ବିରୋଧୀ ଦଳ ନେତା ପଦକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଜୟନାରାୟଣ ମିଶ୍ର

The Sakala Picture
Published On

ଭୁବନେଶ୍ୱର: ପୁଣି ବିବାଦୀୟ ମନ୍ତବ୍ୟ ଦେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ବିରୋଧୀ ଦଳ ନେତା ପଦକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଜୟନାରାୟଣ । ବିଧାନସଭାରେ ବିରୋଧୀ ଦଳର ନେତାମାନଙ୍କୁ ସରକାର ମ୍ୟାନେଜ କରୁଛନ୍ତି । ହେଲେ ତାଙ୍କୁ ମ୍ୟାନେଜ କରିପାରିଲେ ନାହିଁ, ତେଣୁ ତାଙ୍କ ବିରୋଧରେ ବିଭିନ୍ନ କଥା କହୁଛନ୍ତି ବୋଲି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଜୟନାରାୟଣ । ଜୟନାରାୟଣ ଏଭଳି କହିବା ପୂର୍ବରୁ ନିଜ ଦଳର ସଭାପତି ଓ ଅନ୍ୟ […]

ଭୁବନେଶ୍ୱର: ପୁଣି ବିବାଦୀୟ ମନ୍ତବ୍ୟ ଦେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ବିରୋଧୀ ଦଳ ନେତା ପଦକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଜୟନାରାୟଣ । ବିଧାନସଭାରେ ବିରୋଧୀ ଦଳର ନେତାମାନଙ୍କୁ ସରକାର ମ୍ୟାନେଜ କରୁଛନ୍ତି । ହେଲେ ତାଙ୍କୁ ମ୍ୟାନେଜ କରିପାରିଲେ ନାହିଁ, ତେଣୁ ତାଙ୍କ ବିରୋଧରେ ବିଭିନ୍ନ କଥା କହୁଛନ୍ତି ବୋଲି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଜୟନାରାୟଣ । ଜୟନାରାୟଣ ଏଭଳି କହିବା ପୂର୍ବରୁ ନିଜ ଦଳର ସଭାପତି ଓ ଅନ୍ୟ ନେତାଙ୍କ ସହ ଆଲୋଚନା କରିଛନ୍ତି କି ? କାରଣ ଏହା ପୂର୍ବରୁ ବିରୋଧୀ ଦଳ ନେତା ବିଜେପିର ପ୍ରଦୀପ୍ତ ନାୟକ ଥିଲେ, ସେ ମ୍ୟାନେଜ ହେଉଥିଲେ କି, ଯଦି ହଁ ମ୍ୟାନେଜ ହେବା କ’ଣ ଭାରତୀୟ ଜନତା ପାର୍ଟିର ନେତାଙ୍କ ଚରିତ୍ର । ବିଜେପି ପୂର୍ବରୁ କଂଗ୍ରେସର ନରସିଂହ ମିଶ୍ର ବିରୋଧୀ ଦଳ ନେତା ଥିଲେ, ସେ ବି କ’ଣ ମ୍ୟାନେଜ ହେଉଥିଲେ କି ?

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଜୟନାରାୟଣ, ନରସିଂହଙ୍କ ସହ ଆଲୋଚନା କରିବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି କି ? ବିରୋଧୀ ଦଳ ନେତାଙ୍କ ପଦ ମର୍ଯ୍ୟାଦାହାନୀ ହେବା ଭଳି ମନ୍ତବ୍ୟ ଦେଇ ଜୟନାରାୟଣ କ’ଣ କହିବାକୁ ଚାହୁଁଛନ୍ତି ? ତାଙ୍କ ଭଳି ନେତା ଯାହାଙ୍କ ନାମରେ ୧୬ଟି ସଙ୍ଗୀନ ଫୌଜଦାରୀ ମାମଲା ରହିଛି, କଥା କଥାକେ ମାଡ଼ ମାରିବା, ଖଣ୍ଡାଧରି ଗୋଡ଼ାଇବା, ହତ୍ୟା ଉଦ୍ୟମ ଓ ହତ୍ୟା ଭଳି ସଙ୍ଗୀନ ମାମଲା ରହିଛି, ସେଭଳି ଲୋକ ବିରୋଧୀ ଦଳ ନେତା ପଦବୀରେ ରହିବା ଗଣତନ୍ତ୍ର ପ୍ରତି ଠିକ୍ ହେବ ତ ? ଜୟନାରାୟଣ ନିଜକୁ ନିଜେ ପଚାରନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

18 Feb 2023 By The Sakala

ବିରୋଧୀ ଦଳ ନେତା ପଦକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଜୟନାରାୟଣ ମିଶ୍ର

ଭୁବନେଶ୍ୱର: ପୁଣି ବିବାଦୀୟ ମନ୍ତବ୍ୟ ଦେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ବିରୋଧୀ ଦଳ ନେତା ପଦକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଜୟନାରାୟଣ । ବିଧାନସଭାରେ ବିରୋଧୀ ଦଳର ନେତାମାନଙ୍କୁ ସରକାର ମ୍ୟାନେଜ କରୁଛନ୍ତି । ହେଲେ ତାଙ୍କୁ ମ୍ୟାନେଜ କରିପାରିଲେ ନାହିଁ, ତେଣୁ ତାଙ୍କ ବିରୋଧରେ ବିଭିନ୍ନ କଥା କହୁଛନ୍ତି ବୋଲି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଜୟନାରାୟଣ । ଜୟନାରାୟଣ ଏଭଳି କହିବା ପୂର୍ବରୁ ନିଜ ଦଳର ସଭାପତି ଓ ଅନ୍ୟ ନେତାଙ୍କ ସହ ଆଲୋଚନା କରିଛନ୍ତି କି ? କାରଣ ଏହା ପୂର୍ବରୁ ବିରୋଧୀ ଦଳ ନେତା ବିଜେପିର ପ୍ରଦୀପ୍ତ ନାୟକ ଥିଲେ, ସେ ମ୍ୟାନେଜ ହେଉଥିଲେ କି, ଯଦି ହଁ ମ୍ୟାନେଜ ହେବା କ’ଣ ଭାରତୀୟ ଜନତା ପାର୍ଟିର ନେତାଙ୍କ ଚରିତ୍ର । ବିଜେପି ପୂର୍ବରୁ କଂଗ୍ରେସର ନରସିଂହ ମିଶ୍ର ବିରୋଧୀ ଦଳ ନେତା ଥିଲେ, ସେ ବି କ’ଣ ମ୍ୟାନେଜ ହେଉଥିଲେ କି ?

ଜୟନାରାୟଣ, ନରସିଂହଙ୍କ ସହ ଆଲୋଚନା କରିବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି କି ? ବିରୋଧୀ ଦଳ ନେତାଙ୍କ ପଦ ମର୍ଯ୍ୟାଦାହାନୀ ହେବା ଭଳି ମନ୍ତବ୍ୟ ଦେଇ ଜୟନାରାୟଣ କ’ଣ କହିବାକୁ ଚାହୁଁଛନ୍ତି ? ତାଙ୍କ ଭଳି ନେତା ଯାହାଙ୍କ ନାମରେ ୧୬ଟି ସଙ୍ଗୀନ ଫୌଜଦାରୀ ମାମଲା ରହିଛି, କଥା କଥାକେ ମାଡ଼ ମାରିବା, ଖଣ୍ଡାଧରି ଗୋଡ଼ାଇବା, ହତ୍ୟା ଉଦ୍ୟମ ଓ ହତ୍ୟା ଭଳି ସଙ୍ଗୀନ ମାମଲା ରହିଛି, ସେଭଳି ଲୋକ ବିରୋଧୀ ଦଳ ନେତା ପଦବୀରେ ରହିବା ଗଣତନ୍ତ୍ର ପ୍ରତି ଠିକ୍ ହେବ ତ ? ଜୟନାରାୟଣ ନିଜକୁ ନିଜେ ପଚାରନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

https://www.thesakala.in/latest-odisha-news/jayanarayan-mishras-controversial-comments-on-the-post-of-opposition-party-leader/article-19064
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର