ପାରାଦୀପ ବନ୍ଦର କୋଇଲା ପରିବହନରେ ଦେଶରେ ପ୍ରଥମ

The Sakala Picture
Published On

ପାରାଦୀପ: କ୍ରମାଗତ ଭାବେ ଚାରି ବର୍ଷ ଧରି ପାରାଦୀପ ବନ୍ଦର ପଣ୍ୟ କାରବାର ୧୦୦ ଏମ୍‍.ଏମ୍‍.ଟିରୁ ଉର୍ଦ୍ଧ ପଣ୍ୟ କାରବାର କରିବା ରେ ସଫଳତା ହାସଲ କରିଛି। ପ୍ରଥମ ଥର ପାଇଁ ୨୦୧୭-୧୮ ଆର୍ଥିକ ବର୍ଷ ରେ ୧୦୨.୦୧ ଏମ୍‍.ଏମ୍‍.ଟି. ପଣ୍ୟ କାରବାର କରି ୧୦୦ ଏମ୍‍.ଏମ୍‍.ଟି. ଅତିକ୍ରମ କରିବା ପରେ ୨୦୧୮-୧୯ ଆର୍ଥିକ ବର୍ଷ ରେ ୧୦୯.୨୭ ଏମ୍‍.ଏମ୍‍.ଟି., ୨୦୧୯-୨୦ ଆର୍ଥିକ ବର୍ଷ ରେ ୧୧୨.୬୯ ଏମ୍‍.ଏମ୍‍.ଟି. ଓ ୨୦୨୦-୨୧ ଆର୍ଥିକ ବର୍ଷ ରେ କରୋନା […]

ପାରାଦୀପ: କ୍ରମାଗତ ଭାବେ ଚାରି ବର୍ଷ ଧରି ପାରାଦୀପ ବନ୍ଦର ପଣ୍ୟ କାରବାର ୧୦୦ ଏମ୍‍.ଏମ୍‍.ଟିରୁ ଉର୍ଦ୍ଧ ପଣ୍ୟ କାରବାର କରିବା ରେ ସଫଳତା ହାସଲ କରିଛି। ପ୍ରଥମ ଥର ପାଇଁ ୨୦୧୭-୧୮ ଆର୍ଥିକ ବର୍ଷ ରେ ୧୦୨.୦୧ ଏମ୍‍.ଏମ୍‍.ଟି. ପଣ୍ୟ କାରବାର କରି ୧୦୦ ଏମ୍‍.ଏମ୍‍.ଟି. ଅତିକ୍ରମ କରିବା ପରେ ୨୦୧୮-୧୯ ଆର୍ଥିକ ବର୍ଷ ରେ ୧୦୯.୨୭ ଏମ୍‍.ଏମ୍‍.ଟି., ୨୦୧୯-୨୦ ଆର୍ଥିକ ବର୍ଷ ରେ ୧୧୨.୬୯ ଏମ୍‍.ଏମ୍‍.ଟି. ଓ ୨୦୨୦-୨୧ ଆର୍ଥିକ ବର୍ଷ ରେ କରୋନା କଟକଣା ସତ୍ତେ ପାରାଦୀପ ବନ୍ଦର୧୧୪.୫୫ ଏମ୍‍.ଏମ୍‍.ଟି. ପଣ୍ୟ କାରବାର କରି ସମଗ୍ର ଦେଶ ରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି ବୋଲି ଗୁରୁବାର ଦିନ ପାରାଦୀପ ବନ୍ଦର ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପାରାଦୀପ ବନ୍ଦରର ଅଧ୍ୟକ୍ଷ ବିନୀତ କୁମାର।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ବିଗତ ଆର୍ଥିକ ବର୍ଷ ର ମାର୍ଚ୍ଚ ମାସ ରେ ଗୋଟିଏ ଦିନ ରେ ୫୨ଟି ରେକ୍‍ ଚଳାଚଳ କରି ରେକର୍ଡ ସୃଷ୍ଟି କରିଛି ପାରାଦୀପ ବନ୍ଦର। ସମଗ୍ର ଦେଶ ରେ କୋଇଲା ପରିବହନ ରେ ଅନ୍ୟ ବନ୍ଦରମାନଙ୍କୁ ପଛରେ ପକେଇ ଦେଇଛି ପାରାଦୀପ ବନ୍ଦର। ପାରାଦୀପ ବନ୍ଦର ଚିକିତ୍ସାଳୟ ବିଶ୍ୱ ମହାମାରୀ କରୋନା ପରିଚାଳନା ରେ ସଫଳତା ହାସଲ କରିଥିବା ବନ୍ଦର ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ପାରାଦୀପ କୋଭିଡ୍‍ ହସ୍ପିଟାଲ, କୋଭିଡ୍‍ କେୟାର ସେଣ୍ଟର ପରିଚାଳନା କରି ଅନ୍ୟ ବନ୍ଦର ତୂଳନା ରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ମାର୍ଚ୍ଚ ମାସ ରେ ୧୧.୬୪ ଏମ.ଏମ୍‍.ଟି ପଣ୍ୟ ପରିବହନ କରି ଗୋଟିଏ ମାସ ରେ ସର୍ବାଧିକ ରେକର୍ଡ ପଣ୍ୟକାରବାର ର ସଫଳତା ହାସଲ କରିଛି ପାରାଦୀପ ବନ୍ଦର। ପାରାଦୀପ ବନ୍ଦର ର ଆଇରନ୍‍ ବୋଝେଇ ପ୍ଲାଣ୍ଟ ରେ ଗୋଟିଏ ମାସ ରେ ୧୮୮ ରେକ୍‍ ପରିଚାଳନା କରି ରେକର୍ଡ ସୃଷ୍ଟି କରିଛି। ଯାନ୍ତ୍ରିକ କୋଇଲା ବୋଝେଇ ପ୍ଲାଣ୍ଟ ରେ ୧୨୭୨ ଟି ରେକ୍‍ ମାର୍ଚ୍ଚ ମାସ ରେ କାରବାର ହୋଇ ଅନନ୍ୟ ରେକର୍ଡ ସୃଷ୍ଟି କରିଛି। ପାରାଦୀପ ବନ୍ଦର ଇକ୍ୟୁ ୧, ୨ ଓ ୩ ବର୍ଥ ଯାନ୍ତ୍ରୀକୀକରଣ କାର୍ଯ୍ୟ ଜୋର୍‍ଦାର୍‍ ଭାବେ ଆଗେଇ ଚାଲିଛି। କେଆଇସିଟି ଏହାର ନିର୍ମାଣ କାର୍ଯ୍ୟ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଶେଷ କରିବ ଏହା କାର୍ଯ୍ଯକ୍ରମ ହେଲେ ଏହାର କ୍ଷମତା ବାର୍ଷିକ ୧୦ଏମଟି ହେବ। ପାରାଦୀପ ବନ୍ଦର ର ପଶ୍ଚିମ ଜେଟୀ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ବ ହେଲାଣି। ଏହା ଶେଷ ହେବା ପରେ କେପ୍‍ ସାଇଜ୍‍ ଭେସେଲ୍‌ଫ ସହଜରେ ଯାତାୟତ କରିପାରିବ। ଏହା ଶେହ ହେବା ପରେ ଏହାର କ୍ଷମତା ୨୫ ଏମ୍‍.ଟି. ହେବ ବୋଲି ବନ୍ଦର ଅଧ୍ୟକ୍ଷ ସୂଚନା ଦେଇଥିଲେ। ହରିଦାସପୁର-ପାରାଦୀପ ରେଳ ଲାଇନ୍‍ କାର୍ଯ୍ୟକ୍ଷମ ହେଲାଣି। ଏବେ ପ୍ରତ୍ୟହ ୬-୭ ଟି ରେଳ ଚଳାଚଳ କରୁଛି ଆଗାମୀ ଦିନ ରେ ଏହାର ସଂଖ୍ୟା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ପାରାଦୀପ ବନ୍ଦର ସନ୍ନିକଟ ରେ ଅନେକ ଶିଳ୍ପ ସଂସ୍ଥା କାରଖାନା ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ପିଲେଟ୍‍ ପ୍ଲାଣ୍ଟ ପାଇଁ ବହୁ ସଂସ୍ଥା ଆଗ୍ରହ ପ୍ରକାଶ କଲେଣି। ପାରାଦୀପ ବନ୍ଦର ପକ୍ଷରୁ ବନ୍ଦର ଭିତ୍ତିକ କାରଖାନା ପ୍ରତିଷ୍ଠା ପାଇଁ ଓଏସଏଲ୍‍ ଗ୍ରୁପ୍‍, ତ୍ରିବେଣୀ ଭଳି ସଂସ୍ଥା କୁ ଆନୁଷଙ୍ଗିକ ସହଯୋଗ ଯୋଗାଇ ଦିଆଯାଉଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ପାରାଦୀପରେ ମଲ୍ଟି ମେଡାଲ୍‍ ଲଜିଷ୍ଟିକ୍‍ ପାର୍କ ନିର୍ମାଣ ପାଇଁ ବହୁ ଶିଳ୍ପ ସଂସ୍ଥା ଆଗ୍ରହ ପ୍ରକାଶ କରିଥିବା ସେ ସୂଚନା ଦେଇଥିଲେ। ଗତ ଆର୍ଥିକ ବର୍ଷ ରେ ପାରାଦୀପ ବନ୍ଦର ମୋଟ ୭୨୨ କୋଟି ଟଙ୍କା ଲାଭ କରିଥିବା ବେଳେ ଟିକସ୍‍ ପଇଠ କରିବା ପରେ ପାରାଦୀପ ବନ୍ଦର ୪୭୬ କୋଟି ଟଙ୍କା ଲାଭ କରିଛି ବୋଲି ପାରାଦୀପ ବନ୍ଦର ଅଧ୍ୟକ୍ଷ ବିନୀତ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ଏହି ସାମ୍ବାଦିକ ସମ୍ମିଳନୀରେ ପାରାଦୀପ ବନ୍ଦର ର ଉପାଧ୍ୟକ୍ଷ ଏ.କେ.ବୋଷ ଙ୍କ ସମେତ ବିଭିନ୍ନ ବିଭାଗୀୟ ମୁଖ୍ୟ ଡା.ପି.ପଣ୍ଡା, ଏ.କେ.ମହାପାତ୍ର, ଏସ.କେ.ମିଶ୍ର, ଏସ୍‍.କେ.ଦାଶ ଓ ଏମ୍‍.ଦାଶଗୁପ୍ତା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ବନ୍ଦର ଲୋକ ସଂପର୍କ ବିଭାଗର ମୁଖ୍ୟ ରତିକାନ୍ତ ନାୟକ ପରିଚାଳନା କରିଥିଲେ।

01 Apr 2021 By The Sakala

ପାରାଦୀପ ବନ୍ଦର କୋଇଲା ପରିବହନରେ ଦେଶରେ ପ୍ରଥମ

ପାରାଦୀପ: କ୍ରମାଗତ ଭାବେ ଚାରି ବର୍ଷ ଧରି ପାରାଦୀପ ବନ୍ଦର ପଣ୍ୟ କାରବାର ୧୦୦ ଏମ୍‍.ଏମ୍‍.ଟିରୁ ଉର୍ଦ୍ଧ ପଣ୍ୟ କାରବାର କରିବା ରେ ସଫଳତା ହାସଲ କରିଛି। ପ୍ରଥମ ଥର ପାଇଁ ୨୦୧୭-୧୮ ଆର୍ଥିକ ବର୍ଷ ରେ ୧୦୨.୦୧ ଏମ୍‍.ଏମ୍‍.ଟି. ପଣ୍ୟ କାରବାର କରି ୧୦୦ ଏମ୍‍.ଏମ୍‍.ଟି. ଅତିକ୍ରମ କରିବା ପରେ ୨୦୧୮-୧୯ ଆର୍ଥିକ ବର୍ଷ ରେ ୧୦୯.୨୭ ଏମ୍‍.ଏମ୍‍.ଟି., ୨୦୧୯-୨୦ ଆର୍ଥିକ ବର୍ଷ ରେ ୧୧୨.୬୯ ଏମ୍‍.ଏମ୍‍.ଟି. ଓ ୨୦୨୦-୨୧ ଆର୍ଥିକ ବର୍ଷ ରେ କରୋନା କଟକଣା ସତ୍ତେ ପାରାଦୀପ ବନ୍ଦର୧୧୪.୫୫ ଏମ୍‍.ଏମ୍‍.ଟି. ପଣ୍ୟ କାରବାର କରି ସମଗ୍ର ଦେଶ ରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି ବୋଲି ଗୁରୁବାର ଦିନ ପାରାଦୀପ ବନ୍ଦର ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପାରାଦୀପ ବନ୍ଦରର ଅଧ୍ୟକ୍ଷ ବିନୀତ କୁମାର।

ବିଗତ ଆର୍ଥିକ ବର୍ଷ ର ମାର୍ଚ୍ଚ ମାସ ରେ ଗୋଟିଏ ଦିନ ରେ ୫୨ଟି ରେକ୍‍ ଚଳାଚଳ କରି ରେକର୍ଡ ସୃଷ୍ଟି କରିଛି ପାରାଦୀପ ବନ୍ଦର। ସମଗ୍ର ଦେଶ ରେ କୋଇଲା ପରିବହନ ରେ ଅନ୍ୟ ବନ୍ଦରମାନଙ୍କୁ ପଛରେ ପକେଇ ଦେଇଛି ପାରାଦୀପ ବନ୍ଦର। ପାରାଦୀପ ବନ୍ଦର ଚିକିତ୍ସାଳୟ ବିଶ୍ୱ ମହାମାରୀ କରୋନା ପରିଚାଳନା ରେ ସଫଳତା ହାସଲ କରିଥିବା ବନ୍ଦର ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ପାରାଦୀପ କୋଭିଡ୍‍ ହସ୍ପିଟାଲ, କୋଭିଡ୍‍ କେୟାର ସେଣ୍ଟର ପରିଚାଳନା କରି ଅନ୍ୟ ବନ୍ଦର ତୂଳନା ରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ମାର୍ଚ୍ଚ ମାସ ରେ ୧୧.୬୪ ଏମ.ଏମ୍‍.ଟି ପଣ୍ୟ ପରିବହନ କରି ଗୋଟିଏ ମାସ ରେ ସର୍ବାଧିକ ରେକର୍ଡ ପଣ୍ୟକାରବାର ର ସଫଳତା ହାସଲ କରିଛି ପାରାଦୀପ ବନ୍ଦର। ପାରାଦୀପ ବନ୍ଦର ର ଆଇରନ୍‍ ବୋଝେଇ ପ୍ଲାଣ୍ଟ ରେ ଗୋଟିଏ ମାସ ରେ ୧୮୮ ରେକ୍‍ ପରିଚାଳନା କରି ରେକର୍ଡ ସୃଷ୍ଟି କରିଛି। ଯାନ୍ତ୍ରିକ କୋଇଲା ବୋଝେଇ ପ୍ଲାଣ୍ଟ ରେ ୧୨୭୨ ଟି ରେକ୍‍ ମାର୍ଚ୍ଚ ମାସ ରେ କାରବାର ହୋଇ ଅନନ୍ୟ ରେକର୍ଡ ସୃଷ୍ଟି କରିଛି। ପାରାଦୀପ ବନ୍ଦର ଇକ୍ୟୁ ୧, ୨ ଓ ୩ ବର୍ଥ ଯାନ୍ତ୍ରୀକୀକରଣ କାର୍ଯ୍ୟ ଜୋର୍‍ଦାର୍‍ ଭାବେ ଆଗେଇ ଚାଲିଛି। କେଆଇସିଟି ଏହାର ନିର୍ମାଣ କାର୍ଯ୍ୟ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଶେଷ କରିବ ଏହା କାର୍ଯ୍ଯକ୍ରମ ହେଲେ ଏହାର କ୍ଷମତା ବାର୍ଷିକ ୧୦ଏମଟି ହେବ। ପାରାଦୀପ ବନ୍ଦର ର ପଶ୍ଚିମ ଜେଟୀ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ବ ହେଲାଣି। ଏହା ଶେଷ ହେବା ପରେ କେପ୍‍ ସାଇଜ୍‍ ଭେସେଲ୍‌ଫ ସହଜରେ ଯାତାୟତ କରିପାରିବ। ଏହା ଶେହ ହେବା ପରେ ଏହାର କ୍ଷମତା ୨୫ ଏମ୍‍.ଟି. ହେବ ବୋଲି ବନ୍ଦର ଅଧ୍ୟକ୍ଷ ସୂଚନା ଦେଇଥିଲେ। ହରିଦାସପୁର-ପାରାଦୀପ ରେଳ ଲାଇନ୍‍ କାର୍ଯ୍ୟକ୍ଷମ ହେଲାଣି। ଏବେ ପ୍ରତ୍ୟହ ୬-୭ ଟି ରେଳ ଚଳାଚଳ କରୁଛି ଆଗାମୀ ଦିନ ରେ ଏହାର ସଂଖ୍ୟା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ପାରାଦୀପ ବନ୍ଦର ସନ୍ନିକଟ ରେ ଅନେକ ଶିଳ୍ପ ସଂସ୍ଥା କାରଖାନା ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ପିଲେଟ୍‍ ପ୍ଲାଣ୍ଟ ପାଇଁ ବହୁ ସଂସ୍ଥା ଆଗ୍ରହ ପ୍ରକାଶ କଲେଣି। ପାରାଦୀପ ବନ୍ଦର ପକ୍ଷରୁ ବନ୍ଦର ଭିତ୍ତିକ କାରଖାନା ପ୍ରତିଷ୍ଠା ପାଇଁ ଓଏସଏଲ୍‍ ଗ୍ରୁପ୍‍, ତ୍ରିବେଣୀ ଭଳି ସଂସ୍ଥା କୁ ଆନୁଷଙ୍ଗିକ ସହଯୋଗ ଯୋଗାଇ ଦିଆଯାଉଛି।

ପାରାଦୀପରେ ମଲ୍ଟି ମେଡାଲ୍‍ ଲଜିଷ୍ଟିକ୍‍ ପାର୍କ ନିର୍ମାଣ ପାଇଁ ବହୁ ଶିଳ୍ପ ସଂସ୍ଥା ଆଗ୍ରହ ପ୍ରକାଶ କରିଥିବା ସେ ସୂଚନା ଦେଇଥିଲେ। ଗତ ଆର୍ଥିକ ବର୍ଷ ରେ ପାରାଦୀପ ବନ୍ଦର ମୋଟ ୭୨୨ କୋଟି ଟଙ୍କା ଲାଭ କରିଥିବା ବେଳେ ଟିକସ୍‍ ପଇଠ କରିବା ପରେ ପାରାଦୀପ ବନ୍ଦର ୪୭୬ କୋଟି ଟଙ୍କା ଲାଭ କରିଛି ବୋଲି ପାରାଦୀପ ବନ୍ଦର ଅଧ୍ୟକ୍ଷ ବିନୀତ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ପାରାଦୀପ ବନ୍ଦର ର ଉପାଧ୍ୟକ୍ଷ ଏ.କେ.ବୋଷ ଙ୍କ ସମେତ ବିଭିନ୍ନ ବିଭାଗୀୟ ମୁଖ୍ୟ ଡା.ପି.ପଣ୍ଡା, ଏ.କେ.ମହାପାତ୍ର, ଏସ.କେ.ମିଶ୍ର, ଏସ୍‍.କେ.ଦାଶ ଓ ଏମ୍‍.ଦାଶଗୁପ୍ତା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ବନ୍ଦର ଲୋକ ସଂପର୍କ ବିଭାଗର ମୁଖ୍ୟ ରତିକାନ୍ତ ନାୟକ ପରିଚାଳନା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର