ଲଗାଣ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ି ଅଙ୍ଗନବାଡି ପାଚିକାଙ୍କ ମୃତ୍ଯୁ

The Sakala Picture
Published On

ଆଳି: ଆଳି ଥାନା ଅଧୀନସ୍ଥ ନରେନ୍ଦ୍ରପୁରୁ ପଞ୍ଚାୟତରେ ଲଗାଣ ବର୍ଷା କାରଣରୁ ଏକ ଅଭାବନୀୟ ଘଟଣା ଘଟିଛି । ଗତକାଲି ରାତିରେ ଅଙ୍ଗନ ବାଡ଼ି ପାଚିକା ନିରୁପମା ମହାନ୍ତି( ୪୨)ଙ୍କ ଘରର କାନ୍ଥ ଭୁଶୁଡିଯିବାରୁ ମୃତ୍ୟୁ ଘଟିଛି । ଲଘୁଚାପ ଜନିତ ପ୍ରବଳ ବର୍ଷା କାରଣରୁ କାନ୍ଥ ଭୁସିଡି ପଡିଥିବା ଜଣା ପଡ଼ିଛି । ଗତକାଲି ବିଳମ୍ବିତ ରାତିରେ ନିରୂପମା ଓ ତାଙ୍କ ପରିବାର ଅନ୍ୟ ସଦସ୍ୟ ମାନେ ଶୋଇଥିବା ଅବସ୍ଥାରେ ଏଭଳି ଏକ ଦୁଃଖଦ ଅଭାବନୀୟ […]

ଆଳି: ଆଳି ଥାନା ଅଧୀନସ୍ଥ ନରେନ୍ଦ୍ରପୁରୁ ପଞ୍ଚାୟତରେ ଲଗାଣ ବର୍ଷା କାରଣରୁ ଏକ ଅଭାବନୀୟ ଘଟଣା ଘଟିଛି । ଗତକାଲି ରାତିରେ ଅଙ୍ଗନ ବାଡ଼ି ପାଚିକା ନିରୁପମା ମହାନ୍ତି( ୪୨)ଙ୍କ ଘରର କାନ୍ଥ ଭୁଶୁଡିଯିବାରୁ ମୃତ୍ୟୁ ଘଟିଛି । ଲଘୁଚାପ ଜନିତ ପ୍ରବଳ ବର୍ଷା କାରଣରୁ କାନ୍ଥ ଭୁସିଡି ପଡିଥିବା ଜଣା ପଡ଼ିଛି । ଗତକାଲି ବିଳମ୍ବିତ ରାତିରେ ନିରୂପମା ଓ ତାଙ୍କ ପରିବାର ଅନ୍ୟ ସଦସ୍ୟ ମାନେ ଶୋଇଥିବା ଅବସ୍ଥାରେ ଏଭଳି ଏକ ଦୁଃଖଦ ଅଭାବନୀୟ ଘଟଣା ଘଟିଛି । କାନ୍ଥ ଭୁସିଡି ନିରୂପମାଙ୍କ ସମେତ ୪ ଜଣଙ୍କ ଉପରେ ପଡିଥିଲା । ଯେଉଁଥିରେ ନିରୂପମାଙ୍କ ମୃତ୍ୟୁ ହୋଇ ଯାଇଥିବାବେଳେ ଅନ୍ୟ ତିନିଜଣ ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି। ଏହି ଖବର ପାଇ ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ମୃତକଙ୍କ ପରିବାର ପାଖରେ ପହଞ୍ଚି ସମବେଦନା ଜଣାଇବା ସହିତ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଘଟଣା ସ୍ଥଳରେ ଆଳି ସି.ଡି.ପି.ଓ କଳ୍ପନା ଧଳ ଓ ତହସିଲଦାର ତପନ କୁମାର ସେନାପତି ପହଞ୍ଚି ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଦେଇଥିଲେ। ମୃତ ଶରୀର ଆଳି ମେଡିକାଲରେ ବ୍ୟବଚ୍ଛେଦ କରାଇ ଶବ ପରିବାରକୁ ହସ୍ତାନ୍ତରିତ କରାଯାଇଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

23 Jul 2021 By The Sakala

ଲଗାଣ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ି ଅଙ୍ଗନବାଡି ପାଚିକାଙ୍କ ମୃତ୍ଯୁ

ଆଳି: ଆଳି ଥାନା ଅଧୀନସ୍ଥ ନରେନ୍ଦ୍ରପୁରୁ ପଞ୍ଚାୟତରେ ଲଗାଣ ବର୍ଷା କାରଣରୁ ଏକ ଅଭାବନୀୟ ଘଟଣା ଘଟିଛି । ଗତକାଲି ରାତିରେ ଅଙ୍ଗନ ବାଡ଼ି ପାଚିକା ନିରୁପମା ମହାନ୍ତି( ୪୨)ଙ୍କ ଘରର କାନ୍ଥ ଭୁଶୁଡିଯିବାରୁ ମୃତ୍ୟୁ ଘଟିଛି । ଲଘୁଚାପ ଜନିତ ପ୍ରବଳ ବର୍ଷା କାରଣରୁ କାନ୍ଥ ଭୁସିଡି ପଡିଥିବା ଜଣା ପଡ଼ିଛି । ଗତକାଲି ବିଳମ୍ବିତ ରାତିରେ ନିରୂପମା ଓ ତାଙ୍କ ପରିବାର ଅନ୍ୟ ସଦସ୍ୟ ମାନେ ଶୋଇଥିବା ଅବସ୍ଥାରେ ଏଭଳି ଏକ ଦୁଃଖଦ ଅଭାବନୀୟ ଘଟଣା ଘଟିଛି । କାନ୍ଥ ଭୁସିଡି ନିରୂପମାଙ୍କ ସମେତ ୪ ଜଣଙ୍କ ଉପରେ ପଡିଥିଲା । ଯେଉଁଥିରେ ନିରୂପମାଙ୍କ ମୃତ୍ୟୁ ହୋଇ ଯାଇଥିବାବେଳେ ଅନ୍ୟ ତିନିଜଣ ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି। ଏହି ଖବର ପାଇ ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ମୃତକଙ୍କ ପରିବାର ପାଖରେ ପହଞ୍ଚି ସମବେଦନା ଜଣାଇବା ସହିତ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଘଟଣା ସ୍ଥଳରେ ଆଳି ସି.ଡି.ପି.ଓ କଳ୍ପନା ଧଳ ଓ ତହସିଲଦାର ତପନ କୁମାର ସେନାପତି ପହଞ୍ଚି ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଦେଇଥିଲେ। ମୃତ ଶରୀର ଆଳି ମେଡିକାଲରେ ବ୍ୟବଚ୍ଛେଦ କରାଇ ଶବ ପରିବାରକୁ ହସ୍ତାନ୍ତରିତ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର