କାର ଧକ୍କାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ

The Sakala Picture
Published On

ଅନୁଗୁଳ: ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ । ଅନୁଗୁଳ କଣିହାଁ ୫୩ ନମ୍ବର ଜାତୀୟ ରାଜପଥର ବଜ୍ରକୋଟରେ ସାମ୍ବାଦିକଙ୍କୁ ଧକ୍କା ଦେଲା କାର୍‌ । କାର୍‌ ଧକ୍କାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ଦୁର୍ଘଟଣା ଘଟାଇ ଥିବା କାରଟିକୁ ଜାଳି ଦେଇଛନ୍ତି । ଦୁର୍ଘଟଣା ପରେ କାରକୁ ଛାଡି ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲା । ଦୁର୍ଘଟଣା […]

ଅନୁଗୁଳ: ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ । ଅନୁଗୁଳ କଣିହାଁ ୫୩ ନମ୍ବର ଜାତୀୟ ରାଜପଥର ବଜ୍ରକୋଟରେ ସାମ୍ବାଦିକଙ୍କୁ ଧକ୍କା ଦେଲା କାର୍‌ । କାର୍‌ ଧକ୍କାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ଦୁର୍ଘଟଣା ଘଟାଇ ଥିବା କାରଟିକୁ ଜାଳି ଦେଇଛନ୍ତି । ଦୁର୍ଘଟଣା ପରେ କାରକୁ ଛାଡି ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲା । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ରାସ୍ତାରୋକ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଅଧିକ ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି

ତେବେ ଦୁର୍ଘଟଣା ଘଟାଇଥିବା କାରଟି ଜଣେ ପୂର୍ବତନ ସରପଞ୍ଚଙ୍କର ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ କଣିହାଁରୁ ବଜ୍ରକୋଟ ଆଡକୁ ଯାଉଥିବା ଏକ ଦ୍ରୁତଗାମୀ କାର ରାସ୍ତା କଡରେ ଛିଡା ହୋଇଥିବା ଦୁଇ ଜଣ ଯୁବକଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା । ତେବେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ସାମ୍ବାଦିକ ସୁଶାନ୍ତ ଧଳଙ୍କର ମୃତ୍ୟୁ ହୋଇଛି ଏବଂ ଗୁରୁତର ଶରତ ଜେନା ଏବେ ଚିକିତ୍ସାଧୀନ ଅଛନ୍ତି ।

ଆହୁରି ପଢ଼ନ୍ତୁ: କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ; କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍‌ କଟକଣା ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର