ଝାରସୁଗୁଡ଼ାରୁ ଆଉ ୪ ସ୍ଥାନକୁ ଉଡ଼ିବ ବିମାନ

The Sakala Picture
Published On

ଭୁବନେଶ୍ୱର: ଚଳିତ ମାସରୁ ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଚାରିଟି ନୂଆ ସ୍ଥାନକୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବ। ଚଳିତ ମାସ ୧୦ ତାରିଖରୁ କୋଲକାତା ଓ ବିଶାଖାପାଟଣାକୁ ଦୈନିକ ବିମାନ ଚଳାଚଳ ଆରମ୍ଭ ହେବ। ସେହିପରି ବେଙ୍ଗାଲୁରୁ ଓ ଚେନ୍ନାଇକୁ ମଧ୍ୟ ବିମାନ ଚଳାଚଳ ଆରମ୍ଭ ହେବ। ଝାରସୁଗୁଡ଼ା-ବେଙ୍ଗାଲୁରୁ ବିମାନ ସପ୍ତାହରେ ଚାରି ଦିନ ଏବଂ ଝାରସୁଗୁଡ଼ା-ଚେନ୍ନାଇ ବିମାନ ସପ୍ତାହରେ ତିନି ଦିନ ଚଳାଚଳ କରିବ। ସ୍ପାଇସ୍‌‌ ଜେଟ୍‌‌ ପକ୍ଷରୁ ଏହି […]

ଭୁବନେଶ୍ୱର: ଚଳିତ ମାସରୁ ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଚାରିଟି ନୂଆ ସ୍ଥାନକୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବ। ଚଳିତ ମାସ ୧୦ ତାରିଖରୁ କୋଲକାତା ଓ ବିଶାଖାପାଟଣାକୁ ଦୈନିକ ବିମାନ ଚଳାଚଳ ଆରମ୍ଭ ହେବ। ସେହିପରି ବେଙ୍ଗାଲୁରୁ ଓ ଚେନ୍ନାଇକୁ ମଧ୍ୟ ବିମାନ ଚଳାଚଳ ଆରମ୍ଭ ହେବ। ଝାରସୁଗୁଡ଼ା-ବେଙ୍ଗାଲୁରୁ ବିମାନ ସପ୍ତାହରେ ଚାରି ଦିନ ଏବଂ ଝାରସୁଗୁଡ଼ା-ଚେନ୍ନାଇ ବିମାନ ସପ୍ତାହରେ ତିନି ଦିନ ଚଳାଚଳ କରିବ। ସ୍ପାଇସ୍‌‌ ଜେଟ୍‌‌ ପକ୍ଷରୁ ଏହି ବିମାନ ସେବା ଆରମ୍ଭ କରାଯିବ। ଚାରି ସ୍ଥାନକୁ ବିମାନ ଚଳାଚଳ ଆରମ୍ଭ ନେଇ ସ୍ପାଇସ୍‌‌ ଜେଟ୍‌‌ ପକ୍ଷରୁ ପ୍ରସ୍ତାବ ହସ୍ତଗତ ହୋଇଥିବା ସମ୍ପର୍କରେ ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷ ଟୁଇଟ୍‌‌ ଯୋଗେ ସୂଚନା ଦେଇଛନ୍ତି। ୨୦୧୮ ସେପ୍ଟେମ୍ବର ମାସରେ ଲୋକାର୍ପିତ ହୋଇଥିବା ଝାରସୁଗୁଡ଼ା ବିମାନବନ୍ଦର ପାଇଁ ଏହା ବହୁତ ବଡ଼ ସୁଯୋଗ। ସମ୍ପ୍ରତି ଝାରସୁଗୁଡ଼ାରୁ ଭୁବନେଶ୍ୱର, କୋଲକାତା, ଦିଲ୍ଲୀ ଏବଂ ହାଇଦ୍ରାବାଦକୁ ସିଧାସଳଖ ବିମାନ ଚଳାଚଳ କରୁଛି। ଭୁବନେଶ୍ୱର ଓ କୋଲକାତାକୁ ଏୟାର ଇଣ୍ଡିଆ ବିମାନ ଉଡ଼ାଣ କରୁଥିବା ବେଳେ ଦିଲ୍ଲୀ ଏବଂ ହାଇଦ୍ରାବାଦକୁ ସ୍ପାଇସ୍‌‌ ଜେଟ୍‌‌ ବିମାନ ଚଳାଉଛି। ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ାକୁ ବିମାନ ସେବା ବେଶ୍‌‌ ଲାଭଦାୟୀ ରହୁଛି। ଦୈନିକ ୪ଟି ବିମାନ ଚଳାଚଳ କରୁଥିବା ବେଳେ ଦୈନିକ ପ୍ରାୟ ୬୦୦ ଯାତ୍ରୀ ଯିବା ଆସିବା କରୁଛନ୍ତି। ଏପରିସ୍ଥଳେ ଝାରସୁଗୁଡ଼ାରୁ ଅଧିକ ସ୍ଥାନକୁ ବିମାନ ଚଳାଇବା ପାଇଁ ଦାବି ହୋଇ ଆସୁଛି। ଭୁବନେଶ୍ୱର ପରେ ରାଜ୍ୟର ଦ୍ୱିତୀୟ ପ୍ରମୁଖ ବିମାନବନ୍ଦରର ମାନ୍ୟତା ପାଇଥିବା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଏବେ ବିମାନ କମ୍ପାନୀକୁ ଆକୃଷ୍ଠ କରିବାରେ ସଫଳ ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର