ଏସ୍‍ଏଚ୍‍ଜିରୁ ଏମ୍‍ଏସ୍‍ଏମ୍‍ଇ ଯାତ୍ରା, ପୋଷାକ ବଜାରରେ ‘ମିଶନ ଶକ୍ତି’

The Sakala Picture
Published On

ଭୁବନେଶ୍ୱର : ସ୍ୱୟଂ ସହାୟକ ଗୋଷ୍ଠୀରୁ ଉଦ୍ୟୋଗ ଦିଗରେ ଯାତ୍ରା ଆରମ୍ଭ କରିଛି ‘ମିଶନ ଶକ୍ତି’। ମା’ ମାନଙ୍କୁ ଅଧିକ ଆର୍ଥ଄କ ସଶକ୍ତ ଓ ସ୍ୱାବଲମ୍ବୀ କରାଯିବା ନିମନ୍ତେ ସେମାନଙ୍କର ଦକ୍ଷତା ବିକାଶ ନିମନ୍ତେ ପଦକ୍ଷେପ ଗ୍ରହଣ ପାଇଁ କାର୍ଯ୍ୟ ଆରମ୍ଭ କରିଛି। ମହିଳାମାନେ କେବଳ ସ୍ୱୟଂ ସହାୟକ ଗୋଷ୍ଠୀରେ ସୀମିତ ନ ରହି କିପରି ଉଦ୍ୟୋଗୀ ଭାବରେ ପରିଚିତି ଓ ପ୍ରତିଷ୍ଠା ପାଇବେ ସେଥିପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏଥିପାଇଁ ଦିଲ୍ଲୀର ଏକ ସଂସ୍ଥା ସହ […]

ଭୁବନେଶ୍ୱର : ସ୍ୱୟଂ ସହାୟକ ଗୋଷ୍ଠୀରୁ ଉଦ୍ୟୋଗ ଦିଗରେ ଯାତ୍ରା ଆରମ୍ଭ କରିଛି ‘ମିଶନ ଶକ୍ତି’। ମା’ ମାନଙ୍କୁ ଅଧିକ ଆର୍ଥ଄କ ସଶକ୍ତ ଓ ସ୍ୱାବଲମ୍ବୀ କରାଯିବା ନିମନ୍ତେ ସେମାନଙ୍କର ଦକ୍ଷତା ବିକାଶ ନିମନ୍ତେ ପଦକ୍ଷେପ ଗ୍ରହଣ ପାଇଁ କାର୍ଯ୍ୟ ଆରମ୍ଭ କରିଛି। ମହିଳାମାନେ କେବଳ ସ୍ୱୟଂ ସହାୟକ ଗୋଷ୍ଠୀରେ ସୀମିତ ନ ରହି କିପରି ଉଦ୍ୟୋଗୀ ଭାବରେ ପରିଚିତି ଓ ପ୍ରତିଷ୍ଠା ପାଇବେ ସେଥିପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏଥିପାଇଁ ଦିଲ୍ଲୀର ଏକ ସଂସ୍ଥା ସହ ମିଶନ ଶକ୍ତି ବିଭାଗ ବୁଝାମଣା କରିଛି। ବୁଝାମଣା ଅନୁସାରେ ଆସନ୍ତା ୧୮ ମାସରେ ୧୦ ହଜାର ମହିଳାଙ୍କ ଦକ୍ଷତା ବିକାଶ କରାଯାଇ ସେମାନଙ୍କୁ ଉଦ୍ୟୋଗୀରେ ପରିଣତ କରାଯିବ। ଏସ୍‍ଏଚ୍‍ଜିରୁ ଯେଉଁ ଯାତ୍ରା ମହିଳାମାନେ ଆରମ୍ଭ କରିଛନ୍ତି ତାହାକୁ ଉଦ୍ୟୋଗରେ ରୂପାନ୍ତରିତ କରାଯିବ। ରାଜ୍ୟର ମହିଳମାନଙ୍କୁ ଆର୍ଥିକ ସମ୍ପନ୍ନ ଓ ସ୍ୱାବଲମ୍ବୀ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ପୂର୍ଣ୍ଣତଃ କାର୍ଯ୍ୟକାରୀ କରିବାକୁ ମିଶନ ଶକ୍ତି ପଦକ୍ଷେପ ଗ୍ରହଣ କରିଛି।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ଏସ୍‍ଏଚ୍‍ଜିରୁ ଏମ୍‍ଏସ୍‍ଏମ୍‍ଇ ଦିଗକୁ ଏକ ବୈପ୍ଲବିକ ଯାତ୍ରା ଆରମ୍ଭ କରିଛି। ୨୨ବର୍ଷ ଧରି ଏକ ବିପ୍ଳବରେ ପରିଣତ ହୋଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରୁ ମା’ମାନଙ୍କୁ କ୍ଷୁଦ୍ର ମଧ୍ୟମ ବ୍ୟବସାୟୀରେ ପରିଣତ କରିବାପାଇଁ ଲକ୍ଷ୍ୟ ରଖାଯାଇଛି। ମହିଳାମାନେ ବଡ଼ ବ୍ୟବସାୟ କରି ରୋଜଗାରକ୍ଷମ ହେବାସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ୨ବର୍ଷ ମଧ୍ୟରେ ହଜାର ହଜାର ଏମ୍‍ଏସ୍‍ଏମ୍‍ଇ ଗଠନ କରିବାପାଇଁ ଲକ୍ଷ୍ୟ ରଖାଯାଇଛି। ମହିଳାମାନେ କେବଳ ଏସ୍‍ଏଚ୍‍ଜିରେ ସୀମିତ ନ ରହି ଉଦ୍ୟୋଗୀ ହେବେ। ସେହି କ୍ରମରେ ମିଶନ୍‍ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା ସାଙ୍ଗକୁ ମହିଳା ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ମିଶନ ଶକ୍ତି ବିଭାଗ ଓ ନୂଆଦିଲ୍ଲୀ ଆପାରେଲ ମେଡ଼୍‍- ଅପ୍‍ସ ଆଣ୍ଡ ହୋମ୍‍ ଫର୍ଣ୍ଣିସିଂ ସେକ୍ଟର ସ୍କିଲ କାଉନ୍‍ସିଲ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ଫଳରେ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ସିଲେଇ ମେସିନ୍‍ ଅପରେଟର ଭାବେ ଦକ୍ଷତାଭିତ୍ତିକ ତାଲିମ ଦିଆଯିବ। ଏହାଦ୍ୱାରା ମହିଳାମାନେ ଅଧିକ ସ୍ୱାବଲମ୍ବୀ ହେବା ସହ ଆତ୍ମନିର୍ଭରଶୀଳ ହୋଇପାରିବ। ଏହାସହ ପୋଷାକ ଶିଳ୍ପ କ୍ଷେତ୍ରରେ ମହିଳା କ୍ଷୁଦ୍ର ଉଦ୍ୟୋଗୀ ସୃଷ୍ଟି ହୋଇପାରିବେ। ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ବଜାରାଭିମୁଖୀ କରିବା ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯିବ। ଏହି ଚୁକ୍ତିନାମା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସିଲେଇ ଦକ୍ଷତାର ବିକାଶ କରିବା ସହିତ ସେମାନଙ୍କର ଆତ୍ମନିଯୁକ୍ତି କ୍ଷେତ୍ରରେ ମଧ୍ୟ ସହାୟକ ହେବ। ଏହି ଦକ୍ଷତାଭିତ୍ତିକ ତାଲିମ, ମିଶନ ଶକ୍ତି ସ୍ୱୟଂ ସହାୟକ ତଥା ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ୱାରା ପରିଚାଳିତ ଟେଲରିଂ ୟୁନିଟ୍‍ ଗୁଡିକର କାର୍ଯ୍ୟଦକ୍ଷତାକୁ ଦୀର୍ଘ ସମୟ ପାଇଁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ଜ୍ଞାନକୌଶଳ ଓ ସୁଯୋଗ ଯୋଗାଇଦେବ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ମହିଳାମାନଙ୍କ ଦ୍ୱାରା ଜିଲ୍ଲା ତଥା ବ୍ଲକସ୍ତରରେ ଆହୁରି ଅଧିକ ୟୁନିଟ ଗଠନ କରାଯିବ। ୧୮ମାସ ମଧ୍ୟରେ ଏହି ତାଲିମକୁ କାର୍ଯ୍ୟକାରୀ କରାଯିବ। ଏହି ପ୍ରକଳ୍ପ ମାଧ୍ୟମରେ ତାଲିମପ୍ରାପ୍ତ ସଦସ୍ୟାମାନଙ୍କୁ ଆପାରେଲ୍‍ ମେଡ଼୍‍ ଅପସ୍‍ ଆଣ୍ଡ ହୋମ୍‍ ଫର୍ଣ୍ଣିସିଂ ସେକ୍ଟର ସ୍କିଲ କାଉନ୍‍ସିଲ୍‍ ସେମାନଙ୍କର ଟେଲରିଂ ୟୁନିଟ୍‍ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିବ ସହ ଆବଶ୍ୟକୀୟ ସହାୟତା ଯୋଗାଇ ଦେବ। ଏହାଦ୍ୱାରା ପୋଷାକ ଶିଳ୍ପ କ୍ଷେତ୍ରରେ ସମ୍ଭାବ୍ୟ ସହଭାଗିତା ସୃଷ୍ଟି ଦିଗରେ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିବ। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ ବିଭିନ୍ନ ଜିଲ୍ଲାରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀର ସଦସ୍ୟାମାନେ ଅଙ୍ଗନବାଡି କେନ୍ଦ୍ର ଓ ସ୍କୁଲକୁ ପୋଷାକ ପ୍ରସ୍ତୁତ କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରି ସ୍ୱାବଲମ୍ବୀ ହୋଇପାରିଛନ୍ତି।

ସେହିପରି କୋଭିଡ଼ ସମୟରେ ମାସ୍କ ପ୍ରସ୍ତୁତ କରି ମିଶନଶକ୍ତି ସହ ଜଡ଼ିତ ମହିଳାମାନେ ମଧ୍ୟ ଆର୍ଥିର୍କ ଦୃଷ୍ଟିରୁ ଲାଭାନ୍ୱିତ ହୋଇଛନ୍ତି। ଏଦିଗରେ ମହିଳାମାନଙ୍କ ଦକ୍ଷତା ବିକାଶ ସହିତ ପୋଷାକ ଶିଳ୍ପ କ୍ଷେତ୍ରରେ ମହିଳା ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ମିଶନ୍‍ ଶକ୍ତି ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏଥିରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମହିଳା ଏସ୍‍ଏଚ୍‍ଜି ସଦସ୍ୟାମାନେ ଉପକୃତ ହୋଇପାରିବେ। ପ୍ରତ୍ୟେକଟି ମହିଳାଙ୍କୁ ପରିଚୟ ଦେବା ପାଇଁ ବିଭାଗ କାର୍ଯ୍ୟରତ ରହିଛି। ଆଗକୁ ଏହା ମାଧ୍ୟମରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରାଯିବ ବୋଲି ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର