୧୦ ଫୁଟ ତଳକୁ ଦବିଲା ଯାଜପୁର ରସୁଲପୁରରେ ଥିବା ବ୍ରିଜ୍, ବାଲେଶ୍ଵର-ଭୁବନେଶ୍ବର ଯାତାୟତ ଠପ୍

The Sakala Picture
Published On

ଯାଜପୁର: ୧୬ନଂ ଜାତୀୟ ରାଜପଥରେ ଅଭାବନୀୟ ଘଟଣା । ରସୁଲପୁର ବ୍ଲକ ହେଡକ୍ବାଟର ସମ୍ମୁଖ ରାଜପଥର ପୁରୁଣା ବ୍ରିଜ୍ ପ୍ରାୟ ୧୦ ଫୁଟ ତଳକୁ ଦବିଯାଇଛି । ଯାହାଫଳରେ ବାଲେଶ୍ୱରରୁ ଭୁବନେଶ୍ୱର ମଧ୍ୟରେ ଯାତାୟତ ଠପ୍‌ ରହିଛି । ରାସ୍ତାରେ ଉଭୟ ପାର୍ଶ୍ୱରେ ଅନେକ ଗାଡି ମଟର ଅଟକି ରହିଛି । ଆଜି ସକାଳୁ ସକାଳୁ ବ୍ରିଜ୍‌ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ବ୍ରିଜ୍‌ ଭୁଶୁଡ଼ିବା ସମୟରେ ସୌଭାଗ୍ୟବଶତଃ କୌଣସି ଯାନବାହନ ଚଳାଚଳ କରୁନଥିବାରୁ ବଡ଼ ଅଘଟଣା […]

ଯାଜପୁର: ୧୬ନଂ ଜାତୀୟ ରାଜପଥରେ ଅଭାବନୀୟ ଘଟଣା । ରସୁଲପୁର ବ୍ଲକ ହେଡକ୍ବାଟର ସମ୍ମୁଖ ରାଜପଥର ପୁରୁଣା ବ୍ରିଜ୍ ପ୍ରାୟ ୧୦ ଫୁଟ ତଳକୁ ଦବିଯାଇଛି । ଯାହାଫଳରେ ବାଲେଶ୍ୱରରୁ ଭୁବନେଶ୍ୱର ମଧ୍ୟରେ ଯାତାୟତ ଠପ୍‌ ରହିଛି । ରାସ୍ତାରେ ଉଭୟ ପାର୍ଶ୍ୱରେ ଅନେକ ଗାଡି ମଟର ଅଟକି ରହିଛି ।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଚାପି ହୋଇ ମହିଳା ମୃତ

ଆଜି ସକାଳୁ ସକାଳୁ ବ୍ରିଜ୍‌ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ବ୍ରିଜ୍‌ ଭୁଶୁଡ଼ିବା ସମୟରେ ସୌଭାଗ୍ୟବଶତଃ କୌଣସି ଯାନବାହନ ଚଳାଚଳ କରୁନଥିବାରୁ ବଡ଼ ଅଘଟଣା ଟଳିଯାଇଛି । ବ୍ରିଜ ଭୁଶୁଡିବା ଯୋଗୁଁ ସେହି ରୋଡରେ ଗାଡ଼ି ଚଳାଚଳକୁ ବନ୍ଦ କରି ଦିଆଯାଇଛି। ଅନ୍ୟ ଏକ ରାସ୍ତା ଦେଇ ଗାଡ଼ିମଟର ଯାତାୟତ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଅପହରଣ ଉଦ୍ୟମ ପଣ୍ଡ! ଦୁର୍ବୃତ୍ତ ଦେଇଥିବା ନିଶା ଚୋକଲେଟ୍ ଖାଇ ୩ ଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ତେବେ ବ୍ରିଜ୍‌ଟି କ’ଣ ପାଇଁ ଦାବିଲା, ତାହା ଏବେ ବି ଅସ୍ପଷ୍ଟ ରହିଛି । ତେବେ ଲଗାନା ବର୍ଷା ଲାଗି ରହିବା ଯୋଗୁ ପୋଲ ଭୁଶୁଡ଼ି ପଡ଼ିଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରୁଛି ।

ଆହୁରି ପଢ଼ନ୍ତୁ: ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ: ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ କଣ୍ଟ୍ରୋଲ୍ ରୁମରେ ୧୦୦% ମହିଳା ଅପରେଟର

18 Jul 2023 By The Sakala

୧୦ ଫୁଟ ତଳକୁ ଦବିଲା ଯାଜପୁର ରସୁଲପୁରରେ ଥିବା ବ୍ରିଜ୍, ବାଲେଶ୍ଵର-ଭୁବନେଶ୍ବର ଯାତାୟତ ଠପ୍

ଯାଜପୁର: ୧୬ନଂ ଜାତୀୟ ରାଜପଥରେ ଅଭାବନୀୟ ଘଟଣା । ରସୁଲପୁର ବ୍ଲକ ହେଡକ୍ବାଟର ସମ୍ମୁଖ ରାଜପଥର ପୁରୁଣା ବ୍ରିଜ୍ ପ୍ରାୟ ୧୦ ଫୁଟ ତଳକୁ ଦବିଯାଇଛି । ଯାହାଫଳରେ ବାଲେଶ୍ୱରରୁ ଭୁବନେଶ୍ୱର ମଧ୍ୟରେ ଯାତାୟତ ଠପ୍‌ ରହିଛି । ରାସ୍ତାରେ ଉଭୟ ପାର୍ଶ୍ୱରେ ଅନେକ ଗାଡି ମଟର ଅଟକି ରହିଛି ।

ଆଜି ସକାଳୁ ସକାଳୁ ବ୍ରିଜ୍‌ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ବ୍ରିଜ୍‌ ଭୁଶୁଡ଼ିବା ସମୟରେ ସୌଭାଗ୍ୟବଶତଃ କୌଣସି ଯାନବାହନ ଚଳାଚଳ କରୁନଥିବାରୁ ବଡ଼ ଅଘଟଣା ଟଳିଯାଇଛି । ବ୍ରିଜ ଭୁଶୁଡିବା ଯୋଗୁଁ ସେହି ରୋଡରେ ଗାଡ଼ି ଚଳାଚଳକୁ ବନ୍ଦ କରି ଦିଆଯାଇଛି। ଅନ୍ୟ ଏକ ରାସ୍ତା ଦେଇ ଗାଡ଼ିମଟର ଯାତାୟତ କରୁଛନ୍ତି।

ତେବେ ବ୍ରିଜ୍‌ଟି କ’ଣ ପାଇଁ ଦାବିଲା, ତାହା ଏବେ ବି ଅସ୍ପଷ୍ଟ ରହିଛି । ତେବେ ଲଗାନା ବର୍ଷା ଲାଗି ରହିବା ଯୋଗୁ ପୋଲ ଭୁଶୁଡ଼ି ପଡ଼ିଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର