ଜମି ପାଇଁ ମାଆକୁ ଅସହ୍ୟ ନିର୍ଯାତନା: ଇଟା ଲଦିଦେଲେ ପୁଅ-ବୋହୂ

The Sakala Picture
Published On

ଦଶରଥପୁର: ଜମିଜମାକୁ କେନ୍ଦ୍ରକରି ମଙ୍ଗଳପୁର ଥାନା ଦତ୍ତପୁର ଗାଁରେ ପୁଅ-ବୋହୂ ମିଶି ମାଆ ଉପରେ ଶତାଧିକ ଇଟା ଲଦି ଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗ୍ରାମର ତୌଲି ବେହେରାଙ୍କ ମୃତ୍ୟୁପରେ ପତ୍ନୀ ମଖି ବଡ଼ ପୁଅ ପାଖରେ ମୁଣ୍ଡ ଗୁଞ୍ଜିଥିବା ବେଳେ ଶନିବାର ମଝିଆଁ ପୁଅ ରଘୁନାଥ ଏବଂ ବୋହୂ ମଧୁସ୍ମିତା ମଖିଙ୍କ ନିକଟରେ କିଛି ଜମି ଦାବି କରିଥିଲେ। ମାତ୍ର ଏହି ଦାବିକୁ ମଖି ଅଗ୍ରାହ୍ୟ କରିବାରୁ ପୁଅ ବୋହୂ ମିଳିମିଶି ମାଆ ମଖିକୁ […]

ଦଶରଥପୁର: ଜମିଜମାକୁ କେନ୍ଦ୍ରକରି ମଙ୍ଗଳପୁର ଥାନା ଦତ୍ତପୁର ଗାଁରେ ପୁଅ-ବୋହୂ ମିଶି ମାଆ ଉପରେ ଶତାଧିକ ଇଟା ଲଦି ଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗ୍ରାମର ତୌଲି ବେହେରାଙ୍କ ମୃତ୍ୟୁପରେ ପତ୍ନୀ ମଖି ବଡ଼ ପୁଅ ପାଖରେ ମୁଣ୍ଡ ଗୁଞ୍ଜିଥିବା ବେଳେ ଶନିବାର ମଝିଆଁ ପୁଅ ରଘୁନାଥ ଏବଂ ବୋହୂ ମଧୁସ୍ମିତା ମଖିଙ୍କ ନିକଟରେ କିଛି ଜମି ଦାବି କରିଥିଲେ। ମାତ୍ର ଏହି ଦାବିକୁ ମଖି ଅଗ୍ରାହ୍ୟ କରିବାରୁ ପୁଅ ବୋହୂ ମିଳିମିଶି ମାଆ ମଖିକୁ ଗାଳି ଗୁଲଜ କରି ମାଡ଼ ମାରିବା ସହିତ ଘର ନିର୍ମାଣ ପାଇଁ ଥିବା ଶତାଧିକ ଇଟାକୁ ମଖିଙ୍କ ଉପରେ ଲଦି ଚାଲିଥିଲେ। ଯନ୍ତ୍ରଣାରେ ଛଟ ପଟ ହୋଇ ମଖି ଚିତ୍କାର କରୁଥିଲେ ମଧ୍ୟ ପୁଅ ବୋହୂ ଏହା ଶୁଣିବାକୁ ପ୍ରସ୍ତୁତ ନଥିଲେ। ଶେଷରେ ସାନ ବୋହୂ ଓ କିଛି ପଡୋଶୀ ଘଟଣାର ହସ୍ତକ୍ଷେପ ପରେ ମଖିଙ୍କୁ ଉଦ୍ଧାର କରି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇବା ସହିତ ଏ ସମ୍ପର୍କରେ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମଖିଙ୍କ ଅଭିଯୋଗକୁ ଭିତ୍ତି କରି ଥାନା ପକ୍ଷରୁ ଏକ ମାଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

04 Apr 2022 By The Sakala

ଜମି ପାଇଁ ମାଆକୁ ଅସହ୍ୟ ନିର୍ଯାତନା: ଇଟା ଲଦିଦେଲେ ପୁଅ-ବୋହୂ

ଦଶରଥପୁର: ଜମିଜମାକୁ କେନ୍ଦ୍ରକରି ମଙ୍ଗଳପୁର ଥାନା ଦତ୍ତପୁର ଗାଁରେ ପୁଅ-ବୋହୂ ମିଶି ମାଆ ଉପରେ ଶତାଧିକ ଇଟା ଲଦି ଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗ୍ରାମର ତୌଲି ବେହେରାଙ୍କ ମୃତ୍ୟୁପରେ ପତ୍ନୀ ମଖି ବଡ଼ ପୁଅ ପାଖରେ ମୁଣ୍ଡ ଗୁଞ୍ଜିଥିବା ବେଳେ ଶନିବାର ମଝିଆଁ ପୁଅ ରଘୁନାଥ ଏବଂ ବୋହୂ ମଧୁସ୍ମିତା ମଖିଙ୍କ ନିକଟରେ କିଛି ଜମି ଦାବି କରିଥିଲେ। ମାତ୍ର ଏହି ଦାବିକୁ ମଖି ଅଗ୍ରାହ୍ୟ କରିବାରୁ ପୁଅ ବୋହୂ ମିଳିମିଶି ମାଆ ମଖିକୁ ଗାଳି ଗୁଲଜ କରି ମାଡ଼ ମାରିବା ସହିତ ଘର ନିର୍ମାଣ ପାଇଁ ଥିବା ଶତାଧିକ ଇଟାକୁ ମଖିଙ୍କ ଉପରେ ଲଦି ଚାଲିଥିଲେ। ଯନ୍ତ୍ରଣାରେ ଛଟ ପଟ ହୋଇ ମଖି ଚିତ୍କାର କରୁଥିଲେ ମଧ୍ୟ ପୁଅ ବୋହୂ ଏହା ଶୁଣିବାକୁ ପ୍ରସ୍ତୁତ ନଥିଲେ। ଶେଷରେ ସାନ ବୋହୂ ଓ କିଛି ପଡୋଶୀ ଘଟଣାର ହସ୍ତକ୍ଷେପ ପରେ ମଖିଙ୍କୁ ଉଦ୍ଧାର କରି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇବା ସହିତ ଏ ସମ୍ପର୍କରେ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମଖିଙ୍କ ଅଭିଯୋଗକୁ ଭିତ୍ତି କରି ଥାନା ପକ୍ଷରୁ ଏକ ମାଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର