ଆଜି ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସୁଛନ୍ତି ଜେ ପି ନଡ୍ଡା ଓ ରାହୁଲ ଗାନ୍ଧି

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ତାରିଖ ପାଖେଇ ଆସୁଥିବା ବେଳେ ନିର୍ବାଚନୀ ପାଣିପାଗ ସରଗରମ ହେବାରେ ଲାଗିଛି। ବିଶେଷକରି ଗତ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ନିର୍ବାଚନ ପ୍ରଚାରର ଶୁଭ ଶଙ୍ଖ ଫୁଙ୍କିବା ପରେ ବିରୋଧୀ ଶିବିର ଚଳଚଞ୍ଚଳ ହୋଇଉଠିଛି। ଗତ ୨୫ ତାରିଖରେ ବିଜେପିର ବରିଷ୍ଠ ନେତା ଅମିତ୍‌‌ ଶାହା ସୋନପୁରରୁ ନିର୍ବାଚନ ପ୍ରଚାର କରି ଦଳୀୟ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ୍‌‌ […]

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ତାରିଖ ପାଖେଇ ଆସୁଥିବା ବେଳେ ନିର୍ବାଚନୀ ପାଣିପାଗ ସରଗରମ ହେବାରେ ଲାଗିଛି। ବିଶେଷକରି ଗତ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ନିର୍ବାଚନ ପ୍ରଚାରର ଶୁଭ ଶଙ୍ଖ ଫୁଙ୍କିବା ପରେ ବିରୋଧୀ ଶିବିର ଚଳଚଞ୍ଚଳ ହୋଇଉଠିଛି। ଗତ ୨୫ ତାରିଖରେ ବିଜେପିର ବରିଷ୍ଠ ନେତା ଅମିତ୍‌‌ ଶାହା ସୋନପୁରରୁ ନିର୍ବାଚନ ପ୍ରଚାର କରି ଦଳୀୟ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ୍‌‌ ହୋଇ ଉଠିଥିବା ବେଳେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଏବଂ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ପ୍ରଚାର ପାଇଁ ଓଡ଼ିଶା ଆସୁଛନ୍ତି। ଏହି ଦୁଇ ହେଭିୱେଟ୍‌‌ଙ୍କ ପ୍ରଚାର ରାଜ୍ୟ ରାଜନୀତି ପାଣିପାଗକୁ ଆହୁରି ଉଷ୍ମ କରିବ ବୋଲି ଆକଳନ କରୁଛନ୍ତି ରାଜନୀତିକ ସମୀକ୍ଷକ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ସୂଚନା ଅନୁଯାୟୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଭୁବନେଶ୍ୱର ବିମାନବନ୍ଦରରେ ଅପରାହ୍ଣ ୪ଟା ୩୦ରେ ପହଞ୍ଚିବେ। ବିମାନବନ୍ଦରରୁ ସେ ସିଧାସଳଖ ସ୍ୱତନ୍ତ୍ର ବିମାନରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ଯିବେ। ଅପରାହ୍ଣ ସାଢ଼େ ୫ଟାରେ ନଡ୍ଡା ମୟୂରଭଞ୍ଜର ଆମ୍ୱପୁଆ ଠାରେ ଏକ ସାଧାରଣସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସନ୍ଧ୍ୟା ୬ଟା ୪୫ରେ ସେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେବେ। ଏହି ବୈଠକରେ ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର ଓ କୋରାପୁଟର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେବେ। ବ୍ରହ୍ମପୁରରେ ରାତ୍ରି ରହଣି କରି ଆସନ୍ତାକାଲି ସକାଳେ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ସେହିପରି ଆଜି ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଦିନ ୧୧ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ କଟକର ସତ୍ୟଭାମାପୁର ଯିବେ। ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସତ୍ୟଭାମାପୁରରୁ ହେଲିକପ୍ଟର ଯୋଗେ ସାଲେପୁର ଯିବେ। ସେଠାରେ ସେ ଦଳ ପକ୍ଷରୁ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହାପରେ ରାହୁଲ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।
ଗୋଟିଏ ଦିନରେ ଜାତୀୟ ରାଜନୀତିର ଦୁଇ ହେଭିୱେଟ ନେତା ଓଡ଼ିଶା ଆସୁଥିବାରୁ ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ୍‌‌ ଉଷ୍ମତା ଭରିଯାଇଛି। ବିଶେଷକରି ବିଜେପି ଓ କଂଗ୍ରେସର ସମର୍ଥକମାନେ ଦଳୀୟ ନେତାଙ୍କ ଓଡ଼ିଶା ଆଗମନକୁ ନେଇ ବେଶ୍‌‌ ଉତ୍ସାହିତ ଅଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର