଢ଼ନ୍ତୁ: ଦ୍ରୁତଗତିରେ ଆସି ହାଇୱାକୁ ପଛପଟୁ ଜୋରଦାର ଧକ୍କା ଦେଲା BMW କାର୍, ଦୁଇ ମୃତ

24 Jun 2023 By The Sakala

ରାଜ୍ୟ ପାଇଁ ଜୁନରୁ -ଅକ୍ଟୋବର ଗୁରୁତ୍ବପୂର୍ଣ୍ଣ, ପ୍ରଶାସନିକ ସ୍ତରରେ ସବୁ ପ୍ରକାର ପ୍ରସ୍ତୁତି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟ ପାଇଁ ଜୁନରୁ ଅକ୍ଟୋବର ଗୁରୁତ୍ବପୂର୍ଣ୍ଣ । ଏହି ସମୟ ମଧ୍ୟରେ ବାତ୍ୟା, ବନ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ ଓଡ଼ିଶା । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ସବୁ ପ୍ରକାର ପ୍ରସ୍ତୁତି କରିବାକୁ ରାଜ୍ୟ ସ୍ତରୀୟ ପ୍ରାକୃତିକ ଦୁର୍ବିପାକ କମିଟି ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଲୋକଙ୍କୁ ସବୁ ପ୍ରକାର ବିପର୍ଯ୍ୟୟ ବାବଦରେ ରିଅଲ ଟାଇମ ସୂଚନା ପ୍ରଦାନ କରିବାକୁ ଜିଲ୍ଲା ସ୍ତରୀୟ ବିଭାଗୀୟ କଣ୍ଟ୍ରୋଲ ରୁମ ୨୪ ଘଣ୍ଟା କାର୍ଯ୍ୟ କରିବ । ସତକ ୱେବ ଓ ମୋବାଇଲ ଆପର ମଧ୍ୟ ବିକାଶ କରାଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପର୍ୟ୍ୟାପ୍ତ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଉପାନ୍ତ ଅଞ୍ଚଳ ପାଇଁ ଗୋଖାଦ୍ୟ ମହଜୁଦ ରଖିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗର୍ଭବତୀ, ଭିନ୍ନକ୍ଷମ ଓ ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ଜିଲ୍ଲା ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଯେକୌଣସି ବିପର୍ଯ୍ୟୟ ପରେ ପୁନଃରୁଦ୍ଧାର ଓ ପୂର୍ନବାସ କାର୍ୟ୍ୟକୁ ସର୍ବାଧିକ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିପର୍ଯ୍ୟୟ ମୁକାବିଲାରେ ଓଡିଶାର ପାରଦର୍ଶିତା ପାଇଁ ଚଳିତ ବର୍ଷ ରାଜ୍ୟ ସରକାରଙ୍କୁ ମିଳିଛି ନେତାଜୀ ସୁବାଷ ଚନ୍ଦ୍ର ବୋଷ ପୁରସ୍କାର । ବାହାନଗା ଟ୍ରେନ ଦୁର୍ଘଟଣା ପରେ ମୃତହତଙ୍କ ଉଦ୍ଧାର ଓ ଚିକିତ୍ସା ସାଙ୍ଗକୁ ଗ୍ରୀଷ୍ମ ପ୍ରବାହର ମଧ୍ୟ ସଫଳତାର ମୁକାବିଲା କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର