ରାଜ୍ୟରେ ଆରମ୍ଭ ହେଲା ସାମ୍ବାଦିକଙ୍କ ଟିକାକରଣ ପ୍ରକ୍ରିୟା

The Sakala Picture
Published On

ଭୁବନେଶ୍ବର: ସାମ୍ବାଦିକ ମାନଙ୍କୁ ରାଜ୍ୟ ସରକାର ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିବା ପରେ ସୋମବାର ଦିନ ସେମାନଙ୍କ ଟିକା କରଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ବିଏମସି ପକ୍ଷରୁ ସାମ୍ବାଦିକଙ୍କ ଟିକାକରଣ ପାଇଁ ସ୍ବତନ୍ତ୍ର କ୍ୟାମ୍ପ କରାଯାଇଛି। ଭୁବନେଶ୍ବର କଟକରୋଡ୍ ଯାତ୍ରୀ ନିବାସରେ ସାମ୍ବାଦିକଙ୍କୁ ଟିକାକରଣ ପାଇଁ ଆୟୋଜିତ ହୋଇଛି ସ୍ବତନ୍ତ୍ର କ୍ୟାମ୍ପ । ସୂଚନା ଅନୁଯାୟୀ, ସକାଳ ୧୧ ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୧୮ ରୁ ୪୪ ବର୍ଷୀୟ ସାମ୍ବାଦିକଙ୍କୁ ଟିକା କରଣ […]

ଭୁବନେଶ୍ବର: ସାମ୍ବାଦିକ ମାନଙ୍କୁ ରାଜ୍ୟ ସରକାର ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିବା ପରେ ସୋମବାର ଦିନ ସେମାନଙ୍କ ଟିକା କରଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ବିଏମସି ପକ୍ଷରୁ ସାମ୍ବାଦିକଙ୍କ ଟିକାକରଣ ପାଇଁ ସ୍ବତନ୍ତ୍ର କ୍ୟାମ୍ପ କରାଯାଇଛି। ଭୁବନେଶ୍ବର କଟକରୋଡ୍ ଯାତ୍ରୀ ନିବାସରେ ସାମ୍ବାଦିକଙ୍କୁ ଟିକାକରଣ ପାଇଁ ଆୟୋଜିତ ହୋଇଛି ସ୍ବତନ୍ତ୍ର କ୍ୟାମ୍ପ ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ସୂଚନା ଅନୁଯାୟୀ, ସକାଳ ୧୧ ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୧୮ ରୁ ୪୪ ବର୍ଷୀୟ ସାମ୍ବାଦିକଙ୍କୁ ଟିକା କରଣ କରାଯିବ। ସେହିପରି ୩ଟା ଠାରୁ ୫ଟା ପର୍ଯ୍ୟନ୍ତ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ସାମ୍ବାଦିକମାନକୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସଂପୃକ୍ତ ସାମ୍ବାଦିକମାନେ ଆଧାର କାର୍ଡ଼ ସହ ସେମାନଙ୍କ ସାମ୍ବାଦିକ ପରିଚୟପତ୍ର ନେଇ ଟିକା ପାଇଁ ଅଫଲାଇନ୍ ରେଜିଷ୍ଟ୍ରେସନ କରିପାରିବେ ।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

ଗତକାଲି ସାମ୍ବାଦିକମାନଙ୍କୁ ସମ୍ମାନ ଜଣାଇ କରୋନା ସମ୍ମୁଖ ଯୋଦ୍ଧାର ମାନ୍ୟତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଦ୍ୱାରା ରାଜ୍ୟର ୬ ହଜାର ୯୪୪ ସାମ୍ବାଦିକ ଉପକୃତ ହେବେ। କରୋନା ଯୁଦ୍ଧରେ ସାମ୍ବାଦିକ ପ୍ରାଣ ହରାଇଲେ ତାଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା ମିଳିବ। ଯାହାକୁ ପ୍ରଥମ ଲହର ବେଳେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାବାଦ ଏଣିକି ସାମ୍ବାଦିକଙ୍କୁ ଅଗ୍ରାଧିକାର ଭିତ୍ତିରେ ଅନ୍ୟ କୋଭିଡ୍ ଯୋଦ୍ଧାଙ୍କ ଭଳି ଟିକାକରଣ କରାଯିବ ବୋଲି କୁହାଯାଇଥିଲା।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର