ଜୟନାରାୟଣଙ୍କ ପାଗଳାମୀ ରାଜ୍ୟ ବିଜେପିକୁ ବୁଡାଇବ: ବିଜେଡି

The Sakala Picture
Published On

ଭୁବନେଶ୍ୱର: ଧନ୍ୟବାଦ ଜୟ ନାରାୟଣ ବାବୁ, ଆପଣ ଯେଉଁଭଳି ପାଗଳର ପ୍ରଳାପ କରୁଛନ୍ତି ଲାଗୁଛି ଆଗାମୀ ନିର୍ବାଚନରେ ଆଉ ବିଜେଡିକୁ ପ୍ରଚାର କରିବା ଦରକାର ପଡିବ ନାହିଁ । ଆପଣଙ୍କର ଏଭଳି ପାଗଳାମୀ ରାଜ୍ୟ ବିଜେପିକୁ ଧ୍ୱଂସ କରିଦେବାକୁ ଯଥେଷ୍ଟ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ । ବିରୋଧିଦଳ ନେତା ଜୟନାରାୟଣ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ଶ୍ରୀମତୀ ସାହୁ କହିଛନ୍ତି ଯେ ଶୁଣିବାକୁ ମିଳିଲା କୋଲକାତାରେ ଚିକିତ୍ସିତ ହେଉଥିବା […]

ଭୁବନେଶ୍ୱର: ଧନ୍ୟବାଦ ଜୟ ନାରାୟଣ ବାବୁ, ଆପଣ ଯେଉଁଭଳି ପାଗଳର ପ୍ରଳାପ କରୁଛନ୍ତି ଲାଗୁଛି ଆଗାମୀ ନିର୍ବାଚନରେ ଆଉ ବିଜେଡିକୁ ପ୍ରଚାର କରିବା ଦରକାର ପଡିବ ନାହିଁ । ଆପଣଙ୍କର ଏଭଳି ପାଗଳାମୀ ରାଜ୍ୟ ବିଜେପିକୁ ଧ୍ୱଂସ କରିଦେବାକୁ ଯଥେଷ୍ଟ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।

ଆହୁରି ପଢ଼ନ୍ତୁ: ଆଜି ନବୀନ ପଟ୍ଟନାୟକଙ୍କ ୮୦ତମ ଜନ୍ମଦିନ; ଲୋକପ୍ରିୟତାର ସଂଜ୍ଞା, ଜନ ନାୟକର ପରିଭାଷା ସବୁ ନବୀନଙ୍କ ଭିତରେ ସମାହିତ

ବିରୋଧିଦଳ ନେତା ଜୟନାରାୟଣ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ଶ୍ରୀମତୀ ସାହୁ କହିଛନ୍ତି ଯେ ଶୁଣିବାକୁ ମିଳିଲା କୋଲକାତାରେ ଚିକିତ୍ସିତ ହେଉଥିବା ହସ୍ପିଟାଲରୁ ଆପଣ ଅଧାରୁ ଚାଲିଆସିଛନ୍ତି । ସେଠାରେ ପାଗଳାମୀ ଦୂର କରିବାକୁ ଇଲେକ୍ଟ୍ରିକ ସକ୍‌ ଟ୍ରିଟମେଣ୍ଟ ଆରମ୍ଭ କରାଯିବା ଶୁଣି ଛାନିଆ ହୋଇ ଚାଲିଆସିଲେ ।

ଆହୁରି ପଢ଼ନ୍ତୁ: ବିଜେପିର ଚକ୍ରାନ୍ତ ଜେନ ଜିଙ୍କୁ ଅଟକାଇ ପାରିଲାନି, ଛାତ୍ର ସଂସଦ ନିର୍ବାଚନ ଫଳାଫଳ କେବଳ ଆରମ୍ଭ ମାତ୍ର: ବିଜେଡି

ଯେହେତୁ ଆପଣ ସଂପୂର୍ଣ୍ଣ ଆରୋଗ୍ୟ ହୋଇନାହାନ୍ତି, ତେଣୁ ପାଗଳର ପ୍ରଳାପ ଜାରି ରଖିଛନ୍ତି । ଜୟନାରାୟଣ ବାବୁ, ନା ଆପଣ ରାଜ୍ୟ ବିଜେପି ସଭାପତିଙ୍କ କଥା ଶୁଣୁଛନ୍ତି, ନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥାକୁ ଗୁରୁତ୍ୱ ଦେଉଛନ୍ତି । ଯଦି ଆଗାମୀ ୬ ମାସ ଏଭଳି ଆପଣ ବାଚାଳାମୀ ଜାରି ରଖନ୍ତି ତେବେ ରାଜ୍ୟ ବିଜେପିର ଆସନ ସଂଖ୍ୟା ବିଧାନସଭାରେ ୨୨ ରୁ ୨କୁ ଖସିଆସିବାଟା ଏକ ପ୍ରକାର ନିଶ୍ଚିତ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡି ଜେଜେ ଓ ନାତି ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର