ଯୁକ୍ତ ଦୁଇ ଛାତ୍ରଙ୍କ କମାଲ୍‌: ଲାଇ-ଫାଇ ଟେକ୍ନୋଲୋଜି, ଲାଇଟ୍‌‌ରେ ଚାଲିବ ଇଣ୍ଟରନେଟ୍‌‌

The Sakala Picture
Published On

ଯାଜପୁର: ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରି ପ୍ରତିଦିନ ନୂଆ ନୂଆ ଜିନିଷ ଉଦ୍ଭାବନ ହେଉଛି। ଏହି ନୂତନ ଜ୍ଞାନ କୌଶଳକୁ ବ୍ୟବହାର ମଣିଷ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛି। ଏଭଳି ଏକ ନୂତନ ଟେକ୍ନୋଲୋଜି ବାହାର କରିବାରେ ସକ୍ଷମ ହୋଇଛନ୍ତି +୨ରେ ପାଠ ପଢ଼ୁଥିବା ଛାତ୍ର ଜ୍ଞାନରଞ୍ଜନ ମିଶ୍ର। ବର୍ତ୍ତମାନର ଇଣ୍ଟରନେଟ ଯୁଗରେ ୱାଇଫାଇର ବହୁଳ ବ୍ୟବହାର ଦେଖି ଏହାର ଏକ ବିକଳ୍ପ ବାହାର କରିଛନ୍ତି ଜ୍ଞାନରଞ୍ଜନ। ଗତ କୋଭିଡ ସମୟରେ […]

ଯାଜପୁର: ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରି ପ୍ରତିଦିନ ନୂଆ ନୂଆ ଜିନିଷ ଉଦ୍ଭାବନ ହେଉଛି। ଏହି ନୂତନ ଜ୍ଞାନ କୌଶଳକୁ ବ୍ୟବହାର ମଣିଷ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛି। ଏଭଳି ଏକ ନୂତନ ଟେକ୍ନୋଲୋଜି ବାହାର କରିବାରେ ସକ୍ଷମ ହୋଇଛନ୍ତି +୨ରେ ପାଠ ପଢ଼ୁଥିବା ଛାତ୍ର ଜ୍ଞାନରଞ୍ଜନ ମିଶ୍ର। ବର୍ତ୍ତମାନର ଇଣ୍ଟରନେଟ ଯୁଗରେ ୱାଇଫାଇର ବହୁଳ ବ୍ୟବହାର ଦେଖି ଏହାର ଏକ ବିକଳ୍ପ ବାହାର କରିଛନ୍ତି ଜ୍ଞାନରଞ୍ଜନ। ଗତ କୋଭିଡ ସମୟରେ ଏଭଳି କିଛି ଗବେଷଣା କରି ଲାଇଟ୍‌‌ରୁ କିଭଳି ମଣିଷ ଇଣ୍ଟରନେଟ ତିଆରି କରିପାରିବ, ତାକୁ ଉଦ୍ଭାବନ କରିବାରେ ସଫଳ ହୋଇଛନ୍ତି। ୱାଇଫାଇ ବ୍ୟବହାର କଲେ ବିକିରଣ (ରେଡିଏସନ)ର ବିପଦ ରହିଥିବାବେଳେ ଏହି ଲାଇଫାଇ ବ୍ୟବହାର କଲେ ମଣିଷ ପ୍ରତି କୌଣସି ବିପଦ ନାହିଁ ବୋଲି ଜ୍ଞାନରଞ୍ଜନ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଜ୍ଞାନରଞ୍ଜନଙ୍କ ଘର ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ କବିତ୍ରାଶାସନ ଗ୍ରାମରେ। ବାପା କୃଷ୍ଣପ୍ରସାଦ ମିଶ୍ର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ଓ ମାଆ ଗୃହିଣୀ। ଜ୍ଞାନରଞ୍ଜନ ଏବେ ପାଣିକୋଇଲି ଜବାହର ନବୋଦୟ ବିଦ୍ୟାଳୟରେ ପାଠ ପଢ଼଼ୁଛନ୍ତି। ତାଙ୍କର ଏହି ଉଦ୍ଭାବନକୁ ନିକଟରେ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ମିଳିଛି। ଗୋଆରେ ଚଳିତ ମାସ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନୋଭେସନ ଏଣ୍ଡ ଇନଭେନସନ ଏକ୍ସପୋ (ଆଇନେକ୍ସ)ରେ ଜ୍ଞାନରଞ୍ଜନ ଭାରତର ପ୍ରତିନିଧିତ୍ୱ କରି ୫ଟି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ଆଇନେକ୍ସରେ ବିଶ୍ୱ ସ୍ତରରେ ବିଭିନ୍ନ ଦେଶର ଛାତ୍ରସମୂହଙ୍କ ଦ୍ୱାରା ଭିନ୍ନ ଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବାବେଳେ ପ୍ରତିଯୋଗିତା ଓ ଗବେଷଣା ପାଇଁ ଭାରତର ପ୍ରତିନିଧିତ୍ୱ କରି ଜ୍ଞାନରଞ୍ଜନଙ୍କୁ ଏକାକୀ ମିଳିଛି ୫ଟି ସ୍ୱର୍ଣ୍ଣପଦକ।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ଜ୍ଞାନରଞ୍ଜନଙ୍କ ଏଭଳି ସଫଳତାକୁ ନେଇ ସବୁ ଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସେ ପିଲାଟି ବେଳୁ କିଛି ନୂଆ କରିବାର ଉଦ୍ୟମ ଜାରି ରଖିଥିଲେ। ଆଗକୁ ମଧ୍ୟ ଅନେକ ପ୍ରକଳ୍ପରେ କାମ କରୁଛନ୍ତି। ଏହି ଲାଇ-ଫାଇ ଟେକ୍ନୋଲୋଜିକୁ ଅଧିକ ବିକଶିତ କରି ସେ ସୌରଶକ୍ତିରୁ ଇଣ୍ଟରନେଟ ବ୍ୟବହାର ନେଇ ଗବେଷଣା କରୁଥିବା କହିଛନ୍ତି। ଜ୍ଞାନରଞ୍ଜନଙ୍କ ଏଭଳି ପ୍ରତିଭା ଦେଖି ନବୋଦୟ ବିଦ୍ୟାଳୟ ଓ ପରିବାର ପକ୍ଷରୁ ସମସ୍ତ ସହଯୋଗ କରାଯାଉଛି। ଯେଉଁଥିପାଇଁ ସେ ସ୍କୁଲ ସ୍ତରରୁ ଇନ୍ସପାୟାର ମାନକ ଆୱାର୍ଡ ପାଇବା ସହିତ ନ୍ୟାସନାଲ ସାଇନ୍ସ କଂଗ୍ରେସ ପାଇଁ ମନୋନୀତ ହୋଇଥିଲେ। ୨୦୨୨ରେ କ୍ଲଷ୍ଟର ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ପ୍ରଥମ ସ୍ଥାନ, ଭୋପାଳରେ ଆଞ୍ଚଳିକ ସ୍ତରରେ ଆୟୋଜିତ ପ୍ରଦର୍ଶନୀ ମେଳାରେ ପ୍ରଥମ ସ୍ଥାନ, ୨୦୨୨ରେ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ପାଇଁ ମନୋନୀତ ହୋଇଥିଲେ। ଚଳିତ ବର୍ଷ ମଧ୍ୟପ୍ରଦେଶର ଜ୍ଞାନ ଗଙ୍ଗା ବିଶ୍ୱବିଦ୍ୟାଳୟରେ ଆୟୋଜିତ ନ୍ୟାସନାଲ ଟେକ୍ନୋଲୋଜି ଉତ୍ସବରେ ପ୍ରଥମ ସ୍ଥାନ ହାସଲ କରିଥିଲେ। ସରକାରଙ୍କ ପକ୍ଷରୁ ସାହାଯ୍ୟ ଓ ସହଯୋଗ କରାଗଲେ ଅଧିକ ଗବେଷଣା କରିପାରିବେ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର