ମଣିପାଲ ହସ୍ପିଟାଲ ଭୁବନେଶ୍ୱର ହୃଦରୋଗ, ସ୍ନାୟୁରୋଗ ଏବଂ କ୍ୟାନସର ଡାକ୍ତରମାନେ ଟାଟା ଷ୍ଟିଲ୍ ମେଡିକାଲରେ ଆରମ୍ଭ କଲେ ରୋଗୀ ସେବା

The Sakala Picture
Published On

ଯାଜପୁର: ଯାଜପୁର ଜିଲ୍ଲାବାସୀଙ୍କ ପାଇଁ ଖୁସୀ ଖବର । କଳିଙ୍ଗ ନଗର ସ୍ଥିତ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲରେ ରୋଗୀ ସେବା ଆରମ୍ଭ କରିଲା ମଣିପାଲ ହସ୍ପିଟାଲ ଭୁବନେଶ୍ୱର । ପ୍ରାରମ୍ଭିକ ଷ୍ଟେଜରେ ମଣିପାଲ ହସ୍ପିଟାଲର ଅଭିଜ୍ଞ ଡାକ୍ତରଙ୍କ ସହ ହାର୍ଟରୋଗୀ, ବ୍ରେନ୍ ବା ସ୍ନାୟୁରୋଗୀ ଏବଂ କ୍ୟାନସର ରୋଗୀ ମାନେ ଡାକ୍ତରଙ୍କ ପରାମର୍ଶ କରିପାରିବେ । ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ଅଭିଜ୍ଞ ହୃଦରୋଗ ବିଶେଷଜ୍ଞ ଡାକ୍ତର ଲିଙ୍ଗରାଜ ନାଥ ପ୍ରତିମାସ ଦ୍ୱତୀୟ ଶୁକ୍ରବାର ଦିନ, ବରିଷ୍ଠ […]

ଯାଜପୁର: ଯାଜପୁର ଜିଲ୍ଲାବାସୀଙ୍କ ପାଇଁ ଖୁସୀ ଖବର । କଳିଙ୍ଗ ନଗର ସ୍ଥିତ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲରେ ରୋଗୀ ସେବା ଆରମ୍ଭ କରିଲା ମଣିପାଲ ହସ୍ପିଟାଲ ଭୁବନେଶ୍ୱର । ପ୍ରାରମ୍ଭିକ ଷ୍ଟେଜରେ ମଣିପାଲ ହସ୍ପିଟାଲର ଅଭିଜ୍ଞ ଡାକ୍ତରଙ୍କ ସହ ହାର୍ଟରୋଗୀ, ବ୍ରେନ୍ ବା ସ୍ନାୟୁରୋଗୀ ଏବଂ କ୍ୟାନସର ରୋଗୀ ମାନେ ଡାକ୍ତରଙ୍କ ପରାମର୍ଶ କରିପାରିବେ । ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ଅଭିଜ୍ଞ ହୃଦରୋଗ ବିଶେଷଜ୍ଞ ଡାକ୍ତର ଲିଙ୍ଗରାଜ ନାଥ ପ୍ରତିମାସ ଦ୍ୱତୀୟ ଶୁକ୍ରବାର ଦିନ, ବରିଷ୍ଠ ସ୍ନାୟୁଶଲ୍ୟ ବିଶେଷଜ୍ଞ ଡାକ୍ତର ଦୀପକ କୁମାର ପରିଡ଼ା ପ୍ରତିମାସ ପ୍ରଥମ ଏବଂ ତୃତୀୟ ମଙ୍ଗଳବାର ଏବଂ କ୍ୟାନସର ରୋଗ ବିଶେଷଜ୍ଞ ଡାକ୍ତର ସଚିନ ଶେଖର ବିଶ୍ବାଳ ପ୍ରତିମାସ ତୃତୀୟ ଗୁରୁବାର ଦିନ ଟାଟା ମେଡିକାରେ ସକାଳ ୧୦ଟା୩୦ ମିନିଟ୍ରୁ ଅପରାହ୍ନ ୨ଟା ପଯ୍ୟନ୍ତ ଟାଟା ମେଡିକାରେ ରୋଗୀଙ୍କୁ ପରାମର୍ଶ ଦେବେ ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ହୃଦରୋଗ ବିଶେଷଜ୍ଞ ତଥା ଡାଇରେକ୍ଟର କ୍ୟାଥଲାବ ଡାକ୍ତର ଲିଙ୍ଗରାଜ ନାଥଙ୍କ ୧୬ରୁ ଉର୍ଦ୍ଧ ବର୍ଷର ଅଭିଜ୍ଞତା ଅଛି, ସେ ଆଞ୍ଜିଓପ୍ଲାଷ୍ଟି, ଜଟିଳ ହୃଦରୋଗ ଏବଂ ଆଡଭାନସ୍ କାର୍ଡିଓଭାସ୍କୁଲାର ରୋଗର ସଫଳ ଚିକିତ୍ସା ପାଇଁ ସୁପରିଚିତ ଅଟନ୍ତି । ଠିକ୍ ସେହିଭଳି ଡାକ୍ତର ଦୀପକ କୁମାର ପରିଡାଙ୍କ ୧୫ ବର୍ଷରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି, ସେ ଦୁର୍ଘଟଣା ଜନିତ ମସ୍ତିଷ୍କ ଆଘାତ, ବ୍ରେନ୍ କ୍ୟାନସର, ମେରୁଦଣ୍ଡ ସମସ୍ୟା, ଜଟିଳ ସ୍ନାୟୁଗତ ସମସ୍ୟା, ଅପସ୍କାର ବାତ ରୋଗ, ଛୋଟ ପିଲାଙ୍କ ବ୍ରେନ୍ ସର୍ଜରୀ ପାଇଁ ସୁପରିଚିତ ଅଟନ୍ତି । ଠିକ୍ ସେହିଭଳି କ୍ୟାନସର ରୋଗ ବିଶେଷଜ୍ଞ ସଚିନ ଶେଖର ବିଶ୍ୱାଳଙ୍କର ବ୍ରେଷ୍ଟ କ୍ୟାନସର, ଫୁସଫୁସ୍ କ୍ୟାନସର ସମେତ ଅନ୍ୟାନ୍ୟ କ୍ୟାନସର ରୋଗର ସଫଳ ଚିକିତ୍ସା କରିବାରେ ୧୫ ବର୍ଷରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଏ ସମ୍ପର୍କରେ ସୂଚନା ଦେଇ ମଣିପାଲ ହସ୍ପିଟାଲର ହସ୍ପିଟାଲ ଡାଇରେକ୍ଟ ଡାକ୍ତର ଶକ୍ତିମୟ ମହାପାତ୍ର କହିଛନ୍ତି, “ମାଆ ବିରଜାଙ୍କ କ୍ଷେତ୍ର ଯାଜପୁରରେ ରୋଗୀ ସେବା ଆରମ୍ଭ କରିବା ଆମ ପାଇଁ ଗର୍ବର ବିଷୟ, ଏହା ଫଳରେ ଯାଜପୁର ଓ ଏହାର ଆଖପାଖ ଜିଲ୍ଲାର ରୋଗୀମାନେ ସହଜରେ ମଣିପାଲ ହସ୍ପିଟାଲର ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ଆଗାମୀ ଦିନରେ ଟାଟା ମେଡିକା ହସ୍ପିଟାଲ ଠାରେ ମଣିପାଲ ହସ୍ପିଟାଲର ପକ୍ଷରୁ ଉଚ୍ଚମାନର ସ୍ୱାସ୍ଥ୍ୟସେବ ଯୋଗାଇଦିଆ ଯିବ, ଆଗାମୀ ଦିନରେ ଅନ୍ୟ ବିଭାଗର ଡାକ୍ତର ମାନେ ରୋଗୀ ସେବା ମଧ୍ୟ ଆରମ୍ଭ କରିବ ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର