ଝାରସୁଗୁଡା ଉପନିର୍ବାଚନ ପାଇଁ ବ୍ଲକସ୍ତରରେ ପ୍ରଚାର ଆରମ୍ଭ କଲା ବିଜେଡି

The Sakala Picture
Published On

ଝାରସୁଗୁଡ଼ା  : ଝାରସୁଗୁଡାରେ ଦେଖା ଦେଲାଣି ଉପନିର୍ବାଚନର ତାତି। ବିଜୁ ଜନତା ଦଳ ଆରମ୍ଭ କଲାଣି ବ୍ଲକସ୍ତରରେ କର୍ମୀ ସମ୍ମିଳନୀ ଏବଂ ପ୍ରଚାର ପ୍ରସାର। ମଙ୍ଗଳବାର ଏଠାରେ ଆୟୋଜିତ ସଭାରେ ବିଜେଡି ବରିଷ୍ଠ ନେତାମାନେ ଯୋଗଦେଇ ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ଝାରସୁଗୁଡ଼ାର ବିକାଶ ଦଳର ଏକମାତ୍ର ପ୍ରସଙ୍ଗ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଉପନିର୍ବାଚନ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସାରଦା […]

ଝାରସୁଗୁଡ଼ା  : ଝାରସୁଗୁଡାରେ ଦେଖା ଦେଲାଣି ଉପନିର୍ବାଚନର ତାତି। ବିଜୁ ଜନତା ଦଳ ଆରମ୍ଭ କଲାଣି ବ୍ଲକସ୍ତରରେ କର୍ମୀ ସମ୍ମିଳନୀ ଏବଂ ପ୍ରଚାର ପ୍ରସାର। ମଙ୍ଗଳବାର ଏଠାରେ ଆୟୋଜିତ ସଭାରେ ବିଜେଡି ବରିଷ୍ଠ ନେତାମାନେ ଯୋଗଦେଇ ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ଝାରସୁଗୁଡ଼ାର ବିକାଶ ଦଳର ଏକମାତ୍ର ପ୍ରସଙ୍ଗ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଉପନିର୍ବାଚନ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସାରଦା ନାୟକ, କୋଲାବିରା ବ୍ଲକ ଦାୟିତ୍ୱରେ ଥିବା ନିରଞ୍ଜନ ପୂଜାରୀ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ବିଜେଡି ପ୍ରାର୍ଥୀନି ଦୀପାଳି ଦାସ, ସ୍ୱର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସ ପ୍ରମୁଖ ଉପସ୍ଥିତ ରହି ବିଜୁ ଜନତା ଦଳକୁ ବିପୁଳ ଭୋଟରେ ଜିତାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ବ୍ରଜରାଜନଗର ଓ ପଦ୍ମପୁର ଉପନିର୍ବାଚନରେ ଯେପରି ବିଜୁ ଜନତା ଦଳ ବିପୁଳ ଭୋଟରେ ବିଜୟୀ ହୋଇଛି।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ସେହିପରି ଝାରସୁଗୁଡ଼ା ଉପନିର୍ବାଚନରେ ମଧ୍ୟ ମହିଳାଙ୍କ ସହାୟତାରେ ବିଜୁଜନତା ଦଳ ବିପୁଳ ଭୋଟ ନେବ ବୋଲି ବରିଷ୍ଠ ନେତୃମଣ୍ଡଳୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶକାର୍ଯ୍ୟ ଏବଂ ସ୍ୱର୍ଗତ ନବ ଦାସଙ୍କ ନୂତନ ଝାରସୁଗୁଡା ନିର୍ମାଣର ସ୍ୱପ୍ନ ବିଜୁ ଜନତା ଦଳକୁ ବିଜୟୀ କରିବ ବୋଲି ବିଜେଡି ପ୍ରାର୍ଥନୀ ଦୀପାଳି ଦାସ କହିଛନ୍ତି। ଏହି ଅଞ୍ଚଳରେ ସ୍ୱର୍ଗତ ନବ ଦାସ କରିଥିବା ବିକାଶ କାର୍ଯ୍ୟର ଧାରାକୁ ଦୀପାଳି ବଜାୟ ରଖିବେ ବୋଲି କହିଛନ୍ତି। ବିଜୁ ଜନତା ଦଳ ସବୁ ପରିସ୍ଥିତି ସମ୍ମୁଖିନ ହେବାକୁ ପ୍ରସ୍ତୁତ ରହିଛି। ଆମର ସାଂଗଠନିକ ପ୍ରସ୍ତୁତି ସବୁବେଳେ ରହିଥାଏ। ଏହି ଉପ ନିର୍ବାଚନରେ ଅନ୍ୟଦଳ ମାନେ ତାଙ୍କର ପ୍ରାର୍ଥ ଚୟନ କରିପାରୁନାହାନ୍ତି, ହେଲେ ବିଜୁ ଜନତା ଦଳର କର୍ମୀମାନେ ତାଙ୍କର ପ୍ରଚାର ଆରମ୍ଭ କଲେଣି। ଏଇଥିରୁ କ’ଣ ଫଳାଫଳ ହେବ ସମସ୍ତେ ଜାଣି ପାରୁଥିବେ। ବିଜୁଜନତା ଦଳ ପ୍ରତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଓ ପ୍ରାର୍ଥୀ ପ୍ରତି ବିପୁଳ ସମର୍ଥନ ଏଠି ଲକ୍ଷ୍ୟ କରୁଛୁ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ସେ ଆହୁରି କହିଛନ୍ତି ଝାରସୁଗୁଡ଼ାରେ ସ୍ୱର୍ଗତ ନବ ଦାସ ଯେଉଁ ବିକାଶର ପରିକଳ୍ପନା କରିଥିଲେ। ତା ପୂର୍ବରୁ ମଧ୍ୟ ବିଜେଡ଼ି ଏହି ଅଞ୍ଚଳରେ ଯେଉଁ ବିକାଶ କାର୍ଯ୍ୟ କରିଆସୁଛି ସେଥିରେ ତିଳେ ମାତ୍ର ପୂର୍ଣ୍ଣଛେଦ କିମ୍ବା କମା ନ ପଡୁ ଏଥିପାଇଁ ଜନସାଧାରଣଙ୍କ ବିପୁଳ ଜନ ସମର୍ଥନ ରହିଛି। ଏଥର ଆମର ଏକମାତ୍ର ପ୍ରସଙ୍ଗ ବା ମାଷ୍ଟର ଷ୍ଟ୍ରୋକ ରହିବ ବିକାଶ। ଲୋକମାନଙ୍କ ସୁଅ ବିଜୁ ଜନତା ଦଳ ସପକ୍ଷରେ ରହିଛି ଏ ବିଜୟ ବିଶାଳ ବିଜୟ ହେବ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

12 Apr 2023 By The Sakala

ଝାରସୁଗୁଡା ଉପନିର୍ବାଚନ ପାଇଁ ବ୍ଲକସ୍ତରରେ ପ୍ରଚାର ଆରମ୍ଭ କଲା ବିଜେଡି

ଝାରସୁଗୁଡ଼ା  : ଝାରସୁଗୁଡାରେ ଦେଖା ଦେଲାଣି ଉପନିର୍ବାଚନର ତାତି। ବିଜୁ ଜନତା ଦଳ ଆରମ୍ଭ କଲାଣି ବ୍ଲକସ୍ତରରେ କର୍ମୀ ସମ୍ମିଳନୀ ଏବଂ ପ୍ରଚାର ପ୍ରସାର। ମଙ୍ଗଳବାର ଏଠାରେ ଆୟୋଜିତ ସଭାରେ ବିଜେଡି ବରିଷ୍ଠ ନେତାମାନେ ଯୋଗଦେଇ ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ଝାରସୁଗୁଡ଼ାର ବିକାଶ ଦଳର ଏକମାତ୍ର ପ୍ରସଙ୍ଗ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଉପନିର୍ବାଚନ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସାରଦା ନାୟକ, କୋଲାବିରା ବ୍ଲକ ଦାୟିତ୍ୱରେ ଥିବା ନିରଞ୍ଜନ ପୂଜାରୀ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ବିଜେଡି ପ୍ରାର୍ଥୀନି ଦୀପାଳି ଦାସ, ସ୍ୱର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସ ପ୍ରମୁଖ ଉପସ୍ଥିତ ରହି ବିଜୁ ଜନତା ଦଳକୁ ବିପୁଳ ଭୋଟରେ ଜିତାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ବ୍ରଜରାଜନଗର ଓ ପଦ୍ମପୁର ଉପନିର୍ବାଚନରେ ଯେପରି ବିଜୁ ଜନତା ଦଳ ବିପୁଳ ଭୋଟରେ ବିଜୟୀ ହୋଇଛି।

ସେହିପରି ଝାରସୁଗୁଡ଼ା ଉପନିର୍ବାଚନରେ ମଧ୍ୟ ମହିଳାଙ୍କ ସହାୟତାରେ ବିଜୁଜନତା ଦଳ ବିପୁଳ ଭୋଟ ନେବ ବୋଲି ବରିଷ୍ଠ ନେତୃମଣ୍ଡଳୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶକାର୍ଯ୍ୟ ଏବଂ ସ୍ୱର୍ଗତ ନବ ଦାସଙ୍କ ନୂତନ ଝାରସୁଗୁଡା ନିର୍ମାଣର ସ୍ୱପ୍ନ ବିଜୁ ଜନତା ଦଳକୁ ବିଜୟୀ କରିବ ବୋଲି ବିଜେଡି ପ୍ରାର୍ଥନୀ ଦୀପାଳି ଦାସ କହିଛନ୍ତି। ଏହି ଅଞ୍ଚଳରେ ସ୍ୱର୍ଗତ ନବ ଦାସ କରିଥିବା ବିକାଶ କାର୍ଯ୍ୟର ଧାରାକୁ ଦୀପାଳି ବଜାୟ ରଖିବେ ବୋଲି କହିଛନ୍ତି। ବିଜୁ ଜନତା ଦଳ ସବୁ ପରିସ୍ଥିତି ସମ୍ମୁଖିନ ହେବାକୁ ପ୍ରସ୍ତୁତ ରହିଛି। ଆମର ସାଂଗଠନିକ ପ୍ରସ୍ତୁତି ସବୁବେଳେ ରହିଥାଏ। ଏହି ଉପ ନିର୍ବାଚନରେ ଅନ୍ୟଦଳ ମାନେ ତାଙ୍କର ପ୍ରାର୍ଥ ଚୟନ କରିପାରୁନାହାନ୍ତି, ହେଲେ ବିଜୁ ଜନତା ଦଳର କର୍ମୀମାନେ ତାଙ୍କର ପ୍ରଚାର ଆରମ୍ଭ କଲେଣି। ଏଇଥିରୁ କ’ଣ ଫଳାଫଳ ହେବ ସମସ୍ତେ ଜାଣି ପାରୁଥିବେ। ବିଜୁଜନତା ଦଳ ପ୍ରତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଓ ପ୍ରାର୍ଥୀ ପ୍ରତି ବିପୁଳ ସମର୍ଥନ ଏଠି ଲକ୍ଷ୍ୟ କରୁଛୁ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ସେ ଆହୁରି କହିଛନ୍ତି ଝାରସୁଗୁଡ଼ାରେ ସ୍ୱର୍ଗତ ନବ ଦାସ ଯେଉଁ ବିକାଶର ପରିକଳ୍ପନା କରିଥିଲେ। ତା ପୂର୍ବରୁ ମଧ୍ୟ ବିଜେଡ଼ି ଏହି ଅଞ୍ଚଳରେ ଯେଉଁ ବିକାଶ କାର୍ଯ୍ୟ କରିଆସୁଛି ସେଥିରେ ତିଳେ ମାତ୍ର ପୂର୍ଣ୍ଣଛେଦ କିମ୍ବା କମା ନ ପଡୁ ଏଥିପାଇଁ ଜନସାଧାରଣଙ୍କ ବିପୁଳ ଜନ ସମର୍ଥନ ରହିଛି। ଏଥର ଆମର ଏକମାତ୍ର ପ୍ରସଙ୍ଗ ବା ମାଷ୍ଟର ଷ୍ଟ୍ରୋକ ରହିବ ବିକାଶ। ଲୋକମାନଙ୍କ ସୁଅ ବିଜୁ ଜନତା ଦଳ ସପକ୍ଷରେ ରହିଛି ଏ ବିଜୟ ବିଶାଳ ବିଜୟ ହେବ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

https://www.thesakala.in/latest-odisha-news/jharsuguda-news/bjd-started-block-level-campaign-for-jharsuguda-by-election/article-20673
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର