୨ ବର୍ଷରେ ତୁଟିବ ଜଗନ୍ନାଥ ଜମି ବିବାଦ: ଆଇନ ମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ୩ ମାସ ଭିତରେ ଆସିବ ନୂଆ ୟୁନିଫର୍ମ ଲ୍ୟାଣ୍ଡ୍‌ ପଲିସି। ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା । ଜଗନ୍ନାଥଙ୍କ ଜମି ବିବାଦ ଦୁଇ ବର୍ଷ ମଧ୍ୟରେ ତୁଟି।ଜଗନ୍ନାଥ ଜମି ଦଖଲରେ ଥିବା ଲୋକଙ୍କୁ ଲ୍ୟାଣ୍ଡ ସେଟେଲମେଣ୍ଟ କରାଯିବ। ଜବରଦଖଲ କରିଥିବା ଲୋକଙ୍କୁ ୧୦୦ ଡିସିମିଲ୍ ଜାଗା ରିହାତି ଦରରେ ଦିଆଯିବ। ରାଜ୍ୟର ୨୪ ଜିଲ୍ଲାରେ ୬୦ ହଜାର ୪୨୬.୯୪ ଏକର ଜଗନ୍ନାଥ ଜମି ଅଛି। ୩୮ ହଜାର ୬୧ ଏକର ଜମିର ସଂଶୋଧିତ […]

ଭୁବନେଶ୍ବର: ୩ ମାସ ଭିତରେ ଆସିବ ନୂଆ ୟୁନିଫର୍ମ ଲ୍ୟାଣ୍ଡ୍‌ ପଲିସି। ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା । ଜଗନ୍ନାଥଙ୍କ ଜମି ବିବାଦ ଦୁଇ ବର୍ଷ ମଧ୍ୟରେ ତୁଟି।ଜଗନ୍ନାଥ ଜମି ଦଖଲରେ ଥିବା ଲୋକଙ୍କୁ ଲ୍ୟାଣ୍ଡ ସେଟେଲମେଣ୍ଟ କରାଯିବ। ଜବରଦଖଲ କରିଥିବା ଲୋକଙ୍କୁ ୧୦୦ ଡିସିମିଲ୍ ଜାଗା ରିହାତି ଦରରେ ଦିଆଯିବ। ରାଜ୍ୟର ୨୪ ଜିଲ୍ଲାରେ ୬୦ ହଜାର ୪୨୬.୯୪ ଏକର ଜଗନ୍ନାଥ ଜମି ଅଛି। ୩୮ ହଜାର ୬୧ ଏକର ଜମିର ସଂଶୋଧିତ ସତ୍ତ୍ବଲିପି ରହିଛି। ଯାହାର ଡିଜିଟାଇଜେସନ କାମ ସରିବ। ୬ଟି ରାଜ୍ୟରେ ୩୯୫.୨୫ ଏକର ଜଗନ୍ନାଥ ଜମି ରହିଛି। ସର୍ବାଧିକ ଜମି ପଶ୍ଚିମ ବଙ୍ଗରେ ଥିବା ନେଇ ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ସୂଚନା ଅନୁଯାୟୀ, ଆଜି ଗୃହରେ ଦୁର୍ଗା ଚରଣ ତନ୍ତୀ ଗୃହରେ ଓଡିଶାରେ କେଉଁ କେଉଁ ଜିଲ୍ଲାର କେଉଁ କେଉଁ ଠାରେ କେତେ ଜମି ଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରହିଛି। ଏହି ଜମିକୁ କେଉଁ କେଉଁ ମାନେ କେବେଠାରୁ ଜବରଦଖଲରେ ରଖିଛନ୍ତି। ଓଡିଶା ବାହାରେ ଜଗନ୍ନାଥ ମହାପ୍ରଭୁଙ୍କ କେତେ ଜମି କେଉଁ କେଉଁ ଠାରେ ଅଛ॥ ସେଥିରୁ କେତେ ଜମି କେଉଁ କେଉଁ ମାନଙ୍କ ଦ୍ୱାରା ଜବରଦଖଲରେ ଅଛି। ସମସ୍ତ ଜବର ଦଖଲ ଜମିରୁ ଉଚ୍ଛେଦ ପାଇଁ କଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର