ଆଜିଠୁ ଆରମ୍ଭ ହେଲା ଜେଲ ପରେଡ଼, ଏଣିକି ଜେଲରୁ ଫେରିବା ପରେ ଅପରାଧ ଦୁନିଆରେ ପାଦ ଥାପିବା ହେବ ମୁସ୍କିଲ

The Sakala Picture
Published On

ଭୁବନେଶ୍ବର: ଆକ୍ସନ ମୋଡରେ କମିଶନରେଟ ପୁଲିସ । ଆଉ ଖସିପାରିବେନି ଅପରାଧୀ । ଆଜି ଠାରୁ ଆରମ୍ଭ ହେଲା ଜେଲ ପରେଡ଼ । ରାଜଧାନୀରେ ଅପରାଧୀଙ୍କୁ ସାବାଡ଼ କରିବ ଜେଲ୍ ପରେଡ । ଆଉ ଜେଲରୁ ଫେରିବା ପରେ ଅପରାଧ ଦୁନିଆରେ ପାଦ ଥାପି ପାରିବେନି ଅପରାଧୀ। ଜେଲ ଫେରନ୍ତାଙ୍କୁ ଚେକ୍ ଦେବାକୁ ଅଣ୍ଟା ଭିଡ଼ିଛି କମିଶନରେଟ ପୁଲିସ । ଏଥିପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ପୁଲିସ । ଏଣିକି ପ୍ରତି ରବିବାର ଜେଲ ଭିତରେ […]

ଭୁବନେଶ୍ବର: ଆକ୍ସନ ମୋଡରେ କମିଶନରେଟ ପୁଲିସ । ଆଉ ଖସିପାରିବେନି ଅପରାଧୀ । ଆଜି ଠାରୁ ଆରମ୍ଭ ହେଲା ଜେଲ ପରେଡ଼ । ରାଜଧାନୀରେ ଅପରାଧୀଙ୍କୁ ସାବାଡ଼ କରିବ ଜେଲ୍ ପରେଡ । ଆଉ ଜେଲରୁ ଫେରିବା ପରେ ଅପରାଧ ଦୁନିଆରେ ପାଦ ଥାପି ପାରିବେନି ଅପରାଧୀ। ଜେଲ ଫେରନ୍ତାଙ୍କୁ ଚେକ୍ ଦେବାକୁ ଅଣ୍ଟା ଭିଡ଼ିଛି କମିଶନରେଟ ପୁଲିସ । ଏଥିପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ପୁଲିସ । ଏଣିକି ପ୍ରତି ରବିବାର ଜେଲ ଭିତରେ ହେବ ପହରା । ଥାନା ଅଧିକାରୀ ଏବଂ ଏସ୍‌ଆଇ ଜେଲ ପରିଦର୍ଶନ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବେ ।

ଆହୁରି ପଢ଼ନ୍ତୁ: ପ୍ରଶାସନିକ ବିଫଳତା ଓ ସାର କଳାବଜାରୀ ଯୋଗୁଁ
ଚାଷୀ ହନ୍ତସନ୍ତ: ବିଜେଡି

ଆଜି ଝାରପଡା ଜେଲରେ ସବୁ ଥାନାଧିକାରୀ ପହଞ୍ଚିଛନ୍ତି । ଆରମ୍ଭ ହୋଇଛି ଜେଲ ପରେଡ । ଜେଲର ରେଜିଷ୍ଟାର ଯାଞ୍ଚ କରିବା ସହ ଅଭିଯୁକ୍ତଙ୍କୁ ଛିଡ଼ା କରାଇ ସେମାନଙ୍କ ବାବଦରେ ପୋଲିସ ତଥ୍ୟ ନେଇଛି । ଅପରାଧୀଙ୍କ ଆଚରଣ, ଉଚ୍ଚାରଣ ଏବଂ କେତେ ମାମଲାରେ ସେମାନେ ସମ୍ପୃକ୍ତ ଅଛନ୍ତି ସେନେଇ ତଥ୍ୟ ନିଆଯାଉଛି । ସେମାନେ ଘଟାଇଥିବା ଅପରାଧର ତରିକା କ’ଣ । ଜେଲରେ ରହୁଥିବା ଅଭିଯୁକ୍ତମାନେ କାହା ସହ ମିଶୁଛନ୍ତି, କାହା ସହ ବନ୍ଧୁତା ସ୍ଥାପନା କରୁଛନ୍ତି । ମୁଲାକାତ ବେଳେ କାହା ସହ ଭେଟୁଛନ୍ତି । ଏ ସବୁର ତର୍ଜମା କରୁଛନ୍ତି ଥାନାଧିକାରୀ । ଫଳରେ ଜାମିନରେ ଆସିବା ପରେ ଅଭିଯୁକ୍ତଙ୍କ ଗତିବିଧି ଉପରେ ଥାନାର ନଜର ରହି ପାରିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁମାନେ ଜେଲ ଯାଇଛନ୍ତି ଓ ଜାମିନରେ ବାହାରିବେ ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ପରେଡରେ ଏସିପି, ସମସ୍ତ ଥାନାର ଆଇଆଇସି ଓ ପିଓପିଡି ଅଧିକାରୀ ସାମିଲ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଉପର ମୁଣ୍ଡରେ ପ୍ରବଳ ବର୍ଷା; ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍, ମୋଟ୍ ୧୬ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

10 Jul 2022 By The Sakala

ଆଜିଠୁ ଆରମ୍ଭ ହେଲା ଜେଲ ପରେଡ଼, ଏଣିକି ଜେଲରୁ ଫେରିବା ପରେ ଅପରାଧ ଦୁନିଆରେ ପାଦ ଥାପିବା ହେବ ମୁସ୍କିଲ

ଭୁବନେଶ୍ବର: ଆକ୍ସନ ମୋଡରେ କମିଶନରେଟ ପୁଲିସ । ଆଉ ଖସିପାରିବେନି ଅପରାଧୀ । ଆଜି ଠାରୁ ଆରମ୍ଭ ହେଲା ଜେଲ ପରେଡ଼ । ରାଜଧାନୀରେ ଅପରାଧୀଙ୍କୁ ସାବାଡ଼ କରିବ ଜେଲ୍ ପରେଡ । ଆଉ ଜେଲରୁ ଫେରିବା ପରେ ଅପରାଧ ଦୁନିଆରେ ପାଦ ଥାପି ପାରିବେନି ଅପରାଧୀ। ଜେଲ ଫେରନ୍ତାଙ୍କୁ ଚେକ୍ ଦେବାକୁ ଅଣ୍ଟା ଭିଡ଼ିଛି କମିଶନରେଟ ପୁଲିସ । ଏଥିପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ପୁଲିସ । ଏଣିକି ପ୍ରତି ରବିବାର ଜେଲ ଭିତରେ ହେବ ପହରା । ଥାନା ଅଧିକାରୀ ଏବଂ ଏସ୍‌ଆଇ ଜେଲ ପରିଦର୍ଶନ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବେ ।

ଆଜି ଝାରପଡା ଜେଲରେ ସବୁ ଥାନାଧିକାରୀ ପହଞ୍ଚିଛନ୍ତି । ଆରମ୍ଭ ହୋଇଛି ଜେଲ ପରେଡ । ଜେଲର ରେଜିଷ୍ଟାର ଯାଞ୍ଚ କରିବା ସହ ଅଭିଯୁକ୍ତଙ୍କୁ ଛିଡ଼ା କରାଇ ସେମାନଙ୍କ ବାବଦରେ ପୋଲିସ ତଥ୍ୟ ନେଇଛି । ଅପରାଧୀଙ୍କ ଆଚରଣ, ଉଚ୍ଚାରଣ ଏବଂ କେତେ ମାମଲାରେ ସେମାନେ ସମ୍ପୃକ୍ତ ଅଛନ୍ତି ସେନେଇ ତଥ୍ୟ ନିଆଯାଉଛି । ସେମାନେ ଘଟାଇଥିବା ଅପରାଧର ତରିକା କ’ଣ । ଜେଲରେ ରହୁଥିବା ଅଭିଯୁକ୍ତମାନେ କାହା ସହ ମିଶୁଛନ୍ତି, କାହା ସହ ବନ୍ଧୁତା ସ୍ଥାପନା କରୁଛନ୍ତି । ମୁଲାକାତ ବେଳେ କାହା ସହ ଭେଟୁଛନ୍ତି । ଏ ସବୁର ତର୍ଜମା କରୁଛନ୍ତି ଥାନାଧିକାରୀ । ଫଳରେ ଜାମିନରେ ଆସିବା ପରେ ଅଭିଯୁକ୍ତଙ୍କ ଗତିବିଧି ଉପରେ ଥାନାର ନଜର ରହି ପାରିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁମାନେ ଜେଲ ଯାଇଛନ୍ତି ଓ ଜାମିନରେ ବାହାରିବେ ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ପରେଡରେ ଏସିପି, ସମସ୍ତ ଥାନାର ଆଇଆଇସି ଓ ପିଓପିଡି ଅଧିକାରୀ ସାମିଲ ହୋଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର