ରାଜ୍ୟର ସାମ୍ବାଦିକ ପାଇବେ ପେନସନ, ଚାଲିଛି ଚିହ୍ନଟ ପ୍ରକ୍ରିୟା- ସାଂସଦ ମାନସ ମଙ୍ଗରାଜ

The Sakala Picture
Published On

କଟକ: ରାଜ୍ୟର ୯ ହଜାର ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ବୀମା ରାଶି ପ୍ରଦାନ କରାଯାଉଛି । ପେନସନ ପାଇଁ ସାମ୍ବାଦିକ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । କଟକ ନରସିଂହପୁର ସାମ୍ବାଦିକ ସଂଘର ଚତୁର୍ଥ ବାର୍ଷିକ ଉତ୍ସବ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମାନସ କହିଥିଲେ, ‘କୋଭିଡ଼ ମହାମାରୀ ସମୟରେ ମୃତ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର […]

କଟକ: ରାଜ୍ୟର ୯ ହଜାର ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ବୀମା ରାଶି ପ୍ରଦାନ କରାଯାଉଛି । ପେନସନ ପାଇଁ ସାମ୍ବାଦିକ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । କଟକ ନରସିଂହପୁର ସାମ୍ବାଦିକ ସଂଘର ଚତୁର୍ଥ ବାର୍ଷିକ ଉତ୍ସବ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ଆଶଙ୍କା, ୧୩ରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମାନସ କହିଥିଲେ, ‘କୋଭିଡ଼ ମହାମାରୀ ସମୟରେ ମୃତ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟର ୪୮ ଜଣ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ସହାୟତା ରାଶି ଯୋଗାଇ ଦିଆଯାଇଛି । ଯାହାକି ସାରା ଦେଶରେ ପ୍ରଥମ ।’ ସମାଜର ମଙ୍ଗଳ ପାଇଁ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟି ଦେଇ କାମ କରିବାକୁ ସାମ୍ବାଦିକଙ୍କୁ ପରାମର୍ଶ ଦେଇଛନ୍ତି ସାଂସଦ ।

ଆହୁରି ପଢ଼ନ୍ତୁ: ମିଶନ ଶକ୍ତିର ଗୌରବ ଲିଭାଇବାକୁ ସରକାରଙ୍କ ଉଦ୍ୟମ: ବିଜେଡି

କାର୍ଯ୍ୟକ୍ରମରେ ସାମ୍ବାଦିକ ସଂଘର ସଭାପତି ଦେବୀପ୍ରସାଦ ରଥ ସଭାପତିତ୍ବ କରିଥିବାବେଳେ ବିଧାୟକ ଦେବୀପ୍ରସାଦ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୨୦ଟି ସାମ୍ବାଦିକ ସଙ୍ଘ ଉତ୍ସବରେ ଯୋଗଦେଇଥିଲେ ।

ଆହୁରି ପଢ଼ନ୍ତୁ: ପ୍ରବଳ ବର୍ଷା: ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ଘୋଷଣା କଲା ପ୍ରଶାସନ

21 Jun 2023 By The Sakala

ରାଜ୍ୟର ସାମ୍ବାଦିକ ପାଇବେ ପେନସନ, ଚାଲିଛି ଚିହ୍ନଟ ପ୍ରକ୍ରିୟା- ସାଂସଦ ମାନସ ମଙ୍ଗରାଜ

କଟକ: ରାଜ୍ୟର ୯ ହଜାର ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ବୀମା ରାଶି ପ୍ରଦାନ କରାଯାଉଛି । ପେନସନ ପାଇଁ ସାମ୍ବାଦିକ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । କଟକ ନରସିଂହପୁର ସାମ୍ବାଦିକ ସଂଘର ଚତୁର୍ଥ ବାର୍ଷିକ ଉତ୍ସବ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମାନସ କହିଥିଲେ, ‘କୋଭିଡ଼ ମହାମାରୀ ସମୟରେ ମୃତ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟର ୪୮ ଜଣ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ସହାୟତା ରାଶି ଯୋଗାଇ ଦିଆଯାଇଛି । ଯାହାକି ସାରା ଦେଶରେ ପ୍ରଥମ ।’ ସମାଜର ମଙ୍ଗଳ ପାଇଁ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟି ଦେଇ କାମ କରିବାକୁ ସାମ୍ବାଦିକଙ୍କୁ ପରାମର୍ଶ ଦେଇଛନ୍ତି ସାଂସଦ ।

କାର୍ଯ୍ୟକ୍ରମରେ ସାମ୍ବାଦିକ ସଂଘର ସଭାପତି ଦେବୀପ୍ରସାଦ ରଥ ସଭାପତିତ୍ବ କରିଥିବାବେଳେ ବିଧାୟକ ଦେବୀପ୍ରସାଦ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୨୦ଟି ସାମ୍ବାଦିକ ସଙ୍ଘ ଉତ୍ସବରେ ଯୋଗଦେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର