ଅନୁଗୋଳରେ ଜିନ୍ଦଲ ନିର୍ମାଣ କରୁଛି ବିଶ୍ବର ସର୍ବବୃହତ ଇସ୍ପାତ କାରଖାନା

The Sakala Picture
Published On

ଭୁବନେଶ୍ୱର : ଅନୁଗୋଳରେ ବିଶ୍ବର ସର୍ବବୃହତ୍ତ ଇସ୍ପାତ କାରଖାନା ନିର୍ମାଣ କରୁଛି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର। ସେଠାରେ କମ୍ପାନୀ ଏକ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ପାଇଁ କାମ ଆରମ୍ଭ କରିଥିବା ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୨ରେ ସୂଚନା ଦେଇଛନ୍ତି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲ। ଓଡିଶାକୁ ଏକ ପ୍ରଗତିଶୀଳ ରାଜ୍ୟ ଭାବେ ବିକଶିତ କରିଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ଜେଏସପି ଅନୁଗୋଳରେ ବାର୍ଷିକ […]

ଭୁବନେଶ୍ୱର : ଅନୁଗୋଳରେ ବିଶ୍ବର ସର୍ବବୃହତ୍ତ ଇସ୍ପାତ କାରଖାନା ନିର୍ମାଣ କରୁଛି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର। ସେଠାରେ କମ୍ପାନୀ ଏକ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ପାଇଁ କାମ ଆରମ୍ଭ କରିଥିବା ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୨ରେ ସୂଚନା ଦେଇଛନ୍ତି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲ। ଓଡିଶାକୁ ଏକ ପ୍ରଗତିଶୀଳ ରାଜ୍ୟ ଭାବେ ବିକଶିତ କରିଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ଜେଏସପି ଅନୁଗୋଳରେ ବାର୍ଷିକ ୬ ନିୟୁତ ଟନ କ୍ଷମତା ବିଶିଷ୍ଠ ଓଡିଶାର ସର୍ବବୃହତ ଇସ୍ପାତ କାରଖାନା ସ୍ଥାପନ କରିଛି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି


କମ୍ପାନୀ ଏହାର କ୍ଷମତାକୁ ବାର୍ଷିକ ୨୫.୨ ନିୟୁତ ଟନ୍‌କୁ ବୃଦ୍ଧି କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛି, ଯାହା ଏହାକୁ ବିଶ୍ୱର ସର୍ବବୃହତ ଇସ୍ପାତ କାରଖାନାରେ ପରିଣତ କରିବ। କମ୍ପାନୀ ଅଧିକ ଏମଏସଏମଇ ଏବଂ ଆନୁଷଙ୍ଗିକ ଶିଳ୍ପକୁ ଉତ୍ସାହିତ କରୁଛି ଯାହା ଦ୍ଵାରା ଅଧିକରୁ ଅଧିକ ଲୋକ ନିଯୁକ୍ତି ପାଇପାରିବେ। ସରକାରଙ୍କ ଦ୍ୱାରା ପରିଚାଳିତ ନିଲାମରେ ଜେଏସ୍‌ପି ବିଭିନ୍ନ କୋଇଲା ବ୍ଲକ ପାଇପାରିଛି ଏବଂ ବର୍ତ୍ତମାନ କୋଇଲା ଗ୍ୟାସିଫିକେସନ୍ ପରି ସ୍ୱଚ୍ଛ କୋଇଲା ପ୍ରଯୁକ୍ତିବିଦ୍ୟାରେ କମ୍ପାନୀ ଅଧିକ ପୁଞ୍ଜି ବିନିଯୋଗ କରବ ବୋଲି ଶ୍ରୀ ଜିନ୍ଦଲ ସୂଚନା ଦେଇଛନ୍ତି। ଇସ୍ପାତ ତିଆରି ପାଇଁ ଜେଏସପି ବିଶ୍ଵର ପ୍ରଥମ କୋଇଲା ଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରିସାରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର