ଖଣ୍ଡାଧାର ଜଳପ୍ରପାତରେ ନୂଆ ବର୍ଷର ମଜା ନେଉଛନ୍ତି ପର୍ଯ୍ୟଟକ

The Sakala Picture
Published On

ଲହୁଣୀପଡା /ବଣାଇ: ଲହୁଣୀପଡ଼ା ବ୍ଲକ ତାଳଵାହାଳି ପଞ୍ଚାୟତ ଅନ୍ତର୍ଗତ ଲଡାପାଣି ନିକଟରେ ରହିଥିବା ଓଡ଼ିଶାର ଉଚ୍ଚତମ ସୌନ୍ଦର୍ଯ୍ୟ ଭରା ଜଳପ୍ରପାତ ଖଣ୍ଡାଧାର ଏବେ ପର୍ଯ୍ୟଟକଙ୍କର ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଳଟିଥିବା ଦେଖିବାକୁ ମିଳିଛି । ଶୀତ ଋତୁରେ ନୂଆ ବର୍ଷର ମଜ୍ଜା ନେବାକୁ ଏବେ ବଣଭୋଜି କରିବା ପାଇଁ ଦୈନିକ ହଜାର ହଜାର ସଂଖ୍ୟାରେ ପର୍ୟ୍ୟଟକଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି । ପ୍ରାକୃତିକ ପରିବେଶ ମଧ୍ୟରେ ଉଚ୍ଚ ପାହାଡ଼ରୁ ଝରି ଆସୁଥିବା ନିର୍ମଳ ଜଳରାଶି ପର୍ଯ୍ୟଟକଙ୍କୁ […]

ଲହୁଣୀପଡା /ବଣାଇ: ଲହୁଣୀପଡ଼ା ବ୍ଲକ ତାଳଵାହାଳି ପଞ୍ଚାୟତ ଅନ୍ତର୍ଗତ ଲଡାପାଣି ନିକଟରେ ରହିଥିବା ଓଡ଼ିଶାର ଉଚ୍ଚତମ ସୌନ୍ଦର୍ଯ୍ୟ ଭରା ଜଳପ୍ରପାତ ଖଣ୍ଡାଧାର ଏବେ ପର୍ଯ୍ୟଟକଙ୍କର ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଳଟିଥିବା ଦେଖିବାକୁ ମିଳିଛି । ଶୀତ ଋତୁରେ ନୂଆ ବର୍ଷର ମଜ୍ଜା ନେବାକୁ ଏବେ ବଣଭୋଜି କରିବା ପାଇଁ ଦୈନିକ ହଜାର ହଜାର ସଂଖ୍ୟାରେ ପର୍ୟ୍ୟଟକଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି ।
ପ୍ରାକୃତିକ ପରିବେଶ ମଧ୍ୟରେ ଉଚ୍ଚ ପାହାଡ଼ରୁ ଝରି ଆସୁଥିବା ନିର୍ମଳ ଜଳରାଶି ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଥିବା ବେଳେ ବଣଭୋଜି ସହ ନୂଆବର୍ଷର ମଜା ନେଉଛନ୍ତି ହଜାର ହଜାର ପର୍ଯ୍ୟଟକ । ଗତକାଲି ନୂଆ ବର୍ଷ ଆରମ୍ଭର ପ୍ରଥମ ଦିନ ହୋଇଥିବାରୁ ଜଳପ୍ରପାତରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ ଯେ, ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ହାସଲ କରିବା ପରେ ଗତ ୬ ବର୍ଷରୁ ଉର୍ଦ୍ଧ ହେବ ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ବଣାଇଁ ବନବିଭାଗ ପକ୍ଷରୁ ମିଳିତ ଭାବେ ଏହି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀକୁ କ୍ରମାଗତ ଭାବେ ବିକଶିତ କରାଯାଉଛି । ଯାହା ଫଳରେ ବର୍ତ୍ତମାନ ଓଡ଼ିଶା ସମେତ ରାଜ୍ୟ ବାହାରେ ମଧ୍ୟ ଏହା ଏକ ପ୍ରମୁଖ ପର୍ୟ୍ୟଟନ ସ୍ଥଳୀ ଭାବରେ ପରିଚିତ ହୋଇସାରିଛି । ଓଡ଼ିଶା ପର୍ଯ୍ୟଟନ ବିଭାଗର ୱେବ୍ ସାଇଟ୍ ରେ ଅନଲାଇନ ଦ୍ଵାରା ବୁକିଙ୍ଗ କରି ପ୍ରତ୍ୟେକ ଦିନ ଓଡ଼ିଶା ସମେତ ରାଜ୍ୟ ବାହାରୁ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ଦେଖିବାକୁ ମିଳୁଛି। ପ୍ରାକୃତିକ ପରିବେଶ ମଧ୍ୟରେ ୧୦ଟି ଆରାମଦାୟକ କଟେଜ ଓ ୪ଟି ନୂତନ ପ୍ରକୋଷ୍ଠରେ ରାତ୍ରୀଯାପନ କରିବା ସହ, ଅତ୍ୟାଧୁନିକ ଡାଇନିଂ ହଲରେ ସୁସ୍ୱାଦୁ ଖାଦ୍ୟର ମଜା ନେଉଛନ୍ତି ପର୍ଯ୍ୟଟକ ।

ଦିନ, ରାତି ପଶୁପକ୍ଷୀଙ୍କ କଳେବର ଲୋକଙ୍କୁ ବେଶ ଆମୋଦିତ କରୁଛି । ଏତଦବ୍ୟତୀତ ଖଣ୍ଡାଧାର ଜଳପ୍ରପାତର ପାଦଦେଶରେ ରହିଛି ଶିଶୁ ଉଦ୍ୟାନ, ପାର୍କ, ବଣ ଭୋଜି ନିମନ୍ତେ ନିର୍ମିତ ବଡ଼ ବଡ଼ ବୃକ୍ଷ ତଳେ ପିଣ୍ଡିର ବ୍ୟବସ୍ଥା । ପାହାଡ଼ ତଳେ ଘଞ୍ଚ ଜଙ୍ଗଲରେ ଝରଣାର କୁଳୁ କୁଳୁ ନାଦ, ଅପାସୋରା ସୌନ୍ଦର୍ଯ୍ୟ ଭରା ଦୃଶ୍ୟରେ ବିଭୋର ହେଉଛନ୍ତି ପର୍ଯ୍ୟଟକ। ସବୁଜ ବନାନୀ ଓ ଶୀତ ଦିନର ମନୋରମ ପ୍ରାକୃତିକ ଶୋଭା ହିଁ ଖଣ୍ଡାଧାରର ବିଶେଷତ୍ଵ । ପର୍ଯ୍ୟଟନ ସ୍ଥଳୀରେ ମଦ୍ୟପାନ ଓ ଧୂମ୍ରପାନ ଉପରେ ପ୍ରଶାସନ ପକ୍ଷରୁ କଡା କଟକଣା କରାଯାଇଛି। ପରିବାର ତଥା ସାଙ୍ଗସାଥୀ ସହ ମିଶି ଭୋଜି କରିବାର ନିଆରା ଅନୁଭୂତି ଵେଶ ବାରି ହୋଇ ପଡ଼ୁଛି । ଖଣ୍ଡାଧାର ଜଳପ୍ରପାତ ସହିତ ସ୍ଥାନୀୟ ଆଦିବାସୀ ମାନଙ୍କ ସମ୍ପର୍କ ବେଶ ନିବିଡ଼। ଯାହାଫଳରେ ବନସୁରକ୍ଷା ସମିତି ମାଧ୍ୟମରେ ଏଠାରେ ବସବାସ କରୁଥିବା ଭୂୟାଁ ଜନଜାତିର ଅନେକ ଯୁବକ, ଯୁବତୀଙ୍କୁ ଏହି ପର୍ୟ୍ୟଟନ ସ୍ଥଳୀରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇଛି। ବର୍ତ୍ତମାନ ସେମାନଙ୍କ ପାଇଁ ବଣାଇଁ ବନବିଭାଗ ରୋଜଗାର ପନ୍ଥା ଯୋଗାଇ ଦେବା ସହିତ ସେମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଚେଷ୍ଟା କରିଆସୁଛି। ପ୍ରତ୍ୟେକ ଦିନ ଚାରିଚକିଆ ଯାନ ସହ ବଡବଡ ବସ୍ ଯୋଗେ ଅନେକ ଦୂରରୁ ପର୍ଯ୍ୟଟକମାନେ ଛୁଟି ଆସୁଛନ୍ତି। ପର୍ଯ୍ୟଟକମାନେ ଦୀର୍ଘ ଦୁଇ ମାସ ଧରି ବଣଭୋଜିର ମଜା ନେଉଥିବା ବେଳେ ଏବେ ନୂଆ ବର୍ଷ ସେମାନଙ୍କ ମନରେ ଆହୁରି ଉତ୍ସାହ ଭରି ଦେଇଛି।

02 Jan 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର