କଥା ଦେଇ କଥା ରଖିଲେ ୫ଟି ସଚିବ: ମନ୍ଦିର ଉନ୍ନତିକରଣ ପାଇଁ ଦେଇଥିବା ପ୍ରତିଶ୍ରୁତିର ଦୁଇ ମାସ ନପୁରୁଣୁ ମିଳିଲା ଅନୁଦାନ

The Sakala Picture
Published On

ଝାରସୁଗୁଡ଼ା: କଥା ଦେଇ କଥା ରଖିଲେ ୫ଟି ସଚିବ। ମନ୍ଦିର ଉନ୍ନତିକରଣ ପାଇଁ ଦେଇଥିବା ପ୍ରତିଶ୍ରୁତିର ଦୁଇ ମାସ ନପୁରୁଣୁ ଜଙ୍ଗାଦେଓ ବଡ଼ଦେଓ ମନ୍ଦିର ଉନ୍ନତିକରଣ ପାଇଁ ଅନୁଦାନ ଆସିଛି ପ୍ରାୟ ଏକ କୋଟି ଟଙ୍କା। ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗଣ୍ଡ ସମାଜ ବାସୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଝାରସୁଗୁଡା ଜିଲ୍ଲା ଗସ୍ତରେ ଗତ ଅଗଷ୍ଟ ୨୦ ତାରିଖରେ ଆସିଥିଲେ ୫ଟି ସଚିବ। ଲଇକେରା ମୟରୁଡିମା ସ୍ଥିତ ଜଙ୍ଗାଦେଓ ବଡ଼ଦେଓ ମନ୍ଦିରକୁ […]

ଝାରସୁଗୁଡ଼ା: କଥା ଦେଇ କଥା ରଖିଲେ ୫ଟି ସଚିବ। ମନ୍ଦିର ଉନ୍ନତିକରଣ ପାଇଁ ଦେଇଥିବା ପ୍ରତିଶ୍ରୁତିର ଦୁଇ ମାସ ନପୁରୁଣୁ ଜଙ୍ଗାଦେଓ ବଡ଼ଦେଓ ମନ୍ଦିର ଉନ୍ନତିକରଣ ପାଇଁ ଅନୁଦାନ ଆସିଛି ପ୍ରାୟ ଏକ କୋଟି ଟଙ୍କା। ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗଣ୍ଡ ସମାଜ ବାସୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଝାରସୁଗୁଡା ଜିଲ୍ଲା ଗସ୍ତରେ ଗତ ଅଗଷ୍ଟ ୨୦ ତାରିଖରେ ଆସିଥିଲେ ୫ଟି ସଚିବ। ଲଇକେରା ମୟରୁଡିମା ସ୍ଥିତ ଜଙ୍ଗାଦେଓ ବଡ଼ଦେଓ ମନ୍ଦିରକୁ ଯିବା ସହିତ ମନ୍ଦିରର ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଖୁବ ଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ମନ୍ଦିର ପାଇଁ ଭଲ ଖବର ଘୋଷଣା କରିବେ ବୋଲି ଜଣାଇଥିଲେ। ମନ୍ଦିରର ଉନ୍ନତିକରଣ ତଥା ପୁନରୁଦ୍ଧାର ପାଇଁ ୯୯ଲକ୍ଷ ୫୬ହଜାର ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ସହରୀ ଗରୀବଙ୍କୁ ଭଡ଼ାରେ ଘର ଦେବେ ସରକାର, ଅବ୍ୟବହୃତ ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ

ଷଡବଂଶୀ ଗଣ୍ଡ ସମାଜ ପକ୍ଷରୁ ଆଜି ଝାରସୁଗୁଡାରେ ଅନୁଷ୍ଠିତ ହୋଇଥିବା ଏହି ଧନ୍ୟବାଦ ଜ୍ଞାପନ କାର୍ଯ୍ୟକ୍ରମରେ ଝାରସୁଗୁଡା ବିଧାୟିକା ଦୀପାଳି ଦାସ ଏବଂ ଗଣ୍ଡ ସମାଜର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଗୃହକୁ ନ ଆସିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିଥିଲି: ବଡ଼ ଖୁଲାସା କଲେ ବାଚସ୍ପତି ଓମ୍ ବିର୍ଲା

 

ଆହୁରି ପଢ଼ନ୍ତୁ: ଯାଜପୁରର ଜଖପୁରା ଷ୍ଟେସନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ବଗି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp