କାର ଧକ୍କାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ

The Sakala Picture
Published On

ଅନୁଗୁଳ: ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ । ଅନୁଗୁଳ କଣିହାଁ ୫୩ ନମ୍ବର ଜାତୀୟ ରାଜପଥର ବଜ୍ରକୋଟରେ ସାମ୍ବାଦିକଙ୍କୁ ଧକ୍କା ଦେଲା କାର୍‌ । କାର୍‌ ଧକ୍କାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ଦୁର୍ଘଟଣା ଘଟାଇ ଥିବା କାରଟିକୁ ଜାଳି ଦେଇଛନ୍ତି । ଦୁର୍ଘଟଣା ପରେ କାରକୁ ଛାଡି ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲା । ଦୁର୍ଘଟଣା […]

ଅନୁଗୁଳ: ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ । ଅନୁଗୁଳ କଣିହାଁ ୫୩ ନମ୍ବର ଜାତୀୟ ରାଜପଥର ବଜ୍ରକୋଟରେ ସାମ୍ବାଦିକଙ୍କୁ ଧକ୍କା ଦେଲା କାର୍‌ । କାର୍‌ ଧକ୍କାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ଦୁର୍ଘଟଣା ଘଟାଇ ଥିବା କାରଟିକୁ ଜାଳି ଦେଇଛନ୍ତି । ଦୁର୍ଘଟଣା ପରେ କାରକୁ ଛାଡି ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲା । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ରାସ୍ତାରୋକ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଅଧିକ ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ତେବେ ଦୁର୍ଘଟଣା ଘଟାଇଥିବା କାରଟି ଜଣେ ପୂର୍ବତନ ସରପଞ୍ଚଙ୍କର ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ କଣିହାଁରୁ ବଜ୍ରକୋଟ ଆଡକୁ ଯାଉଥିବା ଏକ ଦ୍ରୁତଗାମୀ କାର ରାସ୍ତା କଡରେ ଛିଡା ହୋଇଥିବା ଦୁଇ ଜଣ ଯୁବକଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା । ତେବେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ସାମ୍ବାଦିକ ସୁଶାନ୍ତ ଧଳଙ୍କର ମୃତ୍ୟୁ ହୋଇଛି ଏବଂ ଗୁରୁତର ଶରତ ଜେନା ଏବେ ଚିକିତ୍ସାଧୀନ ଅଛନ୍ତି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

13 Mar 2022 By The Sakala

କାର ଧକ୍କାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ

ଅନୁଗୁଳ: ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ । ଅନୁଗୁଳ କଣିହାଁ ୫୩ ନମ୍ବର ଜାତୀୟ ରାଜପଥର ବଜ୍ରକୋଟରେ ସାମ୍ବାଦିକଙ୍କୁ ଧକ୍କା ଦେଲା କାର୍‌ । କାର୍‌ ଧକ୍କାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ଦୁର୍ଘଟଣା ଘଟାଇ ଥିବା କାରଟିକୁ ଜାଳି ଦେଇଛନ୍ତି । ଦୁର୍ଘଟଣା ପରେ କାରକୁ ଛାଡି ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲା । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ରାସ୍ତାରୋକ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଅଧିକ ତଦନ୍ତ କରୁଛି ।

ତେବେ ଦୁର୍ଘଟଣା ଘଟାଇଥିବା କାରଟି ଜଣେ ପୂର୍ବତନ ସରପଞ୍ଚଙ୍କର ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ କଣିହାଁରୁ ବଜ୍ରକୋଟ ଆଡକୁ ଯାଉଥିବା ଏକ ଦ୍ରୁତଗାମୀ କାର ରାସ୍ତା କଡରେ ଛିଡା ହୋଇଥିବା ଦୁଇ ଜଣ ଯୁବକଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା । ତେବେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ସାମ୍ବାଦିକ ସୁଶାନ୍ତ ଧଳଙ୍କର ମୃତ୍ୟୁ ହୋଇଛି ଏବଂ ଗୁରୁତର ଶରତ ଜେନା ଏବେ ଚିକିତ୍ସାଧୀନ ଅଛନ୍ତି ।

https://www.thesakala.in/latest-odisha-news/journalist-dead-in-car-accident-in-angul/article-9925
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର