ମହଙ୍ଗା ପଡ଼ିଲା ଥାନାରେ ପୁଲିସ ଅଫିସରଙ୍କ ଦାଦାଗିରି, ନିଲମ୍ବିତ ହେଲେ ଜଙ୍କିଆ ଥାନା ଏସଆଇ

The Sakala Picture
Published On

ଖୋର୍ଦ୍ଧା: ମହଙ୍ଗା ପଡ଼ିଲା ଥାନାରେ ପୁଲିସ ଅଫିସରଙ୍କ ଦାଦାଗିରି। ନିଲମ୍ବିତ ହେଲେ ଜଙ୍କିଆ ଥାନା ଏସଆଇ ନିରଞ୍ଜନ ମହାନ୍ତି। ମଦ ନିଶାରେ ଚୁର୍ ଖାକି ବାବୁଙ୍କ କାରନାମାର ଭିଡିଓ ଭାଇରାଲ୍ ହୋଇଛି। ଏହାପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଖୋର୍ଦ୍ଧା ଏସପି। ଥାନାରେ ଅଭିଯୋଗ କରିବାକୁ ଆସିଥିବା ଜଣେ ଲୋକଙ୍କ ମୁଣ୍ଡକୁ ଟେକା ମାରି ଫଟାଇ ଦେଇଥିଲେ ଏସଆଇ। ଜଙ୍କିଆ ଥାନାରେ କାର୍ଯ୍ୟରତ ସବ୍ଇନ୍ସପେକ୍ଟର ନିରଜଂନ ମହାନ୍ତି ଅତ୍ୟଧିକ ମଦ୍ୟପାନ କରି ଏଭଳି କାଣ୍ଡ ଭିଆଇଥିବା ଥାନାରେ ଅଭିଯୋଗ ହୋଇଥିଲା। […]

ଖୋର୍ଦ୍ଧା: ମହଙ୍ଗା ପଡ଼ିଲା ଥାନାରେ ପୁଲିସ ଅଫିସରଙ୍କ ଦାଦାଗିରି। ନିଲମ୍ବିତ ହେଲେ ଜଙ୍କିଆ ଥାନା ଏସଆଇ ନିରଞ୍ଜନ ମହାନ୍ତି। ମଦ ନିଶାରେ ଚୁର୍ ଖାକି ବାବୁଙ୍କ କାରନାମାର ଭିଡିଓ ଭାଇରାଲ୍ ହୋଇଛି। ଏହାପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଖୋର୍ଦ୍ଧା ଏସପି। ଥାନାରେ ଅଭିଯୋଗ କରିବାକୁ ଆସିଥିବା ଜଣେ ଲୋକଙ୍କ ମୁଣ୍ଡକୁ ଟେକା ମାରି ଫଟାଇ ଦେଇଥିଲେ ଏସଆଇ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଜଙ୍କିଆ ଥାନାରେ କାର୍ଯ୍ୟରତ ସବ୍ଇନ୍ସପେକ୍ଟର ନିରଜଂନ ମହାନ୍ତି ଅତ୍ୟଧିକ ମଦ୍ୟପାନ କରି ଏଭଳି କାଣ୍ଡ ଭିଆଇଥିବା ଥାନାରେ ଅଭିଯୋଗ ହୋଇଥିଲା। ବାଲିଗାଡିଆ ଗାଁର ନବକିଶୋର ହରିଚନ୍ଦନ ନିଜର ଜଣେ ସଂମ୍ପର୍କୀୟଙ୍କ ସହିତ ଥାନାକୁ ଯାଇଥିବା ବେଳେ ସବ୍ଇନ୍ସପେକ୍ଟରଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏହାପରେ ସବ୍ଇନ୍ସପେକ୍ଟର ନିରଜଂନ ମହାନ୍ତି ଉତକ୍ଷିପ୍ତ ହୋଇ ନବକିଶୋରଙ୍କ ମୁଣ୍ଡକୁ ଟେକା ଫିଙ୍ଗି ଦେଇଥିଲେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଏନେଇ ଜଙ୍କିଆ ଗ୍ରାମପଞ୍ଚାୟତ ସମିତି ସଭ୍ୟ ଥାନାକୁ ଯାଇ ପଚରାଉଚରା କରି ବୁଝାବୁଝି କରୁଥିବା ବେଳେ ନିରଞ୍ଜନ ସମିତି ସଭ୍ୟଙ୍କୁ ମଧ୍ୟ ମାଡ ମାରିଥିଲେ। ଘଟଣା ନେଇ ସ୍ଥାନୀୟ ଜଙ୍କିଆ ବାଲିଗାଡିଆ ଲୋକେ ଥାନା ସମ୍ମୁଖରେ ତାଲା ପକାଇ ସବ୍ଇନ୍ସପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ। ଘଟଣାରେ ମାମଲା ରୁଜୁ କରି ତଦନ୍ତ କରୁଛି ପୁଲିସ ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର