୫ହଜାର ଟଙ୍କା ଋଣ ସୁଝି ନ ପାରିବାରୁ ନିଜ ଶିଶୁକନ୍ୟାକୁ ବିକି ଦେଲା ବାପା

The Sakala Picture
Published On

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୫ହଜାର ଋଣ ସୁଝି ନ ପାରିବାରୁ ନିଜ ଶିଶୁ କନ୍ୟାକୁ ବିକ୍ରି କରିଦେଇଛି ବପା । ଏ ନେଇ ଶିଶୁକନ୍ୟାର ଜେଜେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଉକ୍ତ ଶିଶୁକନ୍ୟାକୁ ଉଦ୍ଧାର କରିଥିବା ଜଣାପଡିଛି। ସୂଚନା ଅନୁସାରେ, ବିଞ୍ଝାରପୁର ଫତେପୁର ମଲିଆ ଗାଁର ରମେଶ ବାରିକ ୫ ହଜାର ଟଙ୍କା ଋଣ ଆଣିଥିଲେ। ଋଣ ବାବଦ ଟଙ୍କା ସୁଝି ନପାରିବାରୁ ସେ ନିଜ […]

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୫ହଜାର ଋଣ ସୁଝି ନ ପାରିବାରୁ ନିଜ ଶିଶୁ କନ୍ୟାକୁ ବିକ୍ରି କରିଦେଇଛି ବପା । ଏ ନେଇ ଶିଶୁକନ୍ୟାର ଜେଜେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଉକ୍ତ ଶିଶୁକନ୍ୟାକୁ ଉଦ୍ଧାର କରିଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ସୂଚନା ଅନୁସାରେ, ବିଞ୍ଝାରପୁର ଫତେପୁର ମଲିଆ ଗାଁର ରମେଶ ବାରିକ ୫ ହଜାର ଟଙ୍କା ଋଣ ଆଣିଥିଲେ। ଋଣ ବାବଦ ଟଙ୍କା ସୁଝି ନପାରିବାରୁ ସେ ନିଜ ଝିଅକୁ ବିକ୍ରି କରିଦେଇଥିଲେ। ଏନେଇ ଥାନାରେ ଅଭିଯୋଗ କରିଥିଲେ ଶିଶୁ କନ୍ୟାର ଜେଜେ। ଖବର ପାଇ ପୁଲିସ ବିଞ୍ଝାରପୁର ସଏଦପୁର ଅଞ୍ଚଳର ଲିଟୁ ଜେନାଙ୍କ ଘରୁ ଶିଶୁ କନ୍ୟାକୁ ଉଦ୍ଧାର କରିଛି। ଆଜି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିବା ସହ ଶିଶୁ କନ୍ୟାକୁ ଶିଶୁ ମଙ୍ଗଳ ସମିତିରେ ହାଜର କରିଛନ୍ତି ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

13 Jun 2021 By The Sakala

୫ହଜାର ଟଙ୍କା ଋଣ ସୁଝି ନ ପାରିବାରୁ ନିଜ ଶିଶୁକନ୍ୟାକୁ ବିକି ଦେଲା ବାପା

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୫ହଜାର ଋଣ ସୁଝି ନ ପାରିବାରୁ ନିଜ ଶିଶୁ କନ୍ୟାକୁ ବିକ୍ରି କରିଦେଇଛି ବପା । ଏ ନେଇ ଶିଶୁକନ୍ୟାର ଜେଜେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଉକ୍ତ ଶିଶୁକନ୍ୟାକୁ ଉଦ୍ଧାର କରିଥିବା ଜଣାପଡିଛି।

ସୂଚନା ଅନୁସାରେ, ବିଞ୍ଝାରପୁର ଫତେପୁର ମଲିଆ ଗାଁର ରମେଶ ବାରିକ ୫ ହଜାର ଟଙ୍କା ଋଣ ଆଣିଥିଲେ। ଋଣ ବାବଦ ଟଙ୍କା ସୁଝି ନପାରିବାରୁ ସେ ନିଜ ଝିଅକୁ ବିକ୍ରି କରିଦେଇଥିଲେ। ଏନେଇ ଥାନାରେ ଅଭିଯୋଗ କରିଥିଲେ ଶିଶୁ କନ୍ୟାର ଜେଜେ। ଖବର ପାଇ ପୁଲିସ ବିଞ୍ଝାରପୁର ସଏଦପୁର ଅଞ୍ଚଳର ଲିଟୁ ଜେନାଙ୍କ ଘରୁ ଶିଶୁ କନ୍ୟାକୁ ଉଦ୍ଧାର କରିଛି। ଆଜି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିବା ସହ ଶିଶୁ କନ୍ୟାକୁ ଶିଶୁ ମଙ୍ଗଳ ସମିତିରେ ହାଜର କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର